July 21, 2026
Home » ନୂତନ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ l

ନୂତନ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ l

0
WhatsApp Image 2026-07-20 at 5.41.19 PM (1)

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ହରଡଖୋଳ କ୍ଲଷ୍ଟର୍ ଅନ୍ତର୍ଗତ ଲକର୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି ବ୍ୟୋମକେଶ ତ୍ରିପାଠୀ । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରାଙ୍କ ଦ୍ଵାରା ସ୍ବାଗତ ସମାରୋହ ଆୟୋଜନ କରାଯାଇ ଶ୍ରୀ ତ୍ରିପାଠୀଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଶିକ୍ଷକ ବିକ୍ରମ କୁମାର ନନ୍ଦଙ୍କ ନେତୃତ୍ୱରେ ନୂତନ ପ୍ରଧାନ ଶିକ୍ଷକଙ୍କ ହସ୍ତରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଶିକ୍ଷକ ବିକ୍ରମ କୁମାର ନନ୍ଦ ପରିଚାଳନା କରିଥିବାବେଳେ ଶିକ୍ଷକ ଦୟାନିଧି ପଧାନ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ସଙ୍କର୍ଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଶିକେଶନ ବାଗ, ମକରନ୍ଦ ସଙ୍ଖୁଆ,ମନୋଜ ରଣା, ପୁରାତନ ଛାତ୍ର ବ୍ୟାସଦେବ ନନ୍ଦ, ବିକାଶ ରଥ,ଧ୍ରୁବ ଚରଣ ରଥ ଉପସ୍ଥିତ ରହି ନବାଗତ ପ୍ରଧାନ ଶିକ୍ଷକଙ୍କୁ ସ୍ବାଗତ ଜଣାଇଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *