August 7, 2026
Home » ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର:ପୁଲିସର ତଦନ୍ତ ଜାରି ।

ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର:ପୁଲିସର ତଦନ୍ତ ଜାରି ।

0
WhatsApp Image 2026-08-07 at 3.51.50 PM (1)

ଯୋଡ଼ା : କେନ୍ଦୁଝର ଜିଲ୍ଲାର ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦା ଗ୍ରାମ ନିକଟରେ ଥିବା ଜେ ଏସଡବ୍ଲୁ ନୂଆଗାଁ ଆଇରନ୍ ଖଣି ଲିଜ୍ ପରିସରର ଜଙ୍ଗଲରୁ ଗୁରୁବାର ଜଣେ ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମୃତ ନାବାଳକ ଜଣକ ବରପଦା ଗ୍ରାମର ମଦନ ମୁଣ୍ଡା (୧୪) ବୋଲି ଚିହ୍ନଟ ହୋଇଛନ୍ତି।ସ୍ଥାନୀୟ ଲୋକ ଜଙ୍ଗଲରେ ମୃତଦେହ ପଡ଼ିଥିବା ଦେଖି ରୁଗୁଡ଼ି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି  ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।ଟଣା ପରେ ବରପଦା ଗ୍ରାମରେ ଶୋକ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିବାବେଳେ ରୁଗୁଡ଼ି ଥାନା ଅଧିକାରୀ ସମ୍ପଦ କୁମାର ମହାନ୍ତି ଗ୍ରାମବାସୀଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ଶାନ୍ତ କରିଥିଲେ।

ପୁଲିସ ସୂଚନା ଅନୁଯାୟୀ, ମୃତଦେହ ଅତ୍ୟଧିକ ଗଳିତ ଅବସ୍ଥାରେ ଥିବାରୁ ପ୍ରାଥମିକ ତଦନ୍ତରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ଏହା ହତ୍ୟା, ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣଜନିତ ମୃତ୍ୟୁ କି ନୁହେଁ, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ପରେ ସ୍ପଷ୍ଟ ହେବ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *