ଦେଶୀ ବନ୍ଧୁକ, କାର, ନଗଦ ଟଙ୍କା, ମୋବାଇଲ ଜବତ ସହ ଦୁଇ ଅଟକ
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗାନ୍ଧୀ ଛକରେ ଚଢ଼ାଉରେ ଦେଶୀ ବନ୍ଧୁକ,ଏକ କାର,ନଗଦ୨.୭୫ ଲକ୍ଷ ଟଙ୍କା ଓ ୪ଟି ମୋବାଇଲ ଜବତ ସହ ଦୁଇ ଜଣଙ୍କୁ ଅଟକ ରଖିଛି ମନମୁଣ୍ଡା ପୋଲିସ lମନମୁଣ୍ଡା ଥାନାର ASI ପ୍ରମୋଦ କୁମାର ଦିଗାଲ ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ମନମୁଣ୍ଡା ଗାନ୍ଧୀ ଛକ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଏକ ଧଳା ରଙ୍ଗର ମହିନ୍ଦ୍ରା XUV (ରେଜିଷ୍ଟ୍ରେସନ ନଂ. OD-03W-4474)କୁ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ଗାଡ଼ି ଭିତରୁ ଗୋଟିଏ ଦେଶୀ ବନ୍ଧୁକ, ନଗଦ ୨,୭୫,୦୦୦ ଟଙ୍କା, ଗୋଟିଏ Samsung Galaxy S25 Ultra ମୋବାଇଲ, ଦୁଇଟି iPhone ଏବଂ ଗୋଟିଏ Realme ମୋବାଇଲ ଫୋନ ଜବତ କରାଯାଇଥିଲା।ପଚରାଉଚରା ବେଳେ ଗାଡ଼ିରେ ଥିବା ବ୍ୟକ୍ତିମାନେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ (ଗୁନ୍ଦୁଲିଆ ) କୁରୁମୁଣ୍ଡା ଗ୍ରାମର ସଂଜୀବ କହଁର (୨୪), ପିତା–କସ୍ତୁ କହଁର ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ସିଲାଟିମୁଣ୍ଡା ଗ୍ରାମର ଚିତ୍ତ ରଞ୍ଜନ ସାହୁ (୩୫), ପିତା–ହିରେନ୍ଦ୍ର @ ହରିହର ସାହୁ ବୋଲି ପ୍ରକାଶ କରିଥିଲେ


ପୁଲିସ ଜବତ କରିଥିବା ଦେଶୀ ବନ୍ଧୁକ ଏବଂ ନଗଦ ଟଙ୍କା ସମ୍ପର୍କିତ ବୈଧ କାଗଜପତ୍ର ଦେଖାଇବାକୁ କହିଥିଲେ ମଧ୍ୟ ସେମାନେ କୌଣସି ସନ୍ତୋଷଜନକ କାଗଜପତ୍ର ଦେଖାଇ ପାରିନଥିଲେ।ଏହାପରେ ପୁଲିସ ସଂଜୀବ କହଁର ଓ ଚିତ୍ତ ରଞ୍ଜନ ସାହୁଙ୍କ ବିରୋଧରେ ମନମୁଣ୍ଡା ଥାନା ରେ ଏକ ମାମଲା ରୁଜୁ କରି ସମସ୍ତ ସାମଗ୍ରୀକୁ ଜବତ କରିଛି l ଘଟଣାର ପ୍ରକୃତ କାରଣ, ଜବତ ହୋଇଥିବା ବନ୍ଧୁକର ଉତ୍ସ ଏବଂ ନଗଦ ଟଙ୍କାର ବୈଧତା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି l ଏ ନେଇ ମନମୁଣ୍ଡା ପୋଲିସ କେଶ ନମ୍ବର 299/ 20/07/2026 U/s- 281/3 ( 5 ) BNS /RW Sec.25 Arms Act ଆଧାର ରେ ମାମଲା ରୁଜୁ ହୋଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
