August 21, 2026
Home » ଧର୍ମଗଡ଼:କେନାଲ ରେ ପାଣି ଯୋଗାଇବା ନେଇ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଦାବୀ

ଧର୍ମଗଡ଼:କେନାଲ ରେ ପାଣି ଯୋଗାଇବା ନେଇ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଦାବୀ

0
WhatsApp Image 2026-04-30 at 12.32.00 PM

ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ଦାବୀ ପତ୍ର….

ଇନ୍ଦ୍ରାବତୀ ଜଳସେଚନ ଯୋଜନାରୁ ଚଳିତ ରବି ଚାଷ ପାଇଁ ତେଲ ନଦୀ ଅପର ପାର୍ଶ୍ୱରେ ଥିବା କନା ଗାଁ, ଡୁମେର ଗୁଡା, ସନ୍ଧି କୁଲିହାରି, କାଙ୍କେରି, ଟିପିଗୁଡା ଓ ତମ୍ବାଛଡ଼ା ଗ୍ରାମ ପଞ୍ଚାୟତର କେନାଲ ରେ ଜଳ ଯୋଗାଣ ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଥିଲା। ଏନେଇ ଚାଷୀ ମାନେ ଚାଷ କାମ ଆରମ୍ଭ କରିଥଲେ କିନ୍ତୁ ସଂପୃକ୍ତ ଅଞ୍ଚଳରେ ଚାଷୀ ମାନଙ୍କ ଧାନ କେଣ୍ଡା ଧରିବା ସମୟରେ ହଠାତ କେନାଲ ରେ ଜଳ ଯୋଗାଣ ବନ୍ଦ କରି ଦେଇଥିବାରୁ ସଂପୃକ୍ତ ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତର ଚାଷ ସମ୍ପୂର୍ଣ ନଷ୍ଟ ହେବାକୁ ଯାଉଛି।

ନୀରିହ ଚାଷୀ ମାନେ ଋଣ କରି ଧାନ ଚାଷ କରିଥିବା ବେଳେ ଜଳ ବିହୁନେ ଚାଷ ନଷ୍ଟ ହୋଇଯାଉଥିବାରୁ ଚାଷୀ ସଂପୂର୍ଣ୍ଣ ହତାଶ ହୋଇପଡିଛନ୍ତି। ଏଣୁ ନଷ୍ଟ ଚାଷ ର ଆକଳନ କରାଯାଇ ଚାଷୀଙ୍କୁ କ୍ଷତି ପୂରଣ ଦିଆ ଯିବା ସହ ସଂପୃକ୍ତ ଅଞ୍ଚଳରେ କେନାଲ ପାଣି ଜଣାଇବା ପାଇଁ ଆଜି ଧର୍ମଗଡ଼ ବ୍ଲକ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଧର୍ମଗଡ଼ ବ୍ଲକ କଂଗ୍ରେସ ସଭାପତି ପ୍ରେମଲାଲ ସାଗର ଙ୍କ ନେତୃତ୍ୱରେ କଂଗ୍ରେସ ନେତା ଫକୀର ଚନ୍ଦ୍ର ନାଏକ, ସୁରେଶ ଅଗ୍ରୱାଲ, ସୁରେଶ ଚନ୍ଦ୍ର ଭଏଁସାଲ ସମେତ ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ ….

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed