April 25, 2026
Home » ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ

ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ

0
WhatsApp Image 2026-04-25 at 12.32.46 PM (2)

 

ଗ୍ରାମୀଣ ବିକାଶ ହିଁ ଦେଶର ପ୍ରକୃତ ପ୍ରଗତି। ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ଆମ ଗଣତନ୍ତ୍ରର ମୂଳଦୁଆ।
​ ମିଳିମିଶି ଆମ ପଞ୍ଚାୟତ ଗୁଡ଼ିକୁ ଅଧିକ ସଶକ୍ତ କରିବା ସହ ସ୍ୱୟଂଶାସିତ ଓ ବିକଶିତ ଗାଁ ଗଠନ ପାଇଁ ସଂକଳ୍ପବଦ୍ଧ ହେବା ବୋଲି ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ଅତିଥି ମାନେ ପ୍ରକାଶ କରିଛନ୍ତି।

ଧର୍ମଗଡ଼ ପଞ୍ଚାୟତ ସମିତି ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ,ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା, ସାଂସଦ ପ୍ରତିନିଧି ପୂଳସ୍ତ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ସରପଂଚ ସଂଘର ସଭାପତି ହାତୀ ରାମ ଦୁର୍ଗା, ସମିତି ସଭ୍ୟ ସଂଘର ସଭାପତି ସରୋଜ କୁମାର ଶବର ଯୋଗ ଦେଇଥିଲେ।ଧର୍ମଗଡ଼ ବିଡିଓ ସଦାଶିବ ପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ନିରଞ୍ଜନ ମୁଦୁଲି କାର୍ଯ୍ଯକ୍ରମ ପରିଚାଳନା କରିଥିଲେ।ସୂଚନାଯୋଗ୍ୟ ଯେ,ପ୍ରତିବର୍ଷ ୨୪ ଏପ୍ରିଲ୍‌ ରେ ସାରା ଭାରତରେ ‘ଜାତୀୟ ପଞ୍ଚାୟତି ରାଜ ଦିବସ’ ପାଳନ କରାଯାଏ। ୧୯୯୩ ମସିହା ଏହି ଦିନରେ ୭୩ତମ ସମ୍ବିଧାନ ସଂଶୋଧନ ଆଇନ କାର୍ଯ୍ୟକାରୀ ହୋଇଥିଲା, ଯାହା ଦ୍ୱାରା ପଞ୍ଚାୟତି ରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ମିଳିଥିଲା। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମୀଣ ବିକାଶକୁ ସୁଦୃଢ଼ କରିବା ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ସଶକ୍ତ କରିବା। ଏହି ଅବସରରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଠାରେ ରାଜ୍ୟ ସ୍ତରୀୟ ସମାରୋହ କୁ ଆଭାସୀ ଜରିଆରେ ଦେଇଥିବା ସନ୍ଦେଶ କୁ ସମସ୍ତେ ଶୁଣିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *