ୱାରିୟର୍ସ କପ୍–୨୦୨୬: ଓପନ୍ ନ୍ୟାସନାଲ୍ ତାଇକୋଣ୍ଡୋ ଚାମ୍ପିୟନସିପ୍ ଉଦଯାପିତ
ନିଷ୍ଟ ବିଶ୍ୱବିଦ୍ୟାଳୟରେ ୬୫୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ଯୋଗଦାନ, ଚାମ୍ପିୟନ ଟ୍ରଫି ହାତେଇଲା କଳାହାଣ୍ଡି ଦଳ
ବ୍ରହ୍ମପୁର,: ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ବ୍ରହ୍ମପୁର (TAB) ପକ୍ଷରୁ ନିଷ୍ଟ ବିଶ୍ୱବିଦ୍ୟାଳୟ, ଗୋଳନ୍ଥରା ସ୍ଥିତ ଇନଡୋର ଷ୍ଟାଡିୟମ୍ଠାରେ ନଭେମ୍ବର ୧୪ ଓ ୧୫ ତାରିଖ ଦୁଇଦିନ ଧରି ଆୟୋଜିତ ୱାରିୟର୍ସ କପ୍–୨୦୨୬ ଓପନ୍ ନ୍ୟାସନାଲ୍ ତାଇକୋଣ୍ଡୋ ଚାମ୍ପିୟନସିପ୍ ସଫଳତାର ସହ ଉଦଯାପିତ ହୋଇଯାଇଛି।

ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୬୫୦ରୁ ଊର୍ଦ୍ଧ୍ୱ ଖେଳାଳି ଯୋଗଦେଇ ନିଜ ନିଜର କ୍ରୀଡ଼ା ନୈପୁଣ୍ୟ, ଶୃଙ୍ଖଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଦୁଇଦିନ ଧରି ଚାଲିଥିବା ଏହି ଚାମ୍ପିୟନସିପ୍ରେ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହପୂର୍ଣ୍ଣ ଓ ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।ପ୍ରତିଯୋଗିତାର ଶେଷରେ ଦଳଗତ ଚାମ୍ପିୟନସିପ୍ର ଫଳାଫଳ ଘୋଷଣା କରାଯାଇଥିଲାକଳାହାଣ୍ଡି ଚାମ୍ପିୟନ୍ ହୋ ଇଥିବାବେଳେପ୍ରଥମ ରନର୍ସ ଅପ୍: ଭଞ୍ଜନଗର ଦଳ।ଦ୍ୱିତୀୟ ରନର୍ସ ଅପ୍: ଜିଲ୍ଲା ତାଇକୋଣ୍ଡୋ ଏକାଡେମୀ, ଗଜପତି।
ଓ ତୃତୀୟ ରନର୍ସ ଅପ୍: ଜିଲ୍ଲା ତାଇକୋଣ୍ଡୋ ଏକାଡେମୀ, ଯାଜପୁର ହୋଇଅଛି।ଉଦଯାପନୀ ଉତ୍ସବରେ TABର ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ମୁନି, ୱାରିୟର୍ସ କପ୍–୨୦୨୬ର ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଏବଂ ଆୟୋଜକ କମିଟିର ସଦସ୍ୟ ଶ୍ରୀ ରଘୁନାଥ ପ୍ରଧାନ, ଶ୍ରୀ ଅଂଶୁମାନ ବେହେରା ଓ ଶ୍ରୀ ଦେବାଶିଷ ବେହେରା ଉପସ୍ଥିତ ରହି ବିଜୟୀ ଦଳଗୁଡ଼ିକୁ ଟିମ୍ ଟ୍ରଫି ପ୍ରଦାନ କରିଥିଲେ। ସେମାନେ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ଉଚ୍ଚସ୍ତରରେ ସଫଳତା ହାସଲ କରିବାକୁ ଉତ୍ସାହିତ କରିଥିଲେ।ଶେଷରେ ଆୟୋଜନ କମିଟିର ସମ୍ପାଦକ ତଥା ଆୟୋଜନ ସଚିବ ଇଂ. ସତ୍ୟନାରାୟଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସେ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାର ସଫଳ ଆୟୋଜନରେ ସହଯୋଗ କରିଥିବା ସମସ୍ତ ଖେଳାଳି, ପ୍ରଶିକ୍ଷକ, ଟେକ୍ନିକାଲ୍ ଅଫିସିଆଲ୍, ରେଫରି, ସ୍ୱେଚ୍ଛାସେବୀ, ଅତିଥି, ସ୍ପନ୍ସର ଓ ନିଷ୍ଟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।ଏହିପରି ଭାବେ ଶୃଙ୍ଖଳା, ଏକତା, କ୍ରୀଡ଼ା ମନୋଭାବ ଓ ଉତ୍କର୍ଷତାର ବାର୍ତ୍ତା ଦେଇ ୱାରିୟର୍ସ କପ୍–୨୦୨୬ ଏକ ସ୍ମରଣୀୟ ଅନୁଭୂତି ସହ ଉଦଯାପିତ ହୋଇଥିଲା।
