March 17, 2025
Home » ନୂଆ ପିସିସି ସଭାପତି ହେଲେ ଭକ୍ତଚରଣ ଦାସ

ନୂଆ ପିସିସି ସଭାପତି ହେଲେ ଭକ୍ତଚରଣ ଦାସ

0

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ। ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ନୂଆ ସଭାପତି ବନିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। ଏଆଇସିସି ପକ୍ଷରୁ ତାଙ୍କୁ ନିଯୁକ୍ତ କରାଯାଇଛି।

ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦେଇଛନ୍ତି। ସେ ତୁରନ୍ତ ଏହି ପଦବୀରେ ନିଯୁକ୍ତ ହେବେ ବୋଲି ଜଣାପଡିଛି।

ଯଦିଓ ମୋକିମ୍ ଓ ଶ୍ରୀକାନ୍ତ ଜେନାଙ୍କ ନାମ ଚର୍ଚ୍ଚାରେ ରହିଥିଲା ତଥାପି ଖଡଗେ ଭକ୍ତ ଚରଣଙ୍କ ନାମରେ ମୋହର ମାରିଛନ୍ତି। ତେବେ ସଭାପତି ନିର୍ବାଚନ ବେଳେ ଦଳୀୟ ହ୍ବିପ୍ ଖଣ୍ଡନ କରି ଭୋଟ୍ ଦେଇଥିବାରୁ ତାଙ୍କ ନାଁ କଟିଥିବା ନେଇ ଚର୍ଚ୍ଚା ହେଉଛି।
ଅପରପକ୍ଷରେ ଶ୍ରୀକାନ୍ତ ଜେନା ବରିଷ୍ଠ ନେତା ହୋଇଥିଲେ ମଧ୍ଯ ସଙ୍ଗଠନ ସହ ଜଡିତ ନଥିବାରୁ ନା କଟିଥିବା କୁହାଯାଉଛି। ସେହିପରି ମୋକିମ୍ ଦୁର୍ନିତୀ ମାମଲାରେ ଛନ୍ଦି ହୋଇଥିବାରୁ ତାଙ୍କ ନାମ ମଧ୍ଯ କଟିଛି।

ସପ୍ତଗିରି ଉଲ୍ଲକା ମଧ୍ଯ ରେସରେ ଥିଲେ। କିନ୍ତୁ ଦଳୀୟ ହାଇ କମାଣ୍ଡ ଭକ୍ତଙ୍କ ନାମରେ ମୋହର ମାରିଛନ୍ତି। ଶରତ ପଟ୍ଟନାୟକଙ୍କ ଇସ୍ତଫା ପରେ ପିସିସି ସଭାପତି ପଦ ଖାଲି ପଡ଼ିଥିଲା। ୨୦୨୪ ଜୁଲାଇ ୨୪ରେ ରାଜ୍ଯ କଂଗ୍ରେସକୁ ଭଙ୍ଗ କରିଥିଲେ ଖଡଗେ। ଯାହାପରେ ଏହି ପଦ ଖାଲି ପଡ଼ିଥିଲା। ଏହି କାରଣରୁ ବରିଷ୍ଠ ନେତାମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିବାକୁ ଲାଗିଥିଲେ।

ଭକ୍ତ ଦାସ ୩ଥରର କଳାହାଣ୍ଡି ସାଂସଦ ରହି ସାରିଛନ୍ତି। ୧୯୮୫ ମସିହାରେ ଭକ୍ତ ଦାସ ଭବାନୀପାଟଣାରୁ ଭକ୍ତ ଦାସ ବିଧାୟକ ଥିଲେ।୧୯୮୯ ମସିହାରେ ସେ କଳାହାଣ୍ଡି ଆସନରୁ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ସେ ସମତା ପାର୍ଟି ଟିକେଟରେ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ ମସିହାରେ ସେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ଯାପର ମନ୍ତ୍ରୀ ଥିଲେ। ଆହୁରି ମଧ୍ଯ ସେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବରେ ମଧ୍ଯ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *