June 22, 2026
Home » ଧର୍ମଗଡ଼ ରକ୍ତ ଭଣ୍ଡାର ବନ୍ଦ

ଧର୍ମଗଡ଼ ରକ୍ତ ଭଣ୍ଡାର ବନ୍ଦ

0
WhatsApp Image 2026-06-22 at 1.15.23 PM

ରକ୍ତ ଅଭାବରୁ ଶିଶୁର ମୃତ୍ୟୁ, ଡିଫାଇନ୍ କଳାହାଣ୍ଡି ପକ୍ଷରୁ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ।

ଧର୍ମଗଡ଼ ସରକାରୀ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ବନ୍ଦ ହୋଇ ଯାଇଛି। ଏନେଇ ଆଜି ଡିଫାଇନ୍ କଳାହାଣ୍ଡି ପକ୍ଷରୁ ଧର୍ମଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଓ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରଯାଇଛି।ଡିଫାଇନ୍ କଳାହାଣ୍ଡି ର ମଧୁ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଆବାହକ ଜୟନ୍ତ କୁମାର ନାୟକ, ପ୍ରଣବ ଭୁକ୍ତା, ଦେବେଶ ନାଏକ, ବିଦ୍ୟାଧର ମୁଣ୍ଡ, ଲମ୍ବୋଦର ତାଣ୍ଡି, କାଳିଆ ସରାଫ, ଚିତ୍ରସେନ ଜାଲ, ପ୍ରଭାକର ବେହେରା ସମେତ ଶତାଧିକ କର୍ମୀ ଏଥିରେ ସାମିଲ ଥିଲେ।ସୁଚନା ଯୋଗ୍ୟ ଯେ,ଆବଶ୍ୟକୀୟ ଭିତ୍ତିଭୂମି ନଥିବା ଦର୍ଶାଇ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ବନ୍ଦ ହୋଇ ଯାଇଛି।ରକ୍ତଭଣ୍ଡାର ବନ୍ଦ ଯୋଗୁଁ ଜରୁରୀକାଳୀନ ସମୟରେ ରକ୍ତ ଉପଲବ୍ଧ ହୋଇପାରୁ ନାହିଁ ଓ ରୋଗୀ ମାନଙ୍କୁ ୪୫ କିଲୋମିଟର ଯାଇ ରକ୍ତ ଧରି ଆସିବାକୁ ପଡୁଛି।

ରକ୍ତହୀନତା ରୋଗୀ ଆସିଲେ ସେମାନଙ୍କୁ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟ କୁ ରକ୍ତ ପାଇଁ ପଠେଇ ଦିଆ ଯାଉଛି।ଏହାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଚିନ୍ତା ଓ ଅସନ୍ତୋଷ ପ୍ରକାଶ ପାଇଛି।ରକ୍ତ ଅଭାବରୁ ଗତ ୨୦ ତାରିଖ ଦିନ ଧର୍ମଗଡ଼ ରକ୍ତ ଭଣ୍ଡାରକୁ ଚିକିତ୍ସା ପାଇଁ ଆସିଥିବା ୩ ବର୍ଷ ଶିଶୁ ର ମୃତ୍ୟୁ ଘଟିଛି। ଉକ୍ତ ଘଟଣାକୁ ନେଇ ପରିବାର ଲୋକେ ଧର୍ମଗଡ଼ ସରକାରୀ ଚିକିତ୍ସାଳୟ ସାମ୍ନା ଜାତୀୟ ରାଜପଥ-୨୬ ରେ ଶିଶୁ ର ଶବ ରଖି ରାସ୍ତା ଅବରୋଧ କରିଥଲେ।ବନ୍ଦ ହୋଇ ଯାଇଥିବା ରକ୍ତ ଭଣ୍ଡାରକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ପାଇଁ ଡିଫାଇନ୍ କଲାହାଣ୍ଡି ଦାବୀ କରିଛିଏହି ରକ୍ତ ଭଣ୍ଡାରରେ ଧର୍ମଗଡ଼ ସମେତ ଜୟପାଟଣା, କୋକସରା, କଲମପୁର, ଗୋଲାମୁଣ୍ଡା, ଏବଂ ପଡ଼ୋଶୀ ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳ ସମେତ ପଡୋଶୀ ରାଜ୍ୟ ଛତିଶଗଡ ଅଞ୍ଚଳରୁ ପ୍ରତିଦିନ ଶତାଧିକ ରୋଗୀ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ରକ୍ତଭଣ୍ଡାର ବନ୍ଦ ଯୋଗୁଁ ଜରୁରୀକାଳୀନ ସମୟରେ ରକ୍ତ ଉପଲବ୍ଧ ହୋଇପାରୁ ନାହିଁ। ଫଳରେ ରୋଗୀଙ୍କ ଜୀବନ ରକ୍ଷା ଚିକିତ୍ସା ଗମ୍ଭୀର ଭାବେ ବାଧାପ୍ରାପ୍ତ ହେଉଛି ବୋଲି ଆବାହକ ଜୟନ୍ତ କୁମାର ନାୟକ ପ୍ରକାଶ କରିଛନ୍ତି। ଏହାର ସମଧାନ ନହେଲେ ଡିଫାଇନ୍ କଳାହାଣ୍ଡି ଆଗାମୀ ଦିନରେ ଆନ୍ଦୋଳନ ପାଇଁ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ସେ ପ୍ରକାଶ କରି ରକ୍ତ ଅଭାବରୁ ମୃତ ଶିଶୁ ର ପରିବାର କୁ ଆବଶ୍ୟକ କ୍ଷତି ପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି।

Bidyadhara sahu nka report

Leave a Reply

Your email address will not be published. Required fields are marked *