May 15, 2025
Home » ଦୀପକ୍ ମୁଦୁଲି ଙ୍କ ସୌଜନ୍ୟରେ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଖୁବ୍ ଚଳଚଞ୍ଚଳ !

ଦୀପକ୍ ମୁଦୁଲି ଙ୍କ ସୌଜନ୍ୟରେ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଖୁବ୍ ଚଳଚଞ୍ଚଳ !

0
IMG-20241015-WA0004

ଛତ୍ରପୁର, ତା. ୧୫ / ୧୦ (ମୁନା ବେହେରା)
ଛତ୍ରପୁର ସହରର କଳ୍ପବାସିନୀ ଦେବୀ ପୀଠରେ ନବରାତ୍ର ପୂଜା ଖୁବ୍ ଚଳଚଞ୍ଚଳ ହୋଇଉଠିଛି ।
ଛତ୍ରପୁର ସହର ର ରିକାପଲ୍ଲୀ ସ୍ଥିତ କଳ୍ପବୃକ୍ଷ ମୂଳେ ପୂଜିତା
ମା’ ବୁଢ଼ୀ ଠାକୁରାଣୀ ଅଧୁନା କଳ୍ପବାସିନୀ ନାମେ ଖ୍ୟାତ ।
ଏହା ପ୍ରାୟତଃ ୧୫୦ ବର୍ଷର ବହୁ ପୁରାତନ ପ୍ରତିଷ୍ଠିତ ଶକ୍ତି ପ୍ରଦାୟୀନି ମା’ ଚଣ୍ଡୀ ଙ୍କ ଆସ୍ଥାନ ଅଟେ ।

ଏଠାରେ ବର୍ଷ ବର୍ଷ ଧରି ପୁରୁଷାନୁକ୍ରମିକ ଭାବେ ଏଠାରେ ନବରାତ୍ର ପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହ ପାଳିତ ହୋଇଆସୁଅଛି ।
ନବରାତ୍ର ପୂଜା ସମ୍ଭାର ଏକ ଅନୁପମ ବର୍ଣ୍ଣାଢ଼୍ୟ ସମାରୋହ ମାଆ ଙ୍କ ସନ୍ଧ୍ୟା ଆରତୀ ବେଳେ ଦେବୀଙ୍କ ମସ୍ତକ ରୁ ଫୁଲ୍ ଖସିବା ଦୃଶ୍ୟ ଦେଖିବାକୁ ଅଗଣିତ ଭକ୍ତଜନଙ୍କ ସମାଗମ ହୋଇଥାଏ ,ଏଠାକାର ପ୍ରଚଳିତ ପରମ୍ପରା ଏକ ନିଆରା ଅଟେ । ଶୁଭ ମଙ୍ଗଳବାର ଦିନ ଠାକୁରାଣୀ ଙ୍କ ର ପବିତ୍ର ଶାରଦୀୟ ଦୁର୍ଗା ପୂଜା ର ଷଷ୍ଠୀ ଦିବସ ସମାରୋହକୁ ବିଶିଷ୍ଟ ସମାଜସେବୀ ଦୀପକ୍ ମୁଦୁଲି ଙ୍କ ସୌଜନ୍ୟରେ ସମ୍ପାଦିତ ହୋଇଥିଲା । ସନ୍ଧ୍ୟାବେଳେ ଦେବୀଙ୍କ ସ୍ଵତନ୍ତ୍ର ବେଶ ଧାରଣ, କର୍ତ୍ତା ଙ୍କ ଘର ଠାରୁ ନାନା ପ୍ରକାର ମିଷ୍ଟାନ୍ନ ପ୍ରସାଦ କୁ ଚଡୁଆ ଭରି ମହିଳାମାନେ ମସ୍ତକରେ ଧରି ଆଣି ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନଗର ପରିଭ୍ରମଣ କରିଥିଲେ ।
ପଟୁଆରରେ ଆସି ମନ୍ଦିର ମୁଖ୍ୟଦ୍ଵାର ବରଣ କରି ଦେବୀ ଙ୍କ ନିକଟରେ ଭୋଗ ଅର୍ପଣ ଲାଗି ହୋଇଥିଲା ।
ମା’ ରଣପା କଳିକା ଙ୍କ ନାଚ ରେ ଭକ୍ତ ବିମୋହିତ ହୋଇଯାଇଥିଲେ । ମା’ ଙ୍କ ଠାରେ ସନ୍ଧ୍ୟାରେ ରାଜ ଆରତୀ ଦେଖିବାକୁ ଶହଶ୍ରାଧିକ ମହିଳା ଓ ପୁରୁଷଙ୍କ ସମାଗମ ହୋଇଥିଲା । ଦୀପକ୍ ମୁଦୁଲି ଙ୍କ ସୌଜନ୍ୟରେ ବୁଧବାର ମଧ୍ୟାହ୍ନବେଳେ ଅନ୍ନ-ପ୍ରସାଦ ବେଳେ ପ୍ରାୟତଃ ୪ ହଜାର ଭକ୍ତ ଅନ୍ନ ପ୍ରାସାଦରେ ଆପ୍ୟାୟିତ ହୋଇ ଖୁସି ବ୍ୟକ୍ତ କରିଥିଲେ ଏବଂ ସମାଜସେବୀ ଦୀପକ୍ ମୁଦୁଲି ଙ୍କ କର୍ତ୍ତା ଭାବେ ଅଂଶଗ୍ରହଣ କରିଥିବା ବେଳେ ଅଗଣିତ ଭକ୍ତମାନେ ଭୂରି ଭୂରି ମୁଦୁଲି ବାବୁ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।।

Leave a Reply

Your email address will not be published. Required fields are marked *

You may have missed