September 25, 2026
Home » ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ

ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ

0
WhatsApp Image 2026-09-25 at 12.39.36 PM

 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି । ଏହି ନିଲମ୍ୱନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଅରୁଣ କୁମାର ବିଶ୍ୱାଳ ଗିରଫ୍ ହୋଇ ଜେଲ୍‌ରେ ଥିଲେ । ସେହିପରି, କଟକ ସର୍କଲ ଜେଲ୍‌ର ସିନିଅର ସୁପରିନ୍‌ଟେଣ୍ଡେଣ୍ଟ ଶ୍ରୀ ସୁଜିତ କୁମାର ରାଉଳ ମଧ୍ୟ ଗିରଫ୍ ହୋଇ ଜେଲ୍‌ କଷ୍ଟୋଡିରେ ଅଛନ୍ତି । ସରକାରଙ୍କ ନିୟମ ଦୃଷ୍ଟିରୁ ଏହି ଉଭୟ ଅଧିକାରୀ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍‌ରେ ରହିଥିବାରୁ ଉଭୟଙ୍କୁ ନିଲମ୍ୱିତ କରାଯାଇଛି ।

Leave a Reply

Your email address will not be published. Required fields are marked *