ଧର୍ମଗଡ କୁ ରେଳ ଲାଇନ ସମ୍ପ୍ରସାରଣ ଆଶା ଉଜ୍ଜୀବିତ ହେଲା । ଧର୍ମଗଡ ସହର ଠାରୁ ୭କିମି ମଧ୍ୟ ରେ ହେବ ରେଳ ଷ୍ଟେସନ, କଥା ଦେଲେ ନବରଙ୍ଗପୁର ସାଂସଦ ।
“ମୁଇଁ କିରିଆ ପାରି କରି କହୁଛେ, ନବରଙ୍ଗପୁର ରେଳଲାଇନ୍ ଧରମଗଡ ହି କରି ହିଁ ଯିବା” ଏହା କଳାହାଣ୍ଡିଆ ଭାଷାରେ କହିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ। ଗତକାଲି ଧର୍ମଗଡ ଠାରେ କଳାହାଣ୍ଡି ଜିଲ୍ଲା ର ପଡୋଶୀ ଜିଲ୍ଲା ନବରଙ୍ଗ ପୁର ର ସାଂସଦ ବଳଭଦ୍ର ମାଝୀ ଙ୍କୁ ଧର୍ମଗଡ ନାଗରିକ ମଞ୍ଚ ପକ୍ଷ ରୁ ଏକ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସିଟିଜେନ ଫୋରମ୍ ର ଆବାହକ ତୁଷାର ରଞ୍ଜନ ପଟ୍ଟଯୋଶୀ , ବିଜେପି କେନ୍ଦ୍ରୀୟ ପରିଷଦ ସଦସ୍ୟ ଧନଞ୍ଜୟ ପାତ୍ର, ଧର୍ମଗଡ ନଗରପାଳ ଅଶୋକ ମହାନ୍ତି , ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଅବସର ରେ ଜୁନାଗଡ ଠାରୁ ନବରଙ୍ଗ ପୁର କୁ ସମ୍ପ୍ରସାରିତ ହେଉ ଥିବା ନୂତନ ରେଳ ଲାଇନ କୁ ପ୍ରସ୍ତାବିତ ଧର୍ମଗଡ ରେଳ ଷ୍ଟେସନ ଧର୍ମଗଡ ସହର ଠାରୁ ୭ କିମି ମଧ୍ୟ ରେ କରିବାକୁ ଉପସ୍ଥିତ ଜନ ସାଧାରଣ ସାଂସଦ ଶ୍ରୀ ମାଝୀ ଙ୍କୁ ଅନୁରୋଧ କରିଥିଲେ ।
ଉପସ୍ଥିତ ଲୋକ ଙ୍କ ଭାବାବେଗ କୁ ଦେଖି ସାଂସଦ ଶ୍ରୀ ମାଝୀ ଏହି ଘଟଣା ବିଷୟ ରେ କଳାହାଣ୍ଡି ସାଂସଦ ମାଲବିକା ଦେଓ,ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ଓ ସର୍ବୋପରି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ସହିତ ଆଗରୁ ଆଲୋଚନା କରି ସାରିଛନ୍ତି । ଧର୍ମଗଡ ସହର ଠାରୁ ୭ କିଲୋମିଟର ମଧ୍ୟ ରେ ପ୍ରସ୍ତାବିତ ଧର୍ମଗଡ ରେଳ ଷ୍ଟେସନ ହେବ ବୋଲି ସେ ପ୍ରତିଜ୍ଞା କରିଥିଲେ । ଏହି ଘୋଷଣା ଶୁଣିବା ପରେ ମଞ୍ଚାସିନ ଅତିଥି ଓ ଉପସ୍ଥିତ ଜନ ସାଧାରଣ ଙ୍କ ମଧ୍ୟ ରେ ଧର୍ମଗଡ ସହର ର ୭କିମି ମଧ୍ୟ ରେ ପ୍ରସ୍ତାବିତ ରେଳ ଷ୍ଟେସନ ହେବ ବୋଲି ଆଶା ସଞ୍ଚାର ହୋଇଛି ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଏନ ଏସି ର ଉପାଧ୍ୟକ୍ଷା ମନିଷା ମିଶ୍ର,ଧର୍ମଗଡ ଓକିଲ ସଂଘ ରୁ ପ୍ରଦୀପ ଦାସ, ସୁମନ୍ତ ପଣ୍ଡା,ରାଜେନ୍ଦ୍ର ମୁନି,ସନ୍ତୋଷ ମେହେର, କେମିଷ୍ଟ୍ରି ଏଣ୍ଡ ଡ୍ରଗିଷ୍ଟ ସଙ୍ଘର ସଂପାଦକ ହୃଷୀକେଶ ମିଶ୍ର,ସାମ୍ୱାଦିକ ସଂଘ ରୁ ବିରଞ୍ଚି ନାରାୟଣ ଜାଲ,ବୈଦ୍ୟନାଥ ବେହେରା, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର,ଲକ୍ଷ୍ୟ ଜ୍ୟୋତି ଜାଲ, ଚନ୍ଦ୍ର ଲହଜଲ,ବିଶ୍ବରଂଜନ ପାତ୍ର, ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ସୁକଲାଲ ଅଗ୍ରୱାଲ,ଯଶୋବନ୍ତ ମେହେର, ଶ୍ରବଣ ଅଗ୍ରୱାଲ,ଅଲ ଓଡ଼ିଶା ସିଡ୍ୟୁଲ କାଷ୍ଟ ଫେଡରେଶନ ରୁ ଦିଗାମ୍ବର ଦୂରିଆ, ଢଗ ନାଏକ,ଶିକ୍ଷକ ସଂଘ ରୁ ବିଶ୍ୱଜିତ୍ ବେହେରା,ରାଜେନ୍ଦ୍ର ଦୁରିଆ, ମାରୱାଡି ମହିଳା ସମିତି ର ସଦସ୍ୟା ମାନେ, ବରିଷ୍ଠ ନାଗରିକ ସଙ୍ଘର ନିରଞ୍ଜନ ମହାପାତ୍ର, ସୁନିଲ ପାତ୍ର, ଅଲେଖ ବେହେରା,ଘନଶ୍ୟାମ ଅଗ୍ରୱାଲ ଓ କର୍ମକର୍ତ୍ତା, ଭାରତୀୟ ଜନତା ପାର୍ଟି ରୁ ଅପରେଶ ସ୍ୱାଇଁ, ଶିଶୁଦେବ ମୁଣ୍ଡ,ଜନ୍ମେଜୟ ନାଏକ, ମନିଦ୍ରଭୂଷଣ ପାତ୍ର ସମେତ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ସଙ୍ଗଠନ ର ଶତାଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ଲକ୍ଷ୍ମୀକାନ୍ତ ବାଗ ପରିଚାଳନା କରି ଥିବା ବେଳେ ବଙ୍କିମ ଚନ୍ଦ୍ର ସାଗର ଧନ୍ୟବାଦ ଅର୍ପଣ କରିଥିଲେ ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….