September 12, 2026
Home » ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ

0
1001282658
ନୟାଗଡ଼ : ( ଇପିଏ ) ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜେସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ,ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁମିତ୍ରା ଭୂୟାଁ,କମ୍ରେଡ ବିଶ୍ୱନାଥ ମହାପାତ୍ର, ସମାଜସେବୀ ଅରୁଣ କୁମାର ମହାନ୍ତି,ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ,ପ୍ରକୃତି ବନ୍ଧୁ ଅନାଦି ମହାନ୍ତି, ଅଧ୍ୟାପକ ହରେକୃଷ୍ଣ ସାହୁ, ଗୋକୁଳ କୁମାର ଷଡ଼ଙ୍ଗୀ, ଶେଖ ଅବଦୁଲ ଆହାଦ, ଲକ୍ଷ୍ମୀଧର ସାହୁ, ସୁରେନ୍ଦ୍ର କୁମାର ଖଣ୍ଡା ,ଲକ୍ଷ୍ମୀଧର ମହାପାତ୍ର, ଦୁର୍ଯ୍ୟୋଧନ ସାହୁ,ଶ୍ରୀଧର ସାହୁ, ସୁରେନ୍ଦ୍ର ନାଥ ମହାପାତ୍ର, ପ୍ରଦୀପ୍ତ କୁମାର ଡାକୁଆ,ପ୍ରଫୁଲ କୁମାର ନାୟକ, ଉଦୟନାଥ ମହାନ୍ତି, ବିଭୂତି ଭୂଷଣ ପଟ୍ଟନାୟକ, ବିକ୍ରମ ସ୍ବାଇଁ, ଜିତୁନ ମହାପାତ୍ରଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ସଦସ୍ୟମାନେ ଯୋଗଦାନ କରି ପୁଷ୍ପମାଲ୍ୟ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସ୍କାଉଟ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିବାବେଳେ ସମ୍ପାଦକ ଶ୍ରୀଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ସମସ୍ତଙ୍କ ପ୍ରିୟ ଦାସିଆ ଅଜା ଭାବେ ସମଗ୍ର ଜନମାନସରେ ପରିଚିତ ସ୍ୱର୍ଗତ ଦାଶରଥି ପଟ୍ଟନାୟକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଉଦୟପୁରଠାରେ ୧୯୫୯ ମସିହାରେ ବାଞ୍ଛାନିଧି ପାଠାଗାର, ୧୯୭୩ ମସିହାରେ ଶ୍ରୀଅରବିନ୍ଦ ସଂଗ୍ରହାଳୟ ଏବଂ ୧୯୭୫ରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ । ସେ ୧୯୯୭ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ନିଜ ଗ୍ରାମରେ ଇହଲୀଳା ସମ୍ବରଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *