ନିର୍ମାଣ ଚାଲିଛି ସୂଚନା କେନ୍ଦ୍ର
ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ନିର୍ମାଣ ଚାଲିଛି ସୂଚନା କେନ୍ଦ୍ର। ତେବେ ଏହି ନୂଆକରି ନିର୍ମାଣ ହେଉଥିବା ସୂଚନା କେନ୍ଦ୍ରକୁ ନେଇ ଉଠିଛି ବିରୋଧର ସ୍ବର। ସିଂହଦ୍ଵାର ସମ୍ମୁଖରେ ଏହି ସୂଚନା କେନ୍ଦ୍ର ନିର୍ମାଣ ହେବାଦ୍ବାରା ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖର ସୌନ୍ଦର୍ଯ୍ୟ ହାନୀ ହେବ। ସିଂହଦ୍ଵାରର ଡାହାଣ ପାର୍ଶ୍ୱରେ ଥିବା ସିଂହ ମୂର୍ତ୍ତି ଲୁଚିଯିବା ସହ ସିଂହଦ୍ଵାର ସମ୍ମୁଖ ରାସ୍ତା ମଧ୍ୟ ସଙ୍କୁଚିତ ହେବ। ଫଳରେ ଶ୍ରୀମନ୍ଦିରକୁ ଭକ୍ତମାନେ ପ୍ରବେଶ ନେଇ ବହୁ ଅସୁବିଧା ଭୋଗିବେ। କେବଳ ସେତିକି ନୁହେଁ ରଥଯାତ୍ରା ସମୟରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ସମୟରେ ମଧ୍ୟ ସଙ୍କୁଚିତ ରାସ୍ତା ଯୋଗୁ ସମସ୍ୟା ସୃଷ୍ଟି ହେବ। ସେହିପରି ସିଂହଦ୍ଵାର ସମ୍ମୁଖରେ ଠିଆ ହୋଇ ପ୍ରଭୁ ପତିତପାବନ ଦର୍ଶନ କରୁଥିବା ଭକ୍ତମାନେ ମଧ୍ୟ ଭଲଭାବେ ଦର୍ଶନ କରିପାରିବେ ନାହିଁ। ଏଣୁ ସିଂହଦ୍ଵାର ସମ୍ମୁଖ ପରିବର୍ତ୍ତେ ଅନ୍ୟ କୌଣସି ସ୍ଥାନରେ ନୂଆ ସୂଚନା କେନ୍ଦ୍ର ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ। ତେବେ ବୁଦ୍ଧିଜୀବୀ ଓ ସେବାୟତ ଙ୍କ ମତାମତ ନିଆନଯାଇ ଶ୍ରୀମନ୍ଦିର ପ୍ରଶାସନ ଏଭଳି ଏକପାଖିଆ ନିଷ୍ପତ୍ତି ନେବା ଠିକ୍ ନୁହେଁ ବୋଲି ମତ ରଖିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ସିଂହଦ୍ଵାର ସମ୍ମୁଖରେ ମଧ୍ୟ ଏକ ସୂଚନା କେନ୍ଦ୍ର ରହିଥିଲା। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଶ୍ରୀମନ୍ଦିର ସିଂହଦ୍ଵାରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏବଂ ସିଂହଦ୍ଵାର ସମ୍ମୁଖକୁ ଉନ୍ମୁକ୍ତ ରଖିବା ପାଇଁ ସୂଚନା କେନ୍ଦ୍ରକୁ ହଟେଇ ଦିଆଯାଇ ନିକଟସ୍ଥ ବାଗେଡିଆ ଧର୍ମଶାଳାରେ ସ୍ଥାପନା କରଯାଇଥିଲା। ଯାହାକି ଏହା ସୂଚର ରୂପେ କାର୍ଯ୍ୟ କରୁଥିବା ବେଳେ ପୁଣି କାହିଁକି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖକୁ ଅବରୋଧ କରାଯାଇ ଆଉ ଏକ ସୂଚନା କେନ୍ଦ୍ର ନିର୍ମାଣ କରାଯାଉଛି ସେନେଇ ପ୍ରଶ୍ନ ଉଠିଛି।
ଏ ନେଇ ପୁରୀ ସହର ର ବୁଦ୍ଧିଜୀବୀ ଦିଲୀପ ବରାଳ କହିଚନ୍ତି, ଶ୍ରୀ ମନ୍ଦିର ସିଂହ ଦ୍ଵାର ନିକଟ ରେ ହେଉଥିବା ସୁଚନା କେନ୍ଦ୍ର ର ନିର୍ମାଣ ନେଇ ଏ ଏସ ଆଇ ର ଅନୁମତି ନାହିଁ। ଭି ଭି ଆଇ ପି ଙ୍କ ସ୍ୱାର୍ଥ ପାଇଁ ପ୍ରସାଶନିକ ଅଧିକାରି ମାନେ ଏହି ସୁଚନା କେନ୍ଦ୍ର ନିର୍ମାଣ କରୁଛନ୍ତି। ଏହି କାର୍ଯ୍ୟ ତୁରନ୍ତ ବନ୍ଦ ହେବା ଦରକାର୍। ଏହି ସୂଚନା କେନ୍ଦ୍ର ହେଲେ ଶ୍ରୀ ମନ୍ଦିର ସିଂହ ଦ୍ଵାର ର ଏକ ସିଂହ ମୂର୍ତି ଦେଖାଜୀବ ନାହିଁ। ସିଂହ ଦ୍ୱାର ସୋନ୍ଦର୍ଯ୍ୟ ନଷ୍ଟ ହେବ। ଶ୍ରୀ ମନ୍ଦିର ର ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଏହି କାର୍ଯ୍ୟ ବନ୍ଦ କରିବା ନେଇ ଶ୍ରୀ ମନ୍ଦିର ମୂଖ୍ୟ ପ୍ରଶାସକ ଙ୍କୁ ମୁଁ ଦାବୀ ପତ୍ର ଦେଇଥିବା ଦିଲ୍ଲୀପ ବରାଳ କହିଚନ୍ତି। ଶ୍ରୀ ମନ୍ଦିର ର ସୌନ୍ଦର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଚି। ହେଲେ ଏଠି ସୁଚନା କେନ୍ଦ୍ର ଦ୍ବାରା ଶ୍ରୀ ମନ୍ଦିର ସିଂହ ଦ୍ଵାର ର ସୁନ୍ଦରତା ନଷ୍ଟ ହଉଚି। ଶ୍ରୀ ମନ୍ଦିର ଆସୁଥିବା ଭି ଆଇ ପୀ ବିଭିନ୍ନ ସାମଗ୍ରୀ ରଖିବା ପାଇଁ ଏହି ସୁଚନା କେନ୍ଦ୍ର ନାମକୁ ମାତ୍ର ହେଉଥିବା ଦିଲୀପ ବରାଳ ଅଭିଯୋଗ କରିଚନ୍ତି। ଏହାକୁ ବନ୍ଦ କରାନଗଲେ ସେ ହାଇକୋର୍ଟ ର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି।
ସେହିପରି ଶ୍ରୀ ମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ହେବା ପରେ ଶ୍ରୀ ମନ୍ଦିର ସମ୍ମୁଖ ଉନ୍ମୁକ୍ତ ଦ୍ଵାରା ସୁନ୍ଦରତା ବୃଦ୍ଧି ପାଇଛି। ହେଲେ ସିଂହ ଦ୍ଵାର ରେ ପୁନର୍ବାର ସୁଚନା କେନ୍ଦ୍ର ହେଲେ ମନ୍ଦିର ର ସୁନ୍ଦରତା ରହିବ ନାହିଁ। ସୁଚନା କେନ୍ଦ୍ରକୁ ବହୁତ ଛୋଟ ଆକାର ରେ କରାଯାଉଛି। ହେଲେ ଏହାକୁ ଅନ୍ୟ ସ୍ଥାନରେ ବଡ ଆକାର ରେ କରାଗଲେ ଭକ୍ତ ଉପକୃତ ହୋଇ ପାରିବେ। ତେବେ ଏହାର ନିର୍ମାଣ ପୁର୍ବରୁ ସେବାୟତ ଓ ବୁଦ୍ଧିଜୀବୀ ଙ୍କ ମତାମତ ନେବା ଉଚିତ୍ ବୋଲି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି।
ସେପଟେ ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ରଖି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ସିଂହଦ୍ଵାର ନିକଟରେ ପୁନର୍ବାର ସୂଚନା କେନ୍ଦ୍ର ନିର୍ମାଣ କରାଯାଉଛି। ଏହାଦ୍ବାରା ଭକ୍ତ ମାନେ ସହଜରେ ସୂଚନା କେନ୍ଦ୍ର କୁ ଆସି ବିଭିନ୍ନ ସାହାଯ୍ୟ ସୁବିଧା ପାଇପାରିବେ। ଏନେଇ ଯଦି କୌଣସି ବ୍ୟକ୍ତି ବିଶେଷ ପ୍ରଶାସନ ପାଖରେ ନିଜର ମତାମତ ରଖନ୍ତି ତେବେ ତା’କୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଉପସ୍ଥାପନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )