July 29, 2026
Home » ନିଶା ହଟାଅ ଓଡ଼ିଶା ବଞ୍ଚାଅ, ସେବା ପ୍ରତିନିଧି

ନିଶା ହଟାଅ ଓଡ଼ିଶା ବଞ୍ଚାଅ, ସେବା ପ୍ରତିନିଧି

0
images

ମାତ୍ରାଧିକ ନିଶା କବଳରେ କବଳିତ କରି ଚାଲିଛି ଓଡ଼ିଶା ମାଟିକୁ। ଓଡ଼ିଶାର ବ୍ୟକ୍ତି ବିଶେଷ ନିଶା ବିଷ ଖାଇ ସଂସାର ଉଜୁଡାଇବାରେ ଲାଗିଛନ୍ତି। ଯେଉଁ ଭଲମନ୍ଦ ସ୍ଥାନ ଦେଖିବା, ନିଶାଗ୍ରସ୍ତ ବ୍ୟକ୍ତି।ଶବ ସତ୍କାର ହେଉ ବା ଶିକ୍ଷା କ୍ଷେତ୍ର ହେଉ ବା ଅନ୍ୟ କିଛି।
ଅର୍ଥ ହିଁ ସର୍ବସ୍ବ। ଅର୍ଥ ଲାଳସାରେ ମଣିଷ ସବୁକିଛି କରିଚାଲିଛନ୍ତି।ନିଶା ଦେଇ ସହଜ ଉପାୟରେ ଅର୍ଥ ଉପାର୍ଜନ କରିବା , ରାତି ପାହିଲେ ସକାଳେ କୋଟିପତି ଲକ୍ଷ୍ୟରେ ଲକ୍ଷ୍ୟ ଭ୍ରଷ୍ଟ ଆଧୁନିକ ମଣିଷ।

ଏହାର ପ୍ରତିକାର ପାଇଁ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ କପିଳ ପ୍ରସାଦ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ନିଶା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡେ ନାହଁ ଟାଣେ ପଇସା ଏହିଠାରୁ ଆରମ୍ଭ ହୋଇଥିଲା ନିଶାର ଆଲୋଚନା। ଗୁଜରାଟ, ବିହାର, କେରଳ, ଜୟଲଳିତା, ଆନ୍ନା ହଜାରେ, ଥାନାପତି ବିଜୟ ଇତ୍ୟାଦିଙ୍କ ମଦ ବାରଣ ନୀତି ପ୍ରଶଂସନୀୟ। କିନ୍ତୁ ଦୁଃଖର ବିଷୟ, ଓଡ଼ିଶାରେ ୯୪୧ ଗୋଟି ମଦ ଦୋକାନ ନିକଟରେ ଖୋଲା ଗଲା।ଏ ବାବଦୀୟ ୮୪୦ କୋଟି ରାଜସ୍ବ ସରକାର ପାଇଲେ। ଏଥିରେ ବିହାର ଓ ଆନ୍ଧ୍ର ବ୍ୟକ୍ତି ବିଶେଷ ମଦ ଟେଣ୍ଡର ହାତେଇ ଓଡ଼ିଶାରେ ମଦର ବନ୍ୟା ଛୁଟେଇବା ପାଇଁ ଆଗେଇ ଆସିଛନ୍ତି।ଆସ! ଓଡ଼ିଶା ମାଟିର ଭାଇଭଉଣୀ ସମସ୍ତେ ଏକଜୁଟ ହୋଇ ଶ୍ରୀ ମିଶ୍ରଙ୍କ ସହିତ ନିଶା ହଟାଅ, ଓଡ଼ିଶା ବଞ୍ଚାଅ କାର୍ଯ୍ୟରେ ସାମିଲ ହେବା।
ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାଗରିକା ସ୍ଵାଇଁ, ସହକାରୀ ଶିକ୍ଷୟିତ୍ରୀ ଓ ଶିକ୍ଷକ ସାଗରୀକା ପରିଡ଼ା, ସୁଶ୍ରୀ ସାଗରିକା ପଣ୍ଡା, ଟି ଶ୍ରୁତି ସାଗରୀକା, ସନ୍ତୋଷିନୀ ହୋତା, ସତ୍ୟ ରଞ୍ଜନ ପତି, କାତିର ଖାଁଙ୍କ ସହିତ ଦୀପକ ଜେନା ସହଯୋଗର ହାତ ବଢାଇଥିଲେ। ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *