ଧର୍ମଗଡ଼ ରେ ଯୁବକଙ୍କୁ ହତ୍ୟା ମାମଲା
ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କେବିଡି ବାଗମାରୁ ପଡା ରେ ଜଣେ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧର୍ମଗଡ଼ ଥାନା ପୁଲିସ। ମୃତ ଯୁବକ ଜଣକ ବାଗମାରୁ ପଡା ର ମୋହନ ହଂସ ଙ୍କ ପୁଅ ସନ୍ତୋଷ ହଂସ।
ପୁଲିସ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଯେ, ଗତ ୧୦ ତାରିଖ ସୋମବାର ରାତିରେ ଗୋପବନ୍ଧୁ ନଗର ପଡ଼ାର ସ୍ଵର୍ଗତ ବୁଧବାରୁ ବିଶି ର ପୁଅ ଭୁବନେ ବିଶି(୨୩) ସହିତ କୌଣସି କାରଣରୁ ହାତାହାତି ହୋଇଥଲା।ଭୁବନେ ବିଶି ତାକୁ ଧକ୍କା ଦେବାରୁ ସନ୍ତୋଷ ତଳେ କଚାଡି ହୋଇ ପଡ଼ିଥିଲା ଏଵଂ ଭୂବନେ ସେଠାରୁ ଫେରାର ହୋଇ ଯାଇଥିଲା।

ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସନ୍ତୋଷ ର ମୃତ୍ୟୁ ଘଟିଥିବା ପ୍ରକାଶ। ଏପଟେ ଘରକୁ ଫେରିବା ବିଳମ୍ବ ହେବାରୁ ସନ୍ତୋଷଙ୍କ ଭଉଣୀ ନିଜ ଭାଇ କୁ ଖୋଜିବାକୁ ଯାଇଥିବା ବେଳେ ବାଗମାରୁ ପଡା କେନାଲ ହୁଡ଼ା ରେ ନିଜ ଭାଇ ର ମୃତ ଦେହ ପଡିରହିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବାରୁ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲା। ଏ ସଂକ୍ରାନ୍ତ ରେ ବାପା ମୋହନ ହଂସ ଧର୍ମଗଡ ଥାନା ରେ ଏତଲା ଦେଇଥିବା ବେଳେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ଥିଲା। ତଦନ୍ତ ପରେ ଧର୍ମଗଡ଼ ଥାନା କେଶ ନମ୍ବର ୫୧/୧୦.୨.୨୦୨୬ ଦଫା ୧୦୩(୧) ଭାରତୀୟ ନ୍ୟାୟ ସଂହିତା ବଳରେ ଅଭିଯୁକ୍ତ ଭୂବନେ ବିଶି କୁ ଧର୍ମଗଡ଼ ଥାନା ପୁଲିସ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦର୍ଶନ ନାୟକ ସୁଚନା ଦେଇଛନ୍ତି।
ବିଦ୍ୟାଧର ସାହୁ ଙ୍କ ରିପୋର୍ଟ..
