June 3, 2026
Home » ଧର୍ମଗଡ଼ :କାଙ୍କେରୀରେ ବିଶ୍ୱ ସାଇକେଲ ଦିବସ ପାଳିତ

ଧର୍ମଗଡ଼ :କାଙ୍କେରୀରେ ବିଶ୍ୱ ସାଇକେଲ ଦିବସ ପାଳିତ

0
WhatsApp Image 2026-06-03 at 5.08.42 PM (1)

 

ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା।

​କଳାହାଣ୍ଡି: ‘ମେରା ଯୁବା ଭାରତ, କଳାହାଣ୍ଡି’ ଏବଂ ‘ମା’ ଡୁମେରମୁଡେନ ଯୁବକ ସଂଘ, କାଙ୍କେରୀ’ର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କାଙ୍କେରୀ ସ୍କୁଲ ପରିସରରୁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ବାହାରି ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ଯାଇଥିଲା। ଏହି ସଚେତନତା ଅଭିଯାନରେ ଶହେରୁ ଉର୍ଦ୍ଧ୍ୱ ଯୁବକ-ଯୁବତୀ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
​ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ତଥା ବିଜେପି ସାଧାରଣ ସମ୍ପାଦକ ଶ୍ରୀ ହିମାଂଶୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କାଙ୍କେରୀ ସରପଞ୍ଚ ଶ୍ରୀମତୀ ମମତା କେତକୀ, ଯୁବନେତା ଲଳିତ କୁମାର ବାଗ, ଯୁବନେତା ଶ୍ୟାମଘନ କେତକୀ, କ୍ରୀଡ଼ା ଶିକ୍ଷକ ମୁକୁନ୍ଦ ହଂସ ଏବଂ କୃଷକ ସାଥୀ ଅଶ୍ୱିନ ମେହେର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।
​ଅତିଥିମାନେ ସାଇକେଲ ଚଲାଇବାର ଉପକାରିତା ଉପରେ ଆଲୋକପାତ କରି କହିଥିଲେ ଯେ, ସାଇକେଲ ବ୍ୟବହାର କେବଳ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ, ବରଂ ଏହା ପରିବେଶ ପ୍ରଦୂଷଣ ହ୍ରାସ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହି ସମଗ୍ର କାର୍ଯ୍ୟକ୍ରମଟି ‘ମେରା ଯୁବା ଭାରତ, କଳାହାଣ୍ଡି’ର ସ୍ୱେଚ୍ଛାସେବୀ ମହେଶ୍ୱର ସୁନାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପରିଚାଳନାରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *