ନବ ଜାତ ଶିଶୁ ପୁତ୍ର ଉଦ୍ଧାର
ସୁବର୍ଣ୍ଣପୁର — ପୋଖରୀ ହୁଡ଼ା ରୁ ଜୀବିତ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାପୁର ଗ୍ରାମ ନିକଟରେ ଥିବା କଟାବନ୍ଧ ହିଡରେ ଏକ ନବ ଶିଶୁପୁତ୍ର ପଡ଼ିଥିବା ଦେଖିଥିଲେ କିଛି ଲୋକ । ତୁରନ୍ତ ଶିଶୁଙ୍କୁ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶିଶୁ ପାଖରେ କିଛି କୁକୁର ବୁଲୁଥିବା ଜଣାପଡିଥିଲା । ବର୍ତ୍ତମାନ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ କିଏ ଓ କାହିଁକି ଶିଶୁପୁତ୍ର କୁ ପକାଇଛି ତାହା ସ୍ପଷ୍ଟ ଜଣା ପଡି ନାହିଁ । ଏ ସମ୍ପର୍କ ରେ କେତେକ ଗଣମାଧ୍ୟମ ପ୍ରତିନିଧି ବୀରମହାରାଜପୁର ଥାନା ର IIC ଯଯାତି କିଶୋର ସାହୁ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଘଟଣା ସମ୍ପର୍କ ରେ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ହସ୍ତ ଗତ ହେଇ ପାରିନାହିଁ l ଏହି ଘଟଣା ଉପରେ ତଦନ୍ତ ଚାଲିଛି ବୋଲି ପୋଲିସ ସୂଚନା ଦେଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
