ଦହ୍ୟା ଠାରେ ସମ୍ବିଧାନ ଦିବସ ପାଳିତ
ସୁବର୍ଣ୍ଣପୁର –ମଙ୍ଗଳବାର ବୌଦ୍ଧ ବ୍ଲକ ଅନ୍ତର୍ଗତ ଦହ୍ୟା ଜୀବନ ବିକାଶ ମାଧ୍ୟମିକ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଭାରତ ସରକାର ମେରା ଯୁବା ଭାରତ, ବୌଦ୍ଧ ତରଫରୁ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ମେରା ଯୁବା ଭାରତ ବୌଦ୍ଧ ର ସହକର୍ମୀ ଆଶ୍ମାନ ମହାକୁଡ଼ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ମଧୁସୁଦନ ବାରିକ, ମୁଖ୍ୟବକ୍ତା ଭାବେ କୋଶଳ ସାମାଜିକ ଅନୁଷ୍ଠାନ ର ଉପଦେଷ୍ଟା ଜୟରାମ ହରିପାଲ, ସମ୍ମାନିତ ଅତିଥି ସମାଜ ସେବୀ ନନ୍ଦିନୀ ନାୟକ , ଅଧ୍ୟାପିକା ପୁଷ୍ପାଞ୍ଜଳି ପଣ୍ଡା, ଅରବିନ୍ଦ ବାରିକ, ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ସମ୍ବିଧାନ ର ପ୍ରଣେତା ସ୍ବର୍ଗତ ବି . ଆର୍.ଆମ୍ବେଦକର ଙ୍କ ଜୀବନ କାହାଣୀ ଉପରେ ଆଲୋଚନା କରିବା ସହ ଆଜିକାର କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଆଗାମୀ ଦିନରେ ଛାତ୍ର ଓ ଯୁବ ସମାଜ ପଥଭ୍ରଷ୍ଟ ନ ହୋଇ ବିଶ୍ଵର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ରେ ସମ୍ବିଧାନ କୁ କିଭଳି ସମ୍ମାନ ଦେଇ ଏକ ବିକଶିତ ଭାରତ ତଥା ଦେଶ ର ଉନ୍ନତି ରେ ସହାୟକ ହେବେ ବୋଲି ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବକ୍ତବ୍ୟ ରଖିଥିଲେ l ସଂଯୋଜକ ଆଶ୍ମାନ ମହାକୁଡ଼ ଆଗାମୀ ଦିନରେ ହେବାକୁ ଥିବା ଯୁବ ଉତ୍ସବରେ ସମସ୍ତ ଯୁବକ ଭାଗନେଇ ନିଜର ଅନ୍ତର୍ନିହିତ କଳାର ପ୍ରତିଭାକୁ ରାଜ୍ୟ ତଥା ଅନ୍ୟ ରାଜ୍ୟରେ ପରିବେଷଣ କରାଇବାକୁ ଉତ୍ସାହିତ କରିଥିଲେ l ଓଡିଆ ଅଧ୍ୟାପକ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର