December 10, 2024
Home » ନକଲି ଏସସି ହଟାଅ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନକଲି ଏସସି ହଟାଅ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସାଇ ଗେଷ୍ଟ ହାଉସ ଠାରେ ନକଲି ଏସ ସି ହଟାଅ ପ୍ରସ୍ତୁତି ବୈଠକ ଅଲ୍ ଓଡିଶା କେଡିକେ ହଟାଅ କ୍ରିୟାନୁଷ୍ଠାନ କମିଟି ର ବରିଷ୍ଠ ଉପ ସଭାପତି ଦିକସନ୍ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ଆଇନଜୀବୀ ତଥା ସଙ୍ଗଠନର ରାଜ୍ୟ ସଂଯୋଜକ ଲକ୍ଷ୍ମଣ ଭରାସାଗର ଙ୍କ ଆବାହକତ୍ୱ ଏବଂ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ତଥା ସାଧାରଣ ସମ୍ପାଦକ ଡିଙ୍ଗର କୁମ୍ଭାର ଯୋଗଦେଇ ବୈଠକର ଲକ୍ଷ୍ୟ , ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଦୀର୍ଘ ସମୟ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ଅସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ ଭାବରେ ଅନୁସୂଚିତ ଜାତି ତାଲିକାରେ ଧସେଇ ପଶିଥିବା ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ମାନଙ୍କୁ ସଂପୂର୍ଣ୍ଣ ଭାବେ ବାଦ୍ ଦେବା ପାଇଁ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଙ୍କ ଅଫିସ୍ ସମ୍ମୁଖରେ ଚଳିତ ନଭେମ୍ବର ମାସ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନିଆଁ ଆମରଣ ଅନଶନରେ ବସିବା ସକାଶେ ନିଷ୍ପତ୍ତି ନିଆଯାଇଥିଲା । ବିଶେଷ କରି ପଶ୍ଚିମ ଓଡ଼ିଶା ର ପ୍ରାୟ ଏଗାର ଟି ଅର୍ଥାତ୍ ୧୮ ତାରିଖରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା , ୧୯ ତାରିଖରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲା , ୨୦ ତାରିଖରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା , ୨୧ ତାରିଖରେ ସୁନ୍ଦରଗଡ଼ , ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ଏବଂ ଶେଷ ଦିନ ୨୨ ତାରିଖରେ ବରଗଡ଼ ଜିଲ୍ଲାର ଅସ୍ପୃଶ୍ୟ ଅନୁସୂଚିତ ଜାତିର ପ୍ରତିନିଧି ମାନେ ଗଣଧାରଣାରେ ବସିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ଧନଞ୍ଜୟ ଦୀପ , ବାପୀ ବେହେରା , ଟିକେମନ ଦୀପ , ବିମ୍ବାଧର ଵାଗ , ସୁଦର୍ଶନ ପାଣ୍ଡବ , ବିଶ୍ବମ୍ବର ମହାନନ୍ଦ , ଚନ୍ଦ୍ର ମୋହନ ନାୟକ, ହେମନ୍ତ ତାଣ୍ଡି , ଟିକେଲାଲ କୁମ୍ଭାର , ଜୀବର୍ଦ୍ଧନ ହାତୀ , ଧନେଶ୍ଵର ନାଗ , ଅର୍ଜ୍ଜୁନ ମୁଗ୍ରୀ , ଭକ୍ତବନ୍ଧୁ ନାଗ , ବସନ୍ତ କୁମାର ଖୁରା , ଶ୍ରୀନିବାସ ହାତୀ , ସୁବ୍ରତ କୁମାର ଜଗଦଲା , ଜୟରାମ ହରିପାଲ , ଶଣ୍ଢେଶ୍ୱର ଜଗଦଲା , ନିତେଇ ପାଲ୍ , ମୋହନ ମହାନନ୍ଦ , ହରବ୍ରତ ସେନାପତୀ , ରାମଚନ୍ଦ୍ର ମହାନନ୍ଦ , ଦିଲ୍ଲୀପ ଦିଗାଲ , ନିରଞ୍ଜନ ଦିଗାଲ , ରମେଶ ମହାନନ୍ଦିଆ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ଗଣ୍ଡା ପଡ଼ାବାସୀ ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ ସଙ୍ଗଠନର ଅନ୍ୟତମ ରାଜ୍ୟ ଉପ ସଭାପତି ସୁଧାଂଶୁ ଡାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେl

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *