ନବିନ ସୂତ୍ରଧର ଫଟୋ ସମ୍ମାନ ସହିତ ପ୍ରତିଭା ସମ୍ମାନ ପ୍ରଦାନ
ଭୁନେଶ୍ୱରସ୍ଥିତ ଜୟଦେବ ଭବନ ରେ ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପଞ୍ଚମ ରାଜ୍ୟସ୍ତୀୟ ଫଟୋ ପ୍ରଦର୍ଶନୀ ର ଉଦଯାପନୀ ଉତ୍ସବ ତଥା ସମ୍ମାନ ପ୍ରଦାନ ଅନୁଷ୍ଠିତ ହୋଇଯାଇଛି।ଯେଉଁଥିରେ ଫଟୋ ପ୍ରଦର୍ଶନୀ ରେ ଭାଗନେଇ ଥିବା ୪ଜଣ ଫଟୋଗ୍ରଫାର (ଉଦୟନ ସାରଥୀ, ଶ୍ରୀହର୍ଷ ମିଶ୍ର,ସତ୍ୟ ପ୍ରକାଶ ରାଉତ ଓ ମମତା ପାରମାର)ଙ୍କୁ ବେଷ୍ଟ ଫଟୋ ସମ୍ମାନ ସହିତ ଆଠ ଜଣ ପ୍ରତିଭାବାନ ଯୁବ ଫଟୋ ଗ୍ରଫାର(ଆଶୁତୋଷ ପାଢ଼ୀ,ନବିନ କୁମାର ପରିଡ଼ା,ସୌରଭ ଦତ୍ତ,ପ୍ରତାପ ବେହେରା, ଜ୍ଞାନେନ୍ଦ୍ର ଜ୍ୟୋତି ଖୁଣ୍ଟିଆ, ଅନ୍ତର୍ଯ୍ୟାମୀ ଦାସ,ଶ୍ରୀତମ ସେଠି ଓ ବରୁଣ ପଟ୍ଟନାୟକ )ଙ୍କୁ ଉଦୀୟମାନ ଫଟୋ ଗ୍ରାଫର ଭାବେ ସମ୍ମାନିତ କରାଯାଇଛି।ଏଥି ସହିତ ବରିଷ୍ଠ ସାମ୍ୱାଦିକ ତଥା ସିନେ ଅଭିନେତା ଶ୍ରୀଯୁକ୍ତ ସମ୍ପଦ ମହାପାତ୍ର,ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବିଜୟ ଅମୃତ କୁଲାଂଗେ,ବରିଷ୍ଠ ପୋଲିସ ଅଧିକାରୀ ତଥା ନାଟ୍ୟକାର ମାନସ ଗଡ଼ନାୟକ , ଇମ୍ଫା ର ଲୋକସମ୍ପର୍କ ଅଧିକାରୀ ପ୍ରଦୀପ ବେହେରା,କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ତଥା ସମାଜସେବୀ ଶ୍ରୀ ପ୍ରଦୀପ୍ତ କୁମାର ସାହୁ(ବାବୁଲି ଦହିବରା)

,ବିଶିଷ୍ଟ କଣ୍ଠଶିଳ୍ପୀ ଦିପ୍ତିମୟି ଦାସ,ଯୁବ ଉଦ୍ୟୋଗୀ ନିତ୍ୟାନନ୍ଦ ସାହୁ ଏବଂ ଯୋଗ ଶିକ୍ଷକ ତଥା ପ୍ରକୃତି ପ୍ରେମୀ ଫଟୋଗ୍ରାଫର ଶ୍ରୀ ରଞ୍ଜନ ପାତ୍ର ପ୍ରମୁଖ ଙ୍କୁ ନବିନ ସୂତ୍ରଧର ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।ଆଜିର ଏହି ପୁରସ୍କାର ବିତରଣ ଉତ୍ସବରେ ବିଶିଷ୍ଟ ସ୍ଥାପତ୍ୟ ଶିଳ୍ପୀ ପଦ୍ମଶ୍ରୀ ଅଦ୍ଵିତ ଗଡ଼ନାୟକ, ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ର ଅଧକ୍ଷ ବିଶିଷ୍ଟ ସିନେ ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ଏକାମ୍ର ଭୁବନେଶ୍ୱର ର ବିଧାୟକ ଶ୍ରୀ ବାବାଉ ସିଂ, କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ,ବିଶିଷ୍ଟ ଲେଖକ ଓ ଉଦ୍ୟୋଗପତି ଶ୍ରୀ ଦେବୁ ପଟ୍ଟନାୟକ,ବିଶିଷ୍ଟ କବି ଶ୍ରୀଯୁକ୍ତ ରକ୍ଷକ ନାୟକ,ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ଉମାଶଙ୍କର ଦାସ ଓ ସମାଜସେବୀ ରୁଦ୍ର ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦାନ କରି ଫଟୋଗ୍ରାଫି ର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଏହା ସହିତ ଏହି ଫଟୋ ପ୍ରଦର୍ଶନୀ ରେ ଭାଗନେଇଥିବା ସମସ୍ତ ଫଟୋଗ୍ରାଫର ଙ୍କ କାର୍ଯ୍ୟର ପ୍ରଶଂସା କରିବା ସହ ଅନୁଷ୍ଠାନ ର ପଦକ୍ଷେପ ପାଇଁ ମାର୍ଗ ଦର୍ଶନ କରିବା ସହ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।ଏହିଭଳି କାର୍ଯ୍ୟ କୁ କିପରି ଆଗାମୀ ଦିନରେ ଆହୁରି ବ୍ୟବସ୍ଥିତ ଭାବେ ଆୟୋଜନ କରିବା ଏବଂ ଓଡ଼ିଶାର କଳା ସଂସ୍କୃତି ଓ ଲୋକ ପରମ୍ପରା ର ମହନୀୟତା କୁ ଫଟୋଗ୍ରାଫି ମାଧ୍ୟମରେ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା ସେ ଦିଗରେ କାର୍ଯ୍ୟ କରିବା କୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଯୁବ ତଥା ଉଦୀୟମାନ ଓଡ଼ିଆ ଅଧ୍ୟାପକ ଶ୍ରୀ ଜ୍ଞାନାନନ୍ଦ ସାଗର ବେହେରା ସଞ୍ଚାଳନ କରି ଥିବା ବେଳେ ଶ୍ରୀ ଲକ୍ଷ୍ମୀକାନ୍ତ ଦାସ ନବିନ ସୂତ୍ରଧର ଟ୍ରଷ୍ଟ ର ଅଧକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ ।ସୂଚନାଯୋଗ୍ୟ କି ଏହି ପ୍ରଦର୍ଶନୀ ସର୍ବସାଧାରଣ ଙ୍କ ପରିଦର୍ଶନ ନିମନ୍ତେ ୨୨ ତାରିଖ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଖୋଲା ଅଛି,ଇଚ୍ଛୁକ ଫଟୋପ୍ରେମି ଦର୍ଶକ ଏହି ସମୟ ଭିତରେ ଆସି ପ୍ରଦର୍ଶିତ ଫଟୋ ର ଆନନ୍ଦ ନେଇ ପାରିବେ ।
