June 21, 2026
Home » ତ୍ରିନାଥ ଜୀଉଙ୍କ ୨୮ ତମ ବାର୍ଷିକ ଉତ୍ସବ

ତ୍ରିନାଥ ଜୀଉଙ୍କ ୨୮ ତମ ବାର୍ଷିକ ଉତ୍ସବ

0
WhatsApp Image 2026-06-21 at 6.18.22 PM (1)

 

ଗଣିଆ  ଗଣିଆ ଥାନା ପରିସରରେ ଥିବା ତ୍ରିନାଥ ଜୀଉଙ୍କ ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରବିବାର ହୋମଯଜ୍ଞ, ପୁଷ୍ପାଞ୍ଜଳି ତଥା ବିଗ୍ରହଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ନାମ ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା । କର୍ତା ଭାବେ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ଥିବା ବେଳେ ପୂଜକ ଭାବେ ପୂର୍ଣ୍ଣଚନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କରିଥିଲେ ।

ଖଣ୍ଡପଡ଼ା ଏସଡିପିଓ ସରୋଜ କୁମାର ସାହୁ, ଦଶପଲ୍ଲା ଥାନା ଅଧିକାରୀ ବିନୟ କୁମାର ପରିଡା ତଥା ବିଭିନ୍ନ ଥାନାର ଥାନା ଅଧିକାରୀ ଉପସ୍ଥିତ ଥିଲେ । ଏଏସଆଇ ଶାହା ଆଲାମ ଖାଁ, ଏଏସଆଇ ପ୍ରବାସ ଶବର,ବିକ୍ରମ ବିଶ୍ବାଳଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦର ବନ୍ଦୋବସ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *