ନେହେରୁଙ୍କ ୧୩୫ତମ ପୂଣ୍ୟତିଥି ଅବସରରେ ସ୍ବେଛ୍ଛାକୃତ ରକ୍ତଦାନ ଶିବିର
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ୧୩୫ତମ ପୂଣ୍ୟତିଥି ଅବସରରେ ପଣ୍ଡିତ୍ ଜବାହାରଲାଲ୍ ନେହେରୁ ଟ୍ରଷ୍ଟ, ପାରାଦୀପ୍ ଦ୍ବାରା ସ୍ଥାନୀୟ ମଧୂବନସ୍ଥିତ ଶ୍ରମିକ ଭବନ ଠାରେ ଏକ ସ୍ବେଛ୍ଛାକୃତ ରକ୍ତଦାନ ଶିବିର ଅନୂଷ୍ଠିତ ହୋଇ ଯାଇଛି ।। ଏହି ଶିବିରକୁ ବିଧିବଧଭାବେ ଉଦଘାଟନ କରିଥିଲେ, ପାରାଦୀପ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ବାଳ, ପାରାଦୀପ୍ ପୋର୍ଟ ଅଥରିଟିର ଡି.ଟି.ଏମ୍ ତଥା ସୁପ୍ରସିଦ୍ଧ ନାଟ୍ୟ ନିର୍ଦେଶକ ଶ୍ରୀମନ୍ ନାରାୟଣ ମିଶ୍ର, ଅଠରବାଙ୍କି ସରକାରୀ ଚିକିତ୍ସାଳୟର ହୋମିଓପାଥିକ୍ ଚିକିତ୍ସକ ଡା. ଆସିଫ୍, ବିଶିଷ୍ଠ ସମାଜସେବୀ ତଥା ସାରସ୍ବତଃ ସାଧିକା ହାରାମଣୀ ମହାପାତ୍ର, ପଣ୍ଡିତ ଜବାହାରଲାଲ୍ ନେହେରୁ ଟ୍ରଷ୍ଟର ମୂଖ୍ୟ ଉପଦେଷ୍ଠା ତଥା ପାରାଦୀପ୍ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ନିରଞ୍ଜନ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଧ୍ରୁବଚରଣ ମହାପାତ୍ର ।।
ଅତିଥିଭାବେ ଯୋଗ ଦେଇଥିଲେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ନଟବର ବାରିକ୍, ତିର୍ତୋଲର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ହିମାଂଶୁ ମଲ୍ଲିକ୍, ପାରାଦୀପ ପୋର୍ଟ ଅଥରିଟିର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର୍ ଶ୍ରୀ ସୁଶାନ୍ତ ସେଠି, ଏକ୍ଜିକ୍ୟୂଟିବ୍ ଇଞ୍ଜିନିୟର୍ ଶ୍ରୀ ଗଙ୍ଗାଧର ସେଠି ଏବଂ ପାରାଦ୍ବୀପ ନଗର କଂଗ୍ରେସ ସଭାପତି ଶ୍ରୀ କେଦାରନାଥ ବିଶ୍ବାଳ ।। ଏହି ଶିବିରକୁ ପରିଚାଳନା କରିଥିଲେ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ସରୋଜ ପ୍ରଧାନ ଏବଂ ତା’ଙ୍କୁ ସହଯୋଗ କରିଥିଲେ ଟ୍ରଷ୍ଟର ଅନ୍ୟ ସଦସ୍ୟମାନେ ଯଥା – , ବିଜୟ ସେଠୀ, କୃପାସିନ୍ଧୁ ଦାସ, ଚନ୍ଦ୍ରଶେଖର ମହାପାତ୍ର, ବିନୋଦ ପ୍ରଧାନ, ପ୍ରେମଲତା ବାରିକ୍, ବିନତୀ ପଢିଆରୀ, ସଂଘମିତ୍ରା ସ୍ୱାଇଁ,ଧରିତ୍ରୀ ଶାମଲ, ମମତା ଜେନା, ପୁଷ୍ପଲତା ଦାସ୍ ।। ଏହି ଶିବିରରେ ଟ୍ରଷ୍ଟ ତରଫରୁ ୨୧୨ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା ।।
paradeep ru prasant das nka report