ଦୁଇଟି ଚୋରି ଘଟଣାକୁ ନେଇ ରାୟଗଡ଼ା ପୋଲିସର ଏକ ସାମ୍ବାଦିକ ସମ୍ମିଳନୀ

ରାୟଗଡା ଥାନାରେ ଦୁଇଟି ଚୋରି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ା ନ୍ୟୁ କଲୋନିସ୍ଥିତ ସତ୍ୟସାଇ ମନ୍ଦିରରୁ ଚୋରି ହୋଇଥିବା ପାଞ୍ଚ କିଲୋଗ୍ରାମର ରୁପା ଜବତ କରିଛି । ସେହିପରି ଚାନ୍ଦିଲି ଥାନା ପୁଲିସ ଅନ୍ୟ ଏକ ସୁନା ଚୋରି ଘଟଣାରେ ୧ଲକ୍ଷ ୪୦ ହଜାର ଟଙ୍କା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗୁରୁବାର ଅପରାହ୍ନ ଏ ନେଇ ରାୟଗଡ଼ା ଏସଡିପିଓ ରଶ୍ମୀରଞ୍ଜନ ସେନାପତି ରାୟଗଡା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ମିଳନୀରେ ରାୟଗଡ଼ା ଆଇଆଇସି କେକେବିକେ କହଁର ଓ ଚାନ୍ଦିଲି ଆଇଆଇସି ପ୍ରସନ୍ନ କୁମାର ବେହେରା ଉପସ୍ଥିତିରେ ସୂଚନା ଦେଇଥିଲେ । ଏସଡିପିଓଙ୍କ ସୂଚନା ମୁତାବକ ଫେବୃଆରୀ ମାସରେ ରାୟଗଡ ସହରର ସ୍ଥିତ ନ୍ୟୁ କଲୋନି ଠାରେ ଥିବା ସତ୍ୟସାଇ ମନ୍ଦିରରେ ବାବାଙ୍କ ଫୋଟ ଚିତ୍ରରେ ଲାଗିଥିବା ୫ କିଲୋ ବିଶିଷ୍ଟ ରୁପା ଫ୍ରେମ ଚୋରି ହୋଇଥିଲା । ଉକ୍ତ ଚୋରି ଘଟଣା ନେଇ ୧୨/୦୨/୨୪ ସନ୍ଧ୍ୟା ୫ଟାରେ ମନ୍ଦିର ପରିଚାଳନା କମିଟିର କନଭିନର ଶିବ , କୁମାର ଆଗ୍ରୱଲ ରାୟଗଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ଆଧାରରେ ରାୟଗଡ଼ା ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ସତ୍ତ୍ୱେ ଚୋରକୁ ଧରିବାରେ ବିଫଳ ହୋଇଥିଲା ।
ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ଘନଶ୍ୟାମ ଦାସ /ଛଦ୍ମନାମ ପ୍ରକାଶ କୁମାର ସାହୁ /ସାନ୍ତୋଷ କୁମାର ଦାସ ରାୟଗଡାର ନୂତନ କଲୋନୀ ସତ୍ୟ ସାଇ ମନ୍ଦିରରୁ ଏକ ରୂପା ଫଟୋ ଫ୍ରେମ୍ ଚୋରି କରି ଥିଲା । ସେ ପୂର୍ବରୁ ଜୟପୁର ପୋଲିସ ଷ୍ଟେସନ କେସ୍ ନମ୍ବର ୩୩/୨୦୨୪ ସଂପର୍କରେ ସମ୍ପୃକ୍ତରେ ଗିରଫ କରାଯିବା ପରେ ରାୟଗଡ଼ା ପୋଲିସ ୨୩/୦୭/୨୪ରେ ଅଭିଯୁକ୍ତ ଘନଶ୍ୟାମ ଦାସଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ସମୟରେ ବେଳେ ସେ ସତ୍ୟ ସାଇ ମନ୍ଦିରର ୫ କିଲୋଗ୍ରାମ ରୂପା ଫଟୋ ଫ୍ରେମକୁ ତରଳାଇ ଥିବା ସ୍ୱୀକାର କରିଥିଲା । ତରଳାଇ ଥିବା ୫କିଲୋଗ୍ରାମ ସମସ୍ତ ରୁପା (୧୨ ଖଣ୍ଡ )କୁ ସତ୍ୟସାଇ ମନ୍ଦିରର ପରିଚାଳନା ସଦସ୍ୟଙ୍କ ସମେତ କମିଟିର କନଭିନର ଶିବ , କୁମାର ଆଗ୍ରୱଲଙ୍କୁ ଗୁରୁବାର ଦିନ ରାୟଗଡ଼ା ଥାନାରେ ହସ୍ତାନ୍ତର କରିଥିଲା ରାୟଗଡ଼ ପୋଲିସ । ପ୍ରକାଶ ଥାଉ କି ଯେ ଜୟପୁରରେ ଗତ ପେବୃଆରୀ ୩ତାରିଖ ରାତିରେ ଦୁର୍ବୁତ୍ତ ଅଭିଯୁକ୍ତ ଜଣକ ଜୟପୁର ସହରରେ ସ୍ଥିତ ମହାରାଣୀପେଟାରେ ଥିବା କନ୍ୟକା ପରମେଶ୍ୱରୀ ମନ୍ଦିର କାର୍ଯ୍ୟାଳୟର ଆଲମିରା ଭାଙ୍ଗି ଏଥିରୁ ୨୧ହଜାର ୧୪୨ଟଙ୍କା, ୨୪କ୍ୟାରେଟର ୧୪ଗ୍ରାମ ସୁନା, ରୁପା ୩୧୨ଗ୍ରାମ, ରୁପାର ପୂଜା ସାମଗ୍ରୀ ୩୫୦ଗ୍ରାମ, ସିସି କ୍ୟାମେରାର ଡିଭିଆର ଚୋରି ହୋଇଥିବା ଜଣାପଡ଼ିଥିଲା। ସେଭଳି ମୁଖ୍ୟମନ୍ଦିରରୁ ମାଙ୍କ ୨କିଲୋ ରୁପାର ମକରତୋରଣମ, ୨୦୦ଗ୍ରାମ ରୁପାର ୨ଟି ମୁକୁଟ, ୬ଗ୍ରାମର ଦୁଇଟି ସୁନା ମଙ୍ଗଳସୁତ୍ର, ୩୦୦ଗ୍ରାମର ରୁପାର ମାଁଙ୍କ ପାଦ, ରୁପାର ତ୍ରିଶୁଳ ଓ ଛତା ଚୋରି କରିଥିଲେ।
ଏ ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହେବା ପରେ ଏସପି ଅଭିନବ ସୋନକରଙ୍କ ନିର୍ଦ୍ଦେଶରେ ଜୟପୁର ଏସଡିପିଓ ଅଙ୍କିତ ବର୍ମାଙ୍କ ତତ୍ବାବଧାନରେ ଜୟପୁର ଥାନା ଅଧିକାରୀ ରମଣୀ ରଂଜନ ଦଳାଇ ଓ ସବଇନିସପେକ୍ଟର ସିଦ୍ଦାର୍ଥ ବେହେରାଙ୍କୁ ନେଇ ଟିମ୍ ଗଠନ କରାଯିବା ପରେ ବାହାରୁ କିଛି ସିସିଟିଭି ଫୁଟେଜ୍ ସଂଗ୍ରହ କରି ଏଥିରୁ ଅଭିଯୁକ୍ତର ଚେହରାକୁ ଚିହ୍ନଟ କରିଥିଲା କୋରାପୁଟ ପୋଲିସ । ପରିଶେଷରେ ସବଇନିସପେକ୍ଟର ସିଦ୍ଧାର୍ଥ ବେହେରା ଅଭିଯୁକ୍ତ ଜଣକୁ ନୟାଗଡ ସହରରେ ଏକ ପରିତ୍ୟକ୍ତ ଘରୁ ଗିରଫ କରି ଜୟପୁର ଆଣିଥିଲେ । ଅଭିଯୁକ୍ତ ଜଣଙ୍କ କେରଳର ଏକ ମନ୍ଦିର ଚୋରି ମାମଲାରେ ଜାମିନରେ ଫେରିଥିଲା । ଅଭିଯୁକ୍ତ ଚୋରି କରିଥିବା ସମସ୍ତ ସୁନା,ରୁପା ସାମଗ୍ରୀ ତରଳାଇ ବିକ୍ରି କରିଦେଇଥିବା ବେଳେ ରୁପା ସାମଗ୍ରୀ ସବୁ ମିଳିବା ସହ ତା ନିକଟରୁ ୨ଲକ୍ଷ ଟଙ୍କା ମିଳିଥିବା ସୂଚନା ଦେଇଥିଲେ ଜୟପୁର ଏସଡିପିଓ। ତାପରେ ମିଳିଥିବା ସମସ୍ତ ସାମଗ୍ରୀ ଜୟପୁର କନ୍ୟକା ପରମେଶ୍ୱରୀ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲା ଜୟପୁର ପୋଲିସ ।
ଜୟପୁର ପୋଲିସ ଦ୍ୱାରା ଗିରଫ ପରେ ରିମାଣ୍ଡର ଆଣିଥିବା ରାୟଗଡ଼ା ପୋଲିସ ଅଭିଯୁକ୍ତ ଘନଶ୍ୟାମ ଦାସ ମଧ୍ୟ ଓଡିଶା, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୋଆର ଅନେକ ମନ୍ଦିର ମାମଲାରେ ଜଡିତ ଥିବା ଜଣାପଡିଛି । ଅଧିକ ଅନୁସନ୍ଧାନ ଜାରି ରହିଛି।
ସେହିପରି ଅନ୍ୟ ମାମଲାରେ ରାୟଗଡ଼ା ସାଇପ୍ରିୟାନଗରର ପ୍ରଦୀପ କୁମାର ପାଢୀ ଗତ ମେ ୬ ତାରିଖ ସକାଳେ ପ୍ରାତଃ ଭ୍ରମଣରେ ଶିବ ମନ୍ଦିରରୁ ବି.ଏନ.ପୁର ରାସ୍ତାରେ ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ସୁନାଚେନ୍ ଲୁଟି ନେଇଥିବା ନେଇ ଚାନ୍ଦିଲି ପୁଲିସ ନିକଟରେ ଲିଖିତ ଅଭିଯୋଗ ପରେ ଅନୁସନ୍ଧାନ ପରେ ସମ୍ପୃକ୍ତ ଥିବା ସାଇପ୍ରିୟା ନଗରର କେ.ସୁମନକୁ ଗିରଫ କରି ତାଠାରୁ ବିକିଥିବା ଚେନ୍କୁ ୧ଲକ୍ଷ ୪୦ହଜାର ଟଙ୍କା ଜବତ କରି ପ୍ରଦୀପ କୁମାର ପାଢୀଙ୍କୁ ହସ୍ତାନ୍ତର କରିଛି ପୋଲିସ ।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )