ତେଲ ଟ୍ୟାଙ୍କର୍ ସହ କାର୍ ମୁହାଁମୁହିଁ ଧକ୍କା, ୨ ଜଣ ଗୁରୁତର, ୩ ଜଣ ଆହତ
ସୁବର୍ଣ୍ଣପୁର: ପୁରୀରୁ ଦର୍ଶନ ସାରି ବଲାଙ୍ଗୀର ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା l ବର୍ଷା ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି l ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଆଡେଣୀଗଡ଼ ଫାଣ୍ଡି -ବଦଲା ନିକଟରେ ଏକ କାର୍ (ଧଳା ରଙ୍ଗର କାର ନମ୍ବର OD -03T 5035 ) ଓ ଟ୍ୟାଙ୍କର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l ଏଥିରେ ୨ ଜଣ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

ଆହତ ଯାତ୍ରୀମାନେ ପୁରୀରୁ ଦର୍ଶନ ସାରି ବଲାଙ୍ଗୀର ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର୍ ସହ କାରଟିର ମୁହାଁମୁହିଁ ଧକ୍କା ହୋଇଥିଲା। ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ପ୍ରଥମେ ଆଡେଣୀଗଡ଼ ଓ ପରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି। ଆଡେଣୀଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
