ଧର୍ମଗଡ ରେ ମା’ ଗଜଲକ୍ଷ୍ମୀ ପୂଜା।

ଧର୍ମଗଡ ସହର ର ଚାରିଛକ ଠାରେ ଧନଦାତ୍ରୀ ମା, ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଉଦ୍ୟୋକ୍ତା ରାମଦାସ ମେହେର ଙ୍କ ପ୍ରତ୍ୟକ୍ଷ ଉଦ୍ୟମକ୍ରମେ ଗତବର୍ଷ ଠାରୁ ମା ଙ୍କର ପୂଜା ସହରରେ ଆରମ୍ଭ ହୋଇଥିବାରୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
ଗତ ୧୫ ତାରିଖ ଦିନ ଏକ ବିଶାଳ କଳସ ଯାତ୍ରା ସହ ଓ ମା ଙ୍କର ଅଁଳା ବରଣ ହୋଇଥଲା।୧୬ ତାରିଖ ଦିନ ମା ଙ୍କ ଯଥାରୀତି ପୂଜା ଆରମ୍ଭ ହୋଇ ଚକ୍ଷୁଦାନ ଓ ଜୀବନ୍ୟାସ ପରେ ମା’ ଙ୍କ ମୁଖ ଦର୍ଶନ ହୋଇଛି। ପ୍ରତିଦିନ ମା ଙ୍କ ଉପଚାର ପୂଜା, ପୁରାଣ ପାଠ, ହବନ, ମଣ୍ଡଳ ପୂଜା ମଣ୍ଡପରେ ଚାଲିଛି। ମା ଙ୍କ ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ପଣ୍ଡିତ ସୁରେଶ କୁମାର ଦାଶ, ସହଯୋଗୀ ପୂଜକ ବିଶ୍ବ ରଞ୍ଜନ ଆଚାର୍ଯ୍ୟ ଓ ରାଜାରାମ ଦାସ ନିୟୋଜିତ ଥିବା ବେଳେ ବେଳେ କର୍ତ୍ତା ଭାବେ ଶ୍ରୀ ବାଞ୍ଛାନିଧି ଯୋଶୀ ଓ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଯୋଶୀ ଦାୟିତ୍ଵ ନିର୍ବାହ କରୁଛନ୍ତି। ପ୍ରତ୍ୟହ ମା ଙ୍କର ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟହ ଅନ୍ନ ଭୋଗ ଓ ଶୁକ୍ଳ ଭୋଗର ବ୍ୟବସ୍ଥା କରାଯାଇଛି।ସମଗ୍ର ଅଞ୍ଚଳ କୁ ଉଜ୍ବଳ ଆଲୋକ ମାଳ ରେ ସୂସଜ୍ଜିତ କରାଯାଇଛି।ସ୍ଥାନୀୟ ମୂର୍ତ୍ତି କାରିଗର ସଦନ ବିହାରୀ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ଅଜିତ କୁମାର ସେନା ଓ ବାପି ପ୍ରଧାନ ମଣ୍ଡପ ସାଜ ସଜ୍ଜା ଓ କଳିଙ୍ଗ ଟେଣ୍ଟ
ହାଉସ ପକ୍ଷରୁ ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରାଯାଇଛି । ପୂଜା କମିଟି ର ସଭାପତି ନିରଞ୍ଜନ ମହାପାତ୍ର,ସଂପାଦକ ବିରଞ୍ଚି ବେହେରା,କୋଷାଧ୍ୟକ୍ଷ ଘନଶ୍ୟାମ ଭାଟି, ଅଜୟ ପଣ୍ଡା, ତ୍ରିଲୋଚନ ମୁଣ୍ଡ ଓ ଅନ୍ୟାନ୍ୟ ସଦସ୍ୟ ଙ୍କ ପ୍ରତ୍ୟକ୍ଷ ସହଯୋଗରେ ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି। ଆସନ୍ତା ୧୯ ତାରିଖରେ ପୂଜାର ପୂର୍ଣ୍ଣାହୁତି ସହ ମା ଙ୍କର ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..