ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୧ ପାଳନ ଅବସରରେ ୱକାଥନ ଅନୁଷ୍ଠିତ

ଜୟପୁର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୧ ପାଳନ ଅବସରରେ ଦୁର୍ନୀତି ବିଭାଗ କୋରାପୁଟ ଖଣ୍ଡ, ଜୟପୁର ତରଫରୁ ଗୋଟିଏ ୱକାଥନର ଆୟୋଜନ କରାଯାଇଥିଲା। ଏହା ଜୟପୁର ରାଜନଗର ଛକ ଠାରୁ ଆରମ୍ଭ ହୋଇ ଭିଜିଲାନ୍ସ ଅଫିସରେ ସମାପ୍ତ ହେଇଥିଲା । ଉକ୍ତ ୱକାଥନରେ ଭିଜିଲାନ୍ସ ଏସପି ଶ୍ରୀ ବନମାଳୀ ଧଳ ଏବଂ ଚିଫ ମ୍ୟାନେଜର ଏସ.ବି.ଆଇ,ମେନ ବ୍ରାଞ୍ଚ ଜୟପୁର ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ । ଉକ୍ତ ରାଲି ରେ ଏଡିସନଲ ଏସପି ଶ୍ରୀ ସୁରେନ୍ଦ୍ରନାଥ ପାଣିଗ୍ରାହୀ ,ଡିଏସପି ଶ୍ରୀ ଅନନ୍ତ ପ୍ରସାଦ ମଲ୍ଲିକ , ଶ୍ରୀ ଅରୂପ ଅଭିଶେଖ ବେହେରା , ଜୟପୁର ଏସଡିପିଓ, ଶ୍ରୀ ସଞ୍ଜୟ ମଣ୍ଡଳ, ଆଇଆଇସି ଜୟପୁର ଟାଉନ ଥାନା, ଶ୍ରୀମତି ଯଶୋଦା ଗାଦବା, ଜୟପୁର ଊପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧୀକାରି, ଜୟପୁର ଭିଜିଲାନ୍ସ ଅଫିସ କର୍ମଚାରୀ, ଟ୍ରାଫିକ ଭଲଣ୍ଟରସ ଏବଂ କଲେଜ ପିଲାମାନେ ଯୋଗ ଦେଇଥିଲେ ।
କୋରାପୁଟ ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )