July 25, 2026
Home » ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା।

ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା।

0
WhatsApp Image 2026-07-25 at 11.47.25 AM

 

ଖୋରଧା:ଖୋରଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇ ଗ୍ରାମରେ ୪୬ ତମ ବାହୁଡ଼ା ଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ, ହରିବୋଲ୍ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ବାବଜା ଓ ତରାବୋଇ ଅଞ୍ଚଳ।ରଥଯାତ୍ରା କମିଟି ସଭାପତି ସୁରେଶ ସାହୁଙ୍କ ତତ୍ତ୍ୱାବଧାନରେ ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏହି ବାହୁଡ଼ା ଯାତ୍ରାର ଉଦଯାପନୀ ସମାରୋହରେ ଗ୍ରାମ ତଥା ଅଞ୍ଚଳର ବେଶ୍ ଜଣାଶୁଣା ବିଶିଷ୍ଟ, ବୟୋଜ୍ୟେଷ୍ଠ ବ୍ୟକ୍ତି ପୂର୍ବତ୍ତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବରିଷ୍ଠ ସମାଜସେବୀ ସତ୍ୟ ନାରାୟଣ ବେହେରା, ବିଶିଷ୍ଟ ସଂକୀର୍ତ୍ତନ ଗାୟକ ଭାସ୍କର ଚନ୍ଦ୍ର ବେହେରା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ ରଘୁନାଥ ମିଶ୍ର,ପ୍ରଶାନ୍ତ ସୁନ୍ଦରରାୟ ପ୍ରଧାନ ଶିକ୍ଷକ, ଜିତେନ୍ଦ୍ର ସ୍ୱାଇଁ ଅଧ୍ୟାପକ ଶରତ ପାଇକରାୟ ମହାବିଦ୍ୟାଳୟ, ଶ୍ରୀଧର ସାହୁ ଅବସର ପ୍ରାପ୍ତ ପୋଲିସ ଇନିସପେକ୍ଟର ପ୍ରମୁଖଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ରେଳ କର୍ମଚାରୀ ବିଜୟ କୁମାର୍ ସ୍ୱାଇଁ,ଶ୍ରୀନିବାସ ବେହେରା, ସୁବାସ ଚନ୍ଦ୍ର ସାହୁ, ବିଜୟ କୁମାର୍ ମହାପାତ୍ର,ଯୁବ ସମାଜ ସେବୀ ପ୍ରକାଶ ଚନ୍ଦ୍ର ସାହୁ,ଗଣେଶ ଚନ୍ଦ୍ର ବେହେରା, ଅଜୟ କୁମାର ମହାପାତ୍ର ଓ ଭରତ ମହାପାତ୍ର (ପୂଜାପଣ୍ଡା) ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *