ଧନୁଯାତ୍ରାର ଦିବଂଗତ ଉଦ୍ଯୋକ୍ତା ଓ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି
ଗୋପପୁର ଅମ୍ବାପାଲିରେ ବରଗଡ଼ରୁ ପ୍ରକାଶିତ ପାକ୍ଷିକପତ୍ରିକା କୋଶଲଟାଇମ୍ ର ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ବରଗଡ଼ ଧନୁଯାତ୍ରାର ସମସ୍ତ ଦିବଂଗତ ଉଦ୍ଯୋକ୍ତା ଓ କଳାକାରମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳି ଅର୍ପଣର ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏହି ଶ୍ରଦ୍ଧାଞ୍ଜଳି ପର୍ବରେ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା, ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ବରଗଡ଼ ଧନୁଯାତ୍ରା ଆବାହକ କମିଟିର ସମ୍ପାଦକ ସୁରେଶ୍ବର ଶତପଥୀ, ବରଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ, ପାଓ୍ବାର ଅଫ୍ ଦିବ୍ଯାଙ୍ଗ୍ସ୍ର ସଭାପତି ଶ୍ୟାମସୁନ୍ଦର ଅଗ୍ରୱାଲ , ଗୋପପୁର କମିଟିର କାର୍ଯ୍ଯକର୍ତ୍ତା ଈଶ୍ବର ବାଗ, ଦୀପାଞ୍ଜଳୀ ବାଗ, ଦୟାନିଧି ପ୍ରଧାନ ପ୍ରମୁଖ ଯୋଗଦାନ କରି ସମସ୍ତ ଦିବଂଗତ କଳାକାର ଓ ଉଦ୍ଯୋକ୍ତାଙ୍କ ଉଦ୍ଦେଶ୍ୟରେ ଦୀପଦାନ ତଥା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଧନୁଯାତ୍ରାର ଉଦ୍ଯୋକ୍ତାମାନଙ୍କ ମଧ୍ୟରୁ ଋଷଭ କର, ବଙ୍ଗାଳୀ ନାଏକ, ରଘୁନାଥ ଦାଶ, ଅପର୍ତ୍ତି ପାଣିଗ୍ରାହୀ, ନୀଳମଣି ପୂଜାରୀ, ବୃନ୍ଦାବନ ବିଶି,ତିଳ ପ୍ରଧାନ, ସଦାଶିବ ଷଡ଼ଙ୍ଗୀ, ବିପିନ୍ ସରାଫ୍, ଲଳିତ ମୋହନ ସାହୁ, ଉଦନ ପୋଢ଼, କୁନୁ ରଥ, ନରସିଂହ ବିଶି, ଗଜପତି ବିର୍ତ୍ତିଆ, ଧନପତି ବିର୍ତ୍ତିଆ ଏବଂ ଦିବଂଗତ କଳାକାରମାନଙ୍କ ମଧ୍ୟରୁ ବୁନ୍ଦେ ରଥ, ଭୀମସେନ ତ୍ରିପାଠୀ, ଯୁଧିଷ୍ଠିର ଶତପଥୀ, ରାଧେଶ୍ୟାମ ଦାଶ, ଦେବେନ୍ଦ୍ର ବିଶ୍ବାଳ, ନୀଳାଞ୍ଚଳ ଦାଶ, ଗୋପାଳ ସାହୁ, ଚାନ୍ଦୁ ଗଡ଼ତିଆ, ନନ୍ଦକିଶୋର ଗଡ଼ତିଆ, ବନ୍ଧୁଲାଲ ମହାପାତ୍ର, ନରେନ୍ଦ୍ର ସରାଫ୍, ଦୟାନିଧି ଠେଲା, ଦୂତୀ କେଉଁଟେନ୍, ପ୍ରାଣବନ୍ଧୁ କର, ଡଃ.ମୁରାରୀ ମିଶ୍ର, ହରେକୃଷ୍ଣ ପୂଜାରୀ, ରାହାସ ସରାଫ, ଏବଂ ବରଗଡ଼ ଧନୁଯାତ୍ରାର ପ୍ରଚାରପ୍ରସାର ଭାର ବହନ କରି ବିଶ୍ବ ଦରବାରରେ ପରିଚିତ କରାଇଥିବା ସାମ୍ବାଦିକ ଶାନ୍ତନୁ ବିଶ୍ବାଳଙ୍କୁ ଏହି ସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଧନୁଯାତ୍ରା ଆବାହକକମିଟିର ସମ୍ପାଦକ ସୁରେଶ୍ଵର ଶତପଥୀ ଆଗାମୀ ବର୍ଷମାନଙ୍କରେ ଧନୁଯାତ୍ରା କମିଟି ପକ୍ଷରୁ ସମସ୍ତ ଉଦ୍ଯୋକ୍ତାଙ୍କ ଫଟୋଚିତ୍ର ସଂଗ୍ରହ ପୂର୍ବକ ଏକ ମ୍ଯୁଜିୟମ କରିବାର ପରିକଳ୍ପନା ରହିଥିବା ବିଷୟ ଉଲ୍ଲେଖ କରିଥିଲେ । ଅନେକ ଉଦ୍ଯମ ସତ୍ତ୍ୱେ ଯେଉଁମାନଙ୍କ ସମ୍ବନ୍ଧରେ ସୂଚନା ମିଳିପାରିନାହିଁ, ଧନୁଯାତ୍ରା ସହ ସଂଶ୍ଲିଷ୍ଟ ସେହି ସମସ୍ତ ଦିବଂଗତ କଳାକାର ଓ ଉଦ୍ଯୋକ୍ତାମାନଙ୍କ ପ୍ରତି କୋଶଲଟାଇମର ସମ୍ପାଦକ କ୍ଷମା ଯାଚନା ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରି ସେମାନଙ୍କ ଆତ୍ମାର ସଦଗତି କାମନା କରିଥିଲେ ।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
