November 23, 2026
Home » ତାର ଚୋରଙ୍କ ଉତ୍ପାତରେ ରବି ଓ ଡାଳୁଅ ଚାଷ ପ୍ରଭାବିତ

ତାର ଚୋରଙ୍କ ଉତ୍ପାତରେ ରବି ଓ ଡାଳୁଅ ଚାଷ ପ୍ରଭାବିତ

0
WhatsApp Image 2026-11-23 at 3.24.44 PM

ଉଠା ଜଳସେଚନ ପଏଣ୍ଟରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ, ଚାଷୀ ହତାଶ
​

କୁଚିଣ୍ଡା (ସମ୍ବଲପୁର ଗଗନ ଶର୍ମା ): କୁଚିଣ୍ଡା ଅଞ୍ଚଳରେ ବିଦ୍ୟୁତ୍ ତାର ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି, ଯାହାଫଳରେ ଚଳିତ ରବି ଓ ଡାଳୁଅ ଚାଷ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଅଞ୍ଚଳରେ ଏକ ବଡ଼ ଧରଣର ତାର ଚୋର ରାକେଟ୍ ସକ୍ରିୟ ଥିବାରୁ କୁଚିଣ୍ଡା ବ୍ଲକର ବିଭିନ୍ନ ଉଠା ଜଳସେଚନ (ଏଲ୍‌ଆଇ) ପଏଣ୍ଟରୁ ବାରମ୍ବାର ବିଦ୍ୟୁତ୍ ତାର ଚୋରି ହେଉଛି । ଫଳରେ ଜଳସେଚନ ପଏଣ୍ଟଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି ।​ସୂଚନା ଅନୁଯାୟୀ, ବିଶେଷ କରି କିରା, ବନ୍ଧୁବାସ, ମହୁଲଡିହି ଏବଂ କୁଲେଇଗଡ଼ ଅଞ୍ଚଳରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ଜମିକୁ ପାଣି ମାଡ଼ିପାରୁନାହିଁ ।

ଫସଲ ଉଜୁଡ଼ିଯିବା ଆଶଙ୍କାରେ ଏହି ଅଞ୍ଚଳର ଶହଶହ ଚାଷୀ ଏବେ ଚିନ୍ତା ଓ ହତାଶା ମଧ୍ୟରେ ଦିନ କାଟୁଛନ୍ତି ।​ଅନ୍ୟପକ୍ଷରେ, ଏହି ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଗତ ସପ୍ତାହରେ ପୋଲିସ ଚଢ଼ାଉ କରି ଏହି ରାକେଟ୍‌ରେ ସମ୍ପୃକ୍ତ ୩ ଜଣ ତାର ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଚଢ଼ାଉ ବେଳେ ଅଭିଯୁକ୍ତମାନଙ୍କ ନିକଟରୁ ବସ୍ତା ବସ୍ତା କଟାଯାଇଥିବା ଆଲୁମିନିୟମ ବିଦ୍ୟୁତ୍ ତାର ଓ ତରଳାଯାଇଥିବା ଧାତୁ ସମେତ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି । ତେବେ ମୁଖ୍ୟ ରାକେଟ୍‌ର ଅନ୍ୟ ସଦସ୍ୟମାନଙ୍କୁ ଧରିବା ସହ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ସଂଯୋଗକୁ ତୁରନ୍ତ ପୁନଃସ୍ଥାପନ କରିବାକୁ ଚାଷୀ ମହଲରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *