ନିଶାମୁକ୍ତ ଓଡିଶା ଜନଜାଗରଣ ଅଭିଯାନ ରଥକୁ ପାରାଦୀପରେ ସ୍ୱାଗତ
ପାରାଦୀପ: ଓଡିଶା ପ୍ରଦେଶ କଂଗ୍ରେସ୍ ଅନୂସୂଚିତ ଜାତି ବିଭାଗ ପକ୍ଷରୁ ସମଗ୍ର ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଏକ ସଚେତନତା ରଥ ସମଗ୍ର ରାଜ୍ୟ ପରିକ୍ରମା କରୁଛି । ଶୁ୍କ୍ରବାର ଦିନ ଏହି ରଥ ପାରାଦୀପରେ ପହଂଚିଥିଲା । ପାରାଦୀପ ନଗର କଂଗ୍ରେସ୍ ପକ୍ଷରୁ ଏହି ରଥକୁ ନଗର କଂଗ୍ରେସ୍ ସଭାପତି କେଦାର ବିଶ୍ୱାଳଙ୍କ ସମେତ କଂଗ୍ରେସ କର୍ମୀମାନେ ଭବ୍ୟ ସ୍ୱାଗତ କରିଥିଲେ । ସମଗ୍ର ଦେଶରେ ନିଶାମୁକ୍ତ ଅଭିଯାନ ଜାତିର ପିତା ମହାତ୍ମା ଗାନ୍ଧୀ ଆରମ୍ଭ କରିଥିଲେ । ଗାନ୍ଧୀଙ୍କ ନୀତି, ଆଦର୍ଶକୁ ସମଗ୍ର ବିଶ୍ୱବାସୀ ଗ୍ରଣ କରି ନେଇଛନ୍ତି । ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ୧୯୨୭ ମସିହାରେ ମହାଡ ସତ୍ୟାଗ୍ରହ ସମୟରେ ଲୋକମାନଙ୍କୁ ସ୍ୱାଧୀନତା ପାଇବାକୁ ହେଲେ ନିଶାକୁ ପରିତ୍ୟାଗ କରିବାକୁ ଆହ୍ୱାନ ଦେଇଥିଲେ । ଓଡିଶାରେ ଉତ୍କଳମଣି ଗୋପବନ୍ଧୁ ଦାସ ସାରା ଜୀବନ ନିଶା ଓ ମଦ୍ୟପାନକୁ ବିରୋଧ କରିଆସିଥିଲେ ବୋଲି ଜିଲ୍ଲା କଂଗ୍ରେସ୍ ସଭାପତି ଦେବପ୍ରସାଦ ନାୟକ କହିଥିଲେ । ଏକ ସୁସ୍ଥ ସମାଜ ଗଠନ ପାଇଁ ଓଡିଶାକୁ ନିଶାମୁକ୍ତ କରିବାକୁ ଓଡିଶା ପ୍ରଦେଶ କଂଗ୍ରେସ୍ ଅନୂସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନଓ କୁମାର ମଲ୍ଲିକ ଯେଉଁ ଆହ୍ୱାନ ଦେଇଛନ୍ତି ସମସ୍ତେ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ପାରାଦୀପ ନଗର କଂଗ୍ରେସ୍ ସଭାପତି କେଦାର ବିଶ୍ୱାଳ କହିଥିଲେ । ଏହି ଅବସରରେ ଦଳୀୟ ନେତାମାନେ ମଧୁବନସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିର୍ଢ଼ୂୀରେ ମାଜ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସି ସେଲ୍ ରାଜ୍ୟ ଉପସଭାପତି ଜାନକୀ ମଲ୍ଲିକ,ଜିଲ୍ଲା ସଭାପତି ଲକ୍ଷ୍ମୀଧର ମଲ୍ଲିକ, ଜିଲ୍ଲା କଂଗ୍ରେସ୍ ଉପସଭାପତି ଅଶ୍ୱିନୀ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ଶଙ୍କର ସେଠୀ, ପାରାଦୀପ ମହାବିଦ୍ୟାଳୟ ପୂର୍ବତନ ସଭାପତି ବିଜୟ କୁମାର ସେଠୀଙ୍କ ସମେତ ନଗର କଂଗ୍ରେସ୍, ମହିଳା କଂଗ୍ରେସ୍, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ୍ କର୍ମୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।
paradeep ru prasant dash nka report
