ନଶା ମୁକ୍ତ ଓଡିଶା ଅଭିଯାନ ଓ ଦମନ ମିଶନ ପ୍ରତି ସୁବର୍ଣ୍ଣପୁର ପୋଲିସ ର ଦୃଢ ପଦକ୍ଷେପ
ସୁବର୍ଣ୍ଣପୁର —ନଶା ମୁକ୍ତ ଓଡିଶା ଅଭିଯାନ ଓ ଦମନ ମିଶନ ପ୍ରତି ସୁବର୍ଣ୍ଣପୁର ପୋଲିସ ର ଦୃଢ ପଦକ୍ଷେପ ଯୋଗୁଁ ଜିଲ୍ଲା ରେ ବ୍ୟାପକ ଭାବେ ଚୋରା ଗଞ୍ଜେଇ କାରବାର ଉପରେ ଚଢ଼ାଉ କରାଯାଉଛି l ଏହି ପରିପ୍ରେକ୍ଷୀରେ 27/09/26 ରେ ମୋଟ 3 ଟି NDPS ମାମଲା ରୁଜୁ କରାଯାଇଛି l ଗୋଟିଏ ଘରୁ ଗଞ୍ଜେଇ, କଫ ସିରଫ, ଏୟାର ପିସ୍ତଲ ଓ ନଗଦ ଟଙ୍କା, ଏକ କାର ( ନମ୍ବର OD -08M-4476 )ଓ ପଲସର ମୋଟରସାଇକେଲ ( ନମ୍ବର OD -31C- 9684) ଜବତ କରିଛି ସୋନପୁର ପୋଲିସ l ଏଥିସହ ଦୁଇଜଣ ଙ୍କୁ ଅଟକ ରଖାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନାର ଏକ ଟିମ୍ ଜନମୁରା ଗ୍ରାମସ୍ଥିତ ଅଭିଯୁକ୍ତ ରାଜେଶ ମିଶ୍ରଙ୍କ ଘରେ ଚଢ଼ାଉ କରିଥିଲେ । ତଲାସୀ ସମୟରେ ପୋଲିସ ଟିମ୍ 41.15 କିଲୋଗ୍ରାମ ଗଞ୍ଜେଇ, 380 (WINCEREX) ବୋତଲ କଫ୍ ସିରପ୍, 1ଟି ଏୟାର ପିସ୍ତଲ ଏବଂ ନଗଦ ₹୧,୧୯,୦୦୦/- ଓ Swift Dizire କାର ଓ ଏକ ପଲସର ମୋଟରସାଇକେଲ ଜବତ କରିଛନ୍ତି । ଘରର ମାଲିକ ଜବତ ହୋଇଥିବା ଉପରୋକ୍ତ ସାମଗ୍ରୀଗୁଡ଼ିକ ନିଜ ଦଖଲରେ ରଖିବା ସମ୍ପର୍କରେ କୌଣସି ବୈଧ ଦଲିଲ କିମ୍ବା ଆଇନସମ୍ମତ କାରଣ ଉପସ୍ଥାପନ କରିପାରିନଥିଲେ ପୋଲିସ ନିକଟରେ । ଏସମ୍ପର୍କରେ ସୋନପୁର ପୋଲିସ କେଶ ନମ୍ବର -343/27/09/2026,U/s- 20( b)(ii)( C)/25/29/21( b)NDPS Act /25ARMS Act. ରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି ।

ଏହି ମାମଲାରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଜନମୁରା ଗ୍ରାମର ବଳମକୁନ୍ଦ ମିଶ୍ର ଙ୍କ ପୁଅ ରାଜେଶ ମିଶ୍ର ( 30) ଓ ଉତ୍ତରପ୍ରଦେଶ ରାଜ୍ୟ ର ଚିତ୍ରକୋଟ ଜିଲ୍ଲା କରବି ଚିତ୍ରକୋଟ ର ଚୁନବାଦ ପ୍ରସାଦ ଙ୍କ ପୁଅ କରଣ ପ୍ରସାଦ (21) ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି ଏବଂ ଆଇନ ଅନୁଯାୟୀ ସେମାନଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ l ଏହି ଘଟଣା ରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି l ସେହିପରି ଜିଲ୍ଲା ର ବୀରମହାରାଜପୁର ପୋଲିସ ପକ୍ଷରୁ 82.6 କିଲୋଗ୍ରାମ ଗଞ୍ଜେଇ, ଗୋଟିଏ ମାରୁତି ଗ୍ରାଣ୍ଡ ଭିଟାରା ( ନମ୍ବର OD -02CF-5111) ଏବଂ ନଗଦ 20,000/ ଟଙ୍କା ଜବତ କରାଯାଇଛି l ଏହି ଘଟଣା ରେ ଝାରଖଣ୍ଡ ରାଜ୍ୟ ପାଲାମୁ ଜିଲ୍ଲା ସତବ୍ରାୱା ଥାନା ବାରିଉ ଗ୍ରାମର ଅଖିଳେଶ୍ୱର ସିଂହ ଙ୍କ ପୁତ୍ର ଅମରଜିତ ସିଂହ ( 24), ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲା କୁଟୁମ୍ବା ଥାନା ବାରୱାଧି ଗ୍ରାମର ଯୋଗୀନ୍ଦ୍ର ସିଂହ ଙ୍କ ପୁତ୍ର ଅନୁରାଗ ସିଂହ (19) ଓ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଦ୍ରୁକିଆ ଗ୍ରାମର ତିଜୁରା ମଲ୍ଲିକ ଙ୍କ ପୁତ୍ର ସତ୍ୟନାଥ ମଲ୍ଲିକ (47) ତିନିଜଣ ଙ୍କୁ ଗିରଫ କରାଯାଇଛି l ବୀରମହାରାଜପୁର ପୋଲିସ କେଶ ନମ୍ବର 234/27/09/2026,U/s -20( b)(ii)C/29 NDPS Act ରେ ମାମଲା ରୁଜୁ ହୋଇଥିବା ବେଳେ ଉଲୁଣ୍ଡା ପୋଲିସ ପକ୍ଷରୁ 22.58 କିଲୋଗ୍ରାମ ଗଞ୍ଜେଇ ସହ ବ୍ୟବହୃତ ଟୋୟୋଟା କାର ( ନମ୍ବର JH -01-HG-9896) କୁ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିପାରିନାହିଁ ପୋଲିସ l ଅଭିଯୁକ୍ତ ମାନେ ଉଲୁଣ୍ଡା ଅଞ୍ଚଳ ର ଜଙ୍ଗଲ ରେ ଗଞ୍ଜେଇ ବୋଝେଇ କାର ଟିକୁ ଛାଡି ଘଟଣାସ୍ଥଳ ରୁ ଫେରାର ହୋଇଯାଇଛନ୍ତି l ଫେରାର ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଛି ଓ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ l ଏ ନେଇ ଉଲୁଣ୍ଡା ପୋଲିସ କେଶ ନମ୍ବର 188/28/09/2026,U/s- 20( b)(ii)( C)/25/29 NDPS ACT ରେ ମାମଲା ରୁଜୁ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ରେ 01/01/2026 ଠାରୁ 27/09/2026 ପର୍ଯ୍ୟନ୍ତ ଗଞ୍ଜେଇ ମାମଲା ରେ 121 ଟି, କଫ ସିରଫ ମାମଲା ରେ 10 ଟି, ଅଫିମ ରେ 1 ଟି କେଶ ରେଜିଷ୍ଟର ହୋଇଛି l ଗଞ୍ଜେଇ ମାମଲା ରେ 173 ଜଣ ଙ୍କୁ ଗିରଫ କରାଯାଇଛି ଓ 44 ଟି ଚାରିଚକିଆ ଗାଡି, 65 ଟି ଦୁଇଚକିଆ, 4 ଟି ଟ୍ରକ ଓ 151 ଟି ମୋବାଇଲ ଜବତ କରାଯାଇଛି l କଫ ସିରଫ ମାମଲା ରେ 9 ଟି ଚାରିଚକିଆ, ଗୋଟିଏ ଟ୍ରକ ଓ 26 ଟି ମୋବାଇଲ ଜବତ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l ମୋଟ 132 ଟି ମାମଲା ରୁଜୁ ହୋଇଥିବା ବେଳେ 176 ଜଣଙ୍କୁ ଗିରଫ କରାଯାଇଛି l ଆଗକୁ ଏହି ଅଭିଯାନ ଆହୁରି ଜୋରଦାର ହେବ ବୋଲି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
