August 20, 2026
Home » ଧାନର ସର୍ବନିମ୍ନ ସହାୟତା ଉପରେ ଇନପୁଟ ସବସିଡ ପ୍ରଦାନ କାର୍ଯ୍ୟକ୍ରମ

ଧାନର ସର୍ବନିମ୍ନ ସହାୟତା ଉପରେ ଇନପୁଟ ସବସିଡ ପ୍ରଦାନ କାର୍ଯ୍ୟକ୍ରମ

0
puri-v

ପୁରୀ : ସରକାର କୃଷି ଓ କୃଷକ ର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ।ସେଥିପାଇଁ ପ୍ରଥମ କ୍ୟାବିନେଟ ରେ କୃଷକ ମାନଙ୍କୁ ୮୦୦ ଟଙ୍କାର ସବସିଡ ପାଇଁ ମୋହର ମାରିଥିଲେ। ବଡ ଖୁସି ଓ ଗୌରବ ର କଥା ଯେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଚାଷୀ ମାନଙ୍କୁ ସେହି ୮୦୦ ଟଙ୍କା ସବସିଡ ପ୍ରଦାନ ର ଶୁଭାରମ୍ଭ ହେଉଛି।ଚଳିତ ବର୍ଷ ଚାଷୀ କ୍ୟୁଣ୍ଟାଲ ପିଛା ଧାନର ମୂଲ୍ଯ ୨୩୦୦ ଟଙ୍କା ଓ ସବସିଡ ୮୦୦ ଏହି ଭଳି ୩୧୦୦ ଟଙ୍କା ପାଇବେ ବୋଲି ମତ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ପରିଡ଼ା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ପରେ ବରଗଡ ଜିଲ୍ଲା ସୋହେଲାରୁ ମୁଖ୍ୟମନ୍ତ୍ରୀ ଙ୍କ ରାଜ୍ୟ ସ୍ତରୀୟ ଉଦଘାଟନ ସିଧା ପ୍ରସାରଣ କରା ଯାଇଥିଲା ଯେଉଁ ଥିରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କ ଆକାଉଣ୍ଟ କୁ ସବସିଡ ଅର୍ଥ ପ୍ରଦାନ କରିଥିଲେ।ନିଜ ଅଭିଭାଷଣ ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆମ ସରକାର ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଶ୍ୱାସ କରେ ବୋଲି କହିଥିଲେ।ସୁଭଦ୍ରା ଯୋଜନା ରେ ୮୦ ଲକ୍ଷ ରୁ ଉର୍ଦ୍ଧ୍ବ ମା ଙ୍କୁ ସାମିଲ କରାଯାଇଛି।ଚଳିତ ଖରିଫ ଋତୁରେ ପୁରୀ ଜିଲ୍ଲାରେ ୪୯୨୭୬ ଚାଷୀ ଅନଲାଇନ ରେ ସୋସାଇଟି ମାଧ୍ୟମରେ ପଞ୍ଜିକରଣ କରିଥିବା ବେଳେ ଯାଞ୍ଚ ପରେ ୪୯୨୪୦ ଯୋଗ୍ୟ ବିବେଚିତ ହୋଇଛନ୍ତି।ଚଳିତ ବର୍ଷ ୧୮୪ ଗୋଟି ସୋସାଇଟି ଓ ୩ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ ରେ ନିୟୋଜିତ ଅଛନ୍ତି।୨୧ ଗୋଟି ମିଲର ଜିଲ୍ଲାର ଧାନ ସଂଗ୍ରହ ରେ ସହଯୋଗ କରିବେ।କୌଣସି କଟନି ଛଟନି ହେବ ନାହିଁ କିମ୍ବା ଧାନ ସଂଗ୍ରହ ରେ ଯେପରି ସମସ୍ୟା ରହିବ ନାହିଁ ସେଥିପାଇଁ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ମଣ୍ଡି ଜଗିବାର ଦାୟିତ୍ୱ ଦିଆଯାଇଛି।ଧାନର ପ୍ରାପ୍ୟ ୩୧୦୦ ଟଙ୍କା ଡିବିଟି ମାଧ୍ୟମରେ ଚାଷୀ ଙ୍କ ଆକାଉଣ୍ଟ କୁ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ପଠାଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଥିଲେ।ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ସରକାର କୃଷକ ମାନଙ୍କ ପାଇଁ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଏହି ଇନପୁଟ ସହାୟତା କୃଷକ ଙ୍କୁ ସେମାନଙ୍କ ଚାଷ ପାଇଁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମନୋବଳକୁ ବୃଦ୍ଧି କରିବ ବୋଲି କହିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ବରିଷ୍ଠ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, କୃଷକ ମାନେ ଯୋଗ ଦେଇଥିଲେ।

ସୂଚନା ଯୋଗ୍ୟ ଯେ ଆସନ୍ତା ଜାନୁୟାରୀ ୩ ତାରିଖରୁ ବ୍ରହ୍ମଗିରି, ପିପିଲି ଓ କୃଷ୍ଣ ପ୍ରସାଦ ବ୍ଲକ ଅଞ୍ଚଳର ଧାନ ସଂଗ୍ରହ କରାଯିବ।ଜାନୁଆରୀ ୭ ତାରିଖରୁ ଅନ୍ୟାନ୍ୟ ସମସ୍ତ ବ୍ଲକ ଅଞ୍ଚଳ ରୁ ଧାନ ସଂଗ୍ରହ କରାଯିବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୧୬୮୬୦୩ କ୍ୟୁଣ୍ଟାଲ ଧାନ ସଂଗ୍ରହ କରାଯିବ।ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଲକ୍ଷ୍ୟ ବୃଦ୍ଧି କରାଯିବ।ଅଭାବୀ ଧାନ ବିକ୍ରି ଓ ବେନିୟମ କିଣା ବିକାକୁ ପ୍ରତିହତ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ସମବାୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ସୂଚନା ଦେଇଛନ୍ତି।

puri epa ru soubhagya pattanayak nka report

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed