ନମ୍ରତା ଫାଉଣ୍ଡେସନ ପକ୍ଷରୁ ବାଉଁଶୁଣୀ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର –ଆଜି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବାଉଁଶୁଣୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନମ୍ରତା ଫାଉଣ୍ଡେସନ ବାଉଁଶୁଣୀ ଏବଂ ମହାନଦୀ ନେତ୍ର ଚିକିତ୍ସାଲୟ ପଣ୍ଡାପାଲି ବୀରମହାରାଜପୁର ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ସକାଳ ୧୦ଘ. ରୁ ଆରମ୍ଭ ହୋଇ ୧.୦୦ଘ ରେ ଶେଷ ହୋଇଥିଲା,ଏହି ଶିବିରରେ ବାଉଁଶୁଣୀ, ଅଁଳାପାଲି, ଗୋଛାପଡା, ମନୁପାଲି, ବହିରା ପଞ୍ଚାୟତ ଏବଂ ଆଖ ପାଖ ଅଞ୍ଚଳ ର ଅନେକ ରୋଗୀ ନିଜର ଚକ୍ଷୁ ପରୀକ୍ଷା କରିବା ସହିତ ଯାହାର ଚଷମା ଦରକାର ପଡିଥିଲା ସମ୍ପୂର୍ଣ ମାଗଣା ରେ ଦିଆଯଇଥିଲା ଏବଂ ଯେଉଁ ରୋଗୀ ମାନଙ୍କର ମତିଆ ବିନ୍ଦୁ ଅପରେସନ ଦରକାର ଥିଲା ତାଙ୍କୁ ପଣ୍ଡାପାଲି ହସ୍ପିଟାଲ କୁ ନିଆଯାଇ ସମ୍ପୂର୍ଣ ମାଗଣାରେ ଅପରେସନ ର ବ୍ୟବସ୍ଥା କରାଯାଇଛି ,ଏହି ଶିବର ରେ ନମ୍ରତା ଫାଉଣ୍ଡେସନ ର ସକ୍ରିୟ ସଦସ୍ୟ ମହେନ୍ଦ୍ର ମହାକୁଳ,ପ୍ରଶାନ୍ତ କୁମାର ମହାକୁଳ, ଅବିନାଶ ମିଶ୍ର, ସହସ୍ରାଂଶୁ ମହାକୁଳ,ନିରଞ୍ଜନ ଗେଜ, ଶ୍ରୀକାନ୍ତ ପାତ୍ର, ବାଉଁସୁଣୀ ପଞ୍ଚାୟତ ସମିତି ସଭ୍ୟ ପ୍ରମୋଦ ଦେହୁରୀ ଏବଂ ମହାନଦୀ ନେତ୍ର ଚିକିତ୍ସାଲୟ ର କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର କୁ ସଫଳ କରିବାରେ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
