July 16, 2025
Home » ଦାୟିତ୍ବ ନେଲେ କଳାହାଣ୍ଡି ର ନୂଆ ଜିଲାପାଳପାୱାର ସଚିନ ପ୍ରକାଶ

ଦାୟିତ୍ବ ନେଲେ କଳାହାଣ୍ଡି ର ନୂଆ ଜିଲାପାଳପାୱାର ସଚିନ ପ୍ରକାଶ

0
WhatsApp Image 2024-08-13 at 1.14.09 PM

 

କଳାହାଣ୍ଡି ଜିଲାର ନୂତନ ଜିଲାପାଳ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଆଇଏଏସ୍ ପାୱାର ସଚିନ ପ୍ରକାଶ। ଭବାନୀପାଟଣା ସ୍ଥିତ ଜିଲ୍ଲାପାଳ ଙ୍କ
କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ତନ୍ମୟ ଦରୱାନ ଙ୍କ ଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ମାଲକାନଗିରିର ଜିଲ୍ଲାପାଳ ଥିଲେ। କଳାହାଣ୍ଡି ଜିଲାପାଳ ଥିବା ପି.ଅନ୍ଵେଷା ରେଡ୍ଡୀଙ୍କ ଯାଜପୁର ଜିଲାକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ନୂତନ ଜିଲ୍ଲାପାଳ ଭାବେ ସେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପାୱାର ସଚିନ ପ୍ରକାଶ ୨୦୨୧ ମସିହାରୁ ୨୦୨୨ ଯାଏଁ ଧର୍ମଗଡ ଉପଜିଲ୍ଲାପାଳ ଥିଲେ। ପରେ ସେ ପଦୋନ୍ନତି ପାଇ କଳାହାଣ୍ଡିର ସିଡିଓ/ଇଓ ଜିଲ୍ଲା ପରିଷଦ ଭାବେ ନିଯୁକ୍ତି ପାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *