April 27, 2025
Home » “ନୂତନ ଜୀବନ” ଉପରେ ଏକ ମନସ୍ତାତ୍ତ୍ୱିକ କର୍ମଶାଳା ଅନୁଷ୍ଠିତ

“ନୂତନ ଜୀବନ” ଉପରେ ଏକ ମନସ୍ତାତ୍ତ୍ୱିକ କର୍ମଶାଳା ଅନୁଷ୍ଠିତ

0
WhatsApp Image 2024-08-13 at 4.27.04 PM

 

ସୁବର୍ଣ୍ଣପୁର — ସୋନପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଗତ ଦୁଇ ଦିନ ଧରି ଶ୍ରୀ ଅରବିନ୍ଦ ପାଠଚକ୍ର ର ଏକ ମଣ୍ଡଳ ସ୍ତରୀୟ ସ୍ବାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ତିନୋଟି ଜିଲ୍ଲାକୁ ନେଇ ଗଠିତ ଶାନ୍ତିମଣ୍ଡଳ ସହ ୩୦ ଟି ଜିଲ୍ଲାରୁ ୪୨ ଜଣ ଶିକ୍ଷକ ପ୍ରତିନିଧି ଏବଂ ସ୍ଥାନୀୟ ଶିକ୍ଷାକେନ୍ଦ୍ରର ଅପା ଓ ଭାଇ ମାନେ ଯୋଗ ଦେଇଥିଲେ। ଶିଶୁ ଠାରୁ କିଶୋର ବୟସରେ ବିଭିନ୍ନ ବିକାଶ ଧାରା ଓ ମନସ୍ତାତ୍ତ୍ୱିକ ପ୍ରଭାବ ତଥା ମାର୍ଜିତ ନୂତନ ଜୀବନ ବିଷୟରେ ଆଲୋଚନା ହୋଇଥିଲା। ଶିକ୍ଷାବିତ୍ ସୁଶ୍ରୀ ରେଣୁକା ମିଶ୍ର, ଡ. ଜ୍ୟୋତି ରଂଜନ ବହିଦାର, ଡ. ମଦନ ମୋହନ ପ୍ରଧାନ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏଥିରେ ଚାରୋଟି ପର୍ଯ୍ୟାୟରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଦୁର୍ଗାଦତ୍ତ ଦାଶ, ଡ଼ା. ଅରବିନ୍ଦ ମହାପାତ୍ର, ଡ଼ା. ପ୍ରକାଶ ଦଣ୍ଡସେନା, ଡ଼ା.ପ୍ରଶାନ୍ତ ପାତ୍ର, ଡ଼ା. ସୁଜାତା ଦାସ, ଇନ୍ଦୁରେଖା ବେହେରା, ଡ଼ା. ରେଣୁବାଳା ସାମଲ, ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ଛାତ୍ର ମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଡ଼ା. ସରୋଜ କୁମାର ପଟେଲ, ଡ଼ା. ଚିତ୍ତ ରଞ୍ଜନ ସାହୁ, ଡ଼ା. ମଦନ ମୋହନ ପ୍ରଧାନ, ଡ଼ା. ତୋଫାନ ପତି ଏବଂ ସିଡିପିଓ ମଞ୍ଜୁଲତା ସ୍ୱାଇଁ ଆଲୋଚନା ପୂର୍ବକ ପ୍ରତିଷେଧକ ବ୍ୟବସ୍ଥା ଓ ପଦକ୍ଷେପ ଗୁଡିକ ବିଶଦଭାବରେ ଆଲୋଚନା କରିଥିଲେ। ପ୍ରଥମ ସାନ୍ଧ୍ୟ ଅଧିବେଶନ ରେ ଡ଼ା. ତୋଫାନ ପତି “ସାଂପ୍ରତିକ ଜୀବନ ଏବଂ ମାର୍ଗ” ବିଷୟ ରେ ଓ ଡ. ଚିତ୍ତ ରଞ୍ଜନ ସାହୁ “ନୂତନ ଜୀବନ” ସମ୍ୱନ୍ଧରେ ଆଲୋଚନା କରିଥିଲେ l ଏଥିରେ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ପରଦିନ ଅଧିବେଶନ ରେ ଡ. ଅଧିର ରଞ୍ଜନ ସାହୁ ( ଅବସର ପ୍ରାପ୍ତ ବୈଜ୍ଞାନିକ ) ଉଦ୍ଭିଦ, ପରିବେଶ ଓ ଔଷଧୀୟ ବୃକ୍ଷାଲତା ସମ୍ବନ୍ଧରେ ଆଲୋକପାତ କରିଥିବା ବେଳେ ପ୍ରାଥମିକ ଚିକିତ୍ସା ଓ ଉପଚାର ବିଷୟରେ ବରିଷ୍ଠ ଶିକ୍ଷାବିତ୍ ଓ ତାଲିମଦାତା ଶ୍ରୀଯୁକ୍ତ ବିପିନ ବିହାରୀ କର ଶିକ୍ଷକ ପ୍ରତିନିଧି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଅପରାହ୍ନ ୫ ଟା ବେଳେ ଦୁଇ ଦିନିଆ ସମ୍ମିଳନୀ ଉଦଯାପନୀ ଅବସରରେ ମା ଶ୍ରୀ ଅରବିନ୍ଦ ଙ୍କୁ କୃତଜ୍ଞତା ଓ ସମସ୍ତ ସହଯୋଗୀ, ଶୁଭେଚ୍ଛୁ ତଥା କର୍ମକର୍ତ୍ତା ମାନଙ୍କୁ ମଣ୍ଡଳ ଆବାହକ ଶ୍ରୀ ମଦନ ମୋହନ ଦାନୀ ଧନ୍ୟବାଦ୍ ଜ୍ଞାପନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ମାତୃକର୍ମୀ ଏବଂ ସ୍ଥାନୀୟ ଶିକ୍ଷା କେନ୍ଦ୍ରର ଅପା, ଭାଇ, ଶିକ୍ଷକ ବୃନ୍ଦ ତଥା କର୍ମକର୍ତ୍ତା ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *