August 22, 2026
Home » ଧନୁଯାତ୍ରାର ଦିବଂଗତ ଉଦ୍ଯୋକ୍ତା ଓ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି

ଧନୁଯାତ୍ରାର ଦିବଂଗତ ଉଦ୍ଯୋକ୍ତା ଓ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି

0
WhatsApp Image 2025-12-29 at 1.24.42 PM (1)

ଗୋପପୁର ଅମ୍ବାପାଲିରେ ବରଗଡ଼ରୁ ପ୍ରକାଶିତ ପାକ୍ଷିକପତ୍ରିକା କୋଶଲଟାଇମ୍ ର ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ବରଗଡ଼ ଧନୁଯାତ୍ରାର ସମସ୍ତ ଦିବଂଗତ ଉଦ୍ଯୋକ୍ତା ଓ କଳାକାରମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଓ‌ ଶ୍ରଦ୍ଧାଞ୍ଜଳି ଅର୍ପଣର ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏହି ଶ୍ରଦ୍ଧାଞ୍ଜଳି ପର୍ବରେ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା, ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ବରଗଡ଼ ଧନୁଯାତ୍ରା ଆବାହକ କମିଟିର ସମ୍ପାଦକ ସୁରେଶ୍ବର ଶତପଥୀ, ବରଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ, ପାଓ୍ବାର ଅଫ୍ ଦିବ୍ଯାଙ୍ଗ୍‌ସ୍‌ର ସଭାପତି ଶ୍ୟାମସୁନ୍ଦର ଅଗ୍ରୱାଲ , ଗୋପପୁର କମିଟିର କାର୍ଯ୍ଯକର୍ତ୍ତା ଈଶ୍ବର ବାଗ, ଦୀପାଞ୍ଜଳୀ ବାଗ, ଦୟାନିଧି ପ୍ରଧାନ ପ୍ରମୁଖ ଯୋଗଦାନ କରି ସମସ୍ତ ଦିବଂଗତ କଳାକାର ଓ ଉଦ୍ଯୋକ୍ତାଙ୍କ ଉଦ୍ଦେଶ୍ୟରେ ଦୀପଦାନ ତଥା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ‌।

ଧନୁଯାତ୍ରାର ଉଦ୍ଯୋକ୍ତାମାନଙ୍କ ମଧ୍ୟରୁ ଋଷଭ କର, ବଙ୍ଗାଳୀ ନାଏକ, ରଘୁନାଥ ଦାଶ, ଅପର୍ତ୍ତି ପାଣିଗ୍ରାହୀ, ନୀଳମଣି ପୂଜାରୀ, ବୃନ୍ଦାବନ ବିଶି,ତିଳ ପ୍ରଧାନ, ସଦାଶିବ ଷଡ଼ଙ୍ଗୀ, ବିପିନ୍ ସରାଫ୍, ଲଳିତ ମୋହନ ସାହୁ, ଉଦନ ପୋଢ଼, କୁନୁ ରଥ, ନରସିଂହ ବିଶି, ଗଜପତି ବିର୍ତ୍ତିଆ, ଧନପତି ବିର୍ତ୍ତିଆ ଏବଂ ଦିବଂଗତ କଳାକାରମାନଙ୍କ ମଧ୍ୟରୁ ବୁନ୍ଦେ ରଥ, ଭୀମସେନ ତ୍ରିପାଠୀ, ଯୁଧିଷ୍ଠିର ଶତପଥୀ, ରାଧେଶ୍ୟାମ ଦାଶ, ଦେବେନ୍ଦ୍ର ବିଶ୍ବାଳ, ନୀଳାଞ୍ଚଳ ଦାଶ, ଗୋପାଳ ସାହୁ, ଚାନ୍ଦୁ ଗଡ଼ତିଆ, ନନ୍ଦକିଶୋର ଗଡ଼ତିଆ, ବନ୍ଧୁଲାଲ ମହାପାତ୍ର, ନରେନ୍ଦ୍ର ସରାଫ୍, ଦୟାନିଧି ଠେଲା, ଦୂତୀ କେଉଁଟେନ୍, ପ୍ରାଣବନ୍ଧୁ କର, ଡଃ.ମୁରାରୀ ମିଶ୍ର, ହରେକୃଷ୍ଣ ପୂଜାରୀ, ରାହାସ ସରାଫ, ଏବଂ ବରଗଡ଼ ଧନୁଯାତ୍ରାର ପ୍ରଚାରପ୍ରସାର ଭାର ବହନ କରି ବିଶ୍ବ ଦରବାରରେ ପରିଚିତ କରାଇଥିବା ସାମ୍ବାଦିକ ଶାନ୍ତନୁ ବିଶ୍ବାଳଙ୍କୁ ଏହି ସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଧନୁଯାତ୍ରା ଆବାହକ‌କମିଟିର ସମ୍ପାଦକ ସୁରେଶ୍ଵର ଶତପଥୀ ଆଗାମୀ ବର୍ଷମାନଙ୍କରେ ଧନୁଯାତ୍ରା କମିଟି ପକ୍ଷରୁ ସମସ୍ତ ଉଦ୍ଯୋକ୍ତାଙ୍କ ଫଟୋଚିତ୍ର ସଂଗ୍ରହ ପୂର୍ବକ ଏକ ମ୍ଯୁଜିୟମ କରିବାର ପରିକଳ୍ପନା ରହିଥିବା ବିଷୟ ଉଲ୍ଲେଖ କରିଥିଲେ । ଅନେକ ଉଦ୍ଯମ ସତ୍ତ୍ୱେ ଯେଉଁମାନଙ୍କ ସମ୍ବନ୍ଧରେ ସୂଚନା ମିଳିପାରିନାହିଁ, ଧନୁଯାତ୍ରା ସହ ସଂଶ୍ଲିଷ୍ଟ ସେହି ସମସ୍ତ ଦିବଂଗତ କଳାକାର ଓ ଉଦ୍ଯୋକ୍ତାମାନଙ୍କ ପ୍ରତି କୋଶଲଟାଇମର ସମ୍ପାଦକ କ୍ଷମା ଯାଚନା ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରି ସେମାନଙ୍କ ଆତ୍ମାର ସଦଗତି କାମନା କରିଥିଲେ ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।