ନବଘନପୁରରେ ବିଜେପିର ବଡ଼ ମିଶ୍ରଣ ପର୍ବର ସଙ୍କେତ
ନୟାଗଡ଼ ( ଇପିଏ )ନୟାଗଡ଼ର ପୁରୁଣା ରାଜବାଟୀ ପରିସରରେ ଆଜି ଏକ ଉତ୍ସାହପୂର୍ଣ୍ଣ ରାଜନୈତିକ ପରିବେଶ ସୃଷ୍ଟି ହୋଇଥିଲା। ନବଘନପୁର ଗ୍ରାମର ଯୁବନେତା କବିରାଜ ସାହୁଙ୍କ ନେତୃତ୍ୱରେ ପ୍ରାୟ ୩୫୦ରୁ ଅଧିକ ଯୁବକ ଘଡୁଆଳ ଠାରୁ ଏକ ବିଶାଳ ବାଇକ୍ ରାଲି କରି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ, ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କୁ ପୁରୁଣା ରାଜବାଟୀକୁ ପାଛୋଟି ଆଣି ଭବ୍ୟ ସ୍ୱାଗତ ଜଣାଇଥିଲେ।


ଏହି ଅବସରରେ କବିରାଜ ପ୍ରଧାନ ରାଣୀ ମାଙ୍କୁ ନବଘନପୁର ଗ୍ରାମ ପଞ୍ଚାୟତରେ ଏକ ବିରାଟ “ମିଶ୍ରଣ ପର୍ବ” ଆୟୋଜନ ପାଇଁ ତାରିଖ ଘୋଷଣା କରିବାକୁ ଅନୁରୋଧ କରିଥିଲେ।


ରାଣୀ ମା ଏହି ଅନୁରୋଧକୁ ସ୍ୱୀକାର କରି ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ମିଶ୍ରଣ ପର୍ବରେ ନବଘନପୁର ଗ୍ରାମ ପଞ୍ଚାୟତର ପ୍ରାୟ ୨୦୦୦ରୁ ଅଧିକ ବିଜେଡି କର୍ମୀ ଓ ସମର୍ଥକ ବିଜେପିରେ ଯୋଗଦେବେ ବୋଲି କବିରାଜ ପ୍ରଧାନ ରାଣୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ଉତ୍ସାହ ଦେଖି ଆଗକୁ ବିଜେପି ସଂଗଠନ ସୁଦୃଢ ହେବ ବୋଲି ଅନୁମାନ କରାଯାଏ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
