May 15, 2025
Home » ନାବାଳକ ଶିବ ଭକ୍ତଙ୍କ ନିଆରା ଭକ୍ତି…. ଶ୍ରାବଣ ର ଶେଷ ସୋମବାର…. ଏକ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ନାବାଳକ ଶିବ ଭକ୍ତ।

ନାବାଳକ ଶିବ ଭକ୍ତଙ୍କ ନିଆରା ଭକ୍ତି…. ଶ୍ରାବଣ ର ଶେଷ ସୋମବାର…. ଏକ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ନାବାଳକ ଶିବ ଭକ୍ତ।

0
WhatsApp Image 2024-07-29 at 1.28.38 PM

ଶ୍ରାବଣ ମାସ ବୋଲ୍ ବମ୍ ଭକ୍ତ ଙ୍କ ଶିବ ଆରାଧନା ର ସମୟ। ଏହି ପବିତ୍ର ମାସରେ ସବୁ ଶିବ ମନ୍ଦିର ରେ ବୋଲ୍ ବମ୍ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ। ମାନସିକ କରିଥିବା ଭକ୍ତ ମାନେ ବିଭିନ୍ନ ମୁଦ୍ରା ରେ ମନ୍ଦିର ଯାଇ ଶିବଙ୍କ ମସ୍ତକରେ ଜଳ ଲାଗି କରିଥାନ୍ତି। କିଏ କାଉଡ଼ିଆ ଧରି ତ ଆଉ କିଏ ଧାଇଁ ଧାଇଁ ତ ଆଉ କିଏ ଦଣ୍ଡ ମୁଦ୍ରା ରେ ଯାଇଥାନ୍ତି। ବିଗତ କିଛି ବର୍ଷ ହେଲା ଧର୍ମଗଡ ଅଞ୍ଚଳରେ ବୋଲ୍ ବମ୍ ଭକ୍ତ ମାନେ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଜଳ ଲାଗି କରିବାର ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି। ସାପ ଭଳି ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାରୁ ଏହାକୁ ନାଗବମ୍ କୁହାଯାଉଛି।

ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର। ଧର୍ମଗଡ ବସ୍ତି ପଡ଼ାର ବୋଲ୍ ବମ୍ କମିଟି ର ନାବାଳକ ଭକ୍ତମାନେ ଧର୍ମଗଡ ବସ୍ତିପଡା ଲକ୍ଷ୍ମୀ ମଣ୍ଡପ ଠାରୁ ରୁଦ୍ରେଶ୍ୱର ଶିବ ମନ୍ଦିରକୁ ପ୍ରାୟ ଏକ କିଲୋମିଟର ରାସ୍ତା ସାପ ଭଳିଆ ଯିବା ଯିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଭକ୍ତି ଭାବ ସୃଷ୍ଟି କରିଥିଲା। ଜଳ ଲାଗି କରିବାକୁ ଯାଉଥିବା ଏହି ଭକ୍ତ ମାନେ ନାବାଳକ ହୋଇଥିବାରୁ ସେମାନଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ କଡ଼ରେ ଦେଖଣାହାରି ଙ୍କ ବେଶ ଉତ୍କଣ୍ଠା ପରିଲକ୍ଷିତ ହୋଇଥଲା।ଉକ୍ତ ରାସ୍ତାରେ ଏହି ନାଗବମ୍ ଭକ୍ତଙ୍କ ପାଇଁ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇ ଯାଇଥିଲା। ଏହି ଭକ୍ତ ମାନଙ୍କ ଯାଉଥିବା ରାସ୍ତା ଉପରେ କିଏ କ୍ଷୀର, ପାଣି, ଫୁଲ ପକାଉଥିଲା ତ କିଏ ନିମ୍ବପତ୍ର ରାସ୍ତାରେ ପକାଇ ସେମାନଙ୍କର କଷ୍ଟ ଲାଘବ ପାଇଁ ଚେଷ୍ଟା କରୁଥିଲେ। ହରିବୋଲ ଓ ହୁଳହୁଳି ଧ୍ୱନୀରେ ସାରା ଧର୍ମଗଡ ସହର ପ୍ରକମ୍ପିତ ହୋଇଉଠିଥିଲା।

 

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

 

Leave a Reply

Your email address will not be published. Required fields are marked *

You may have missed