ନୂଆପଡା ଜିଲ୍ଲାପାଳ ଭାବେ ମଧୁସୂଦନ ଦାଶ ଙ୍କ ଯୋଗଦାନ l ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହାର ଖାଇଲେ l
ନୂଆପଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ମଧୁସୂଦନ ଦାଶ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି ! ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ l
ଏହାପରେ ଓସୱାନ ସଭାଗୃହରେ ବିଭିନ୍ନ ଅଧିକାରୀ ଙ୍କ ସହ ସରକାର ଙ୍କ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ସମୀକ୍ଷା କରିବା ସହିତ ସମଗ୍ର ଜିଲ୍ଲାରେ ଏହାର ବ୍ୟାପକ ପଚାର ପ୍ରସାର କରି ଏଥିରେ ଜନସାଧାରଣ ଙ୍କୁ ସାମିଲ କରି ବହୁ ସଂଖ୍ୟା ରେ ସେଲ୍ଫି ଅପଲୋଡ଼ କରିବା ପାଇଁ ପଦକ୍ଷେପ ନେବାକୁ ଉତ୍ସାହିତ କରିଥିଲେ l
ସମସ୍ତ ଅଧିକାରୀ ତଥା କର୍ମଚାରୀ ମାନେ ଜନସାଧାରଣ ଙ୍କ ସେବକ ହିସାବରେ କାର୍ଯ୍ୟ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କଲ୍ୟାଣକାରି ଯୋଜନା ର ଲାଭ ସମାଜର ତଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଦିଗଦର୍ଶନ ଦେଇଥିଲେ l ଜିଲ୍କାର ସମସ୍ତ ଉନ୍ନୟନ କାର୍ଯ୍ୟର ପ୍ରଚାର ପ୍ରସାର ଏବଂ ଜନସାଧାରଣଙ୍କ ଅଭାବ ଅସୁବିଧା ସବୁକୁ ମିଡ଼ିଆ ମାଧ୍ୟମରେ ଉଜାଗର କରିବା ନିମିତ୍ତ ସାମ୍ବାଦିକ ମାନଙ୍କ ସାହାଯ୍ୟ ସହଯୋଗ ଲୋଡିବା ପାଇଁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କୁ ପରାମର୍ଶ ଦେଇଥିଲେ l
ପରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇ ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ ଜିଲ୍କା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଡାକ୍ତର ମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କ ରେ ପଚାରି ବୁଝିଥିଲେ ! ଏଥିସହ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀ ଓ ପରିଜନ ଙ୍କୁ ବିଭିନ୍ନ ୱାର୍ଡ ରେ ସାକ୍ଷାତ କରି ସରକାର ଙ୍କ ପକ୍ଷରୁ ଦିଆ ଯାଉଥିବା ସ୍ୱାସ୍ଥ୍ୟ ସୁବିଧା ସମ୍ପର୍କ ରେ ପଚାରି ବୁଝି ଥିଲେ l ଆହାର କେନ୍ଦ୍ର କୁ ଯାଇ ଖାଦ୍ୟ ର ମାନ ପରୀକ୍ଷା ପାଇଁ ନିଜେ ଖାଇଥିଲେ lକାର୍ଯ୍ୟରତ ଡାକ୍ତର ଓ ନର୍ସ ମାନଙ୍କୁ ନିସ୍ଵାର୍ଥପର ଭାବରେ ରୋଗୀ ସେବା କରି ସରକାରଙ୍କ ତରଫରୁ ଦିଆଯାଉଥିବା ସମସ୍ତ ମାଗଣା ସୁବିଧା ସୁଯୋଗ ଯୋଗାଇଦେବାପାଇଁ ପରାମର୍ଶ ଦେଇଥିଲେ l ଜିଲ୍ଲାପାଳଙ୍କ ପ୍ରଥମ ଦିବସର କାର୍ଯ୍ୟଶୈଳୀ କୁ ଜନସାଧାରଣ ପସନ୍ଦ କରିଛନ୍ତି ଏବଂ ଆଗାମୀ ଦିନରେ ଜିଲ୍ଲାର ସାମଗ୍ରିକ ଉନ୍ନତି ଆଶା କରିଛନ୍ତି l