ନୟାଗଡ଼ରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ
ନୟାଗଡ ( ଇପିଏ ) ନୟାଗଡ ବିଶ୍ଵ ସମ୍ବାଦ କେନ୍ଦ୍ର ପକ୍ଷରୁ ଆୟୋଜିତ ଦେବର୍ଷି ନାରଦ ଜୟନ୍ତୀ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି ।ଏହି ମହତ୍ କର୍ଯ୍ୟକ୍ରମରେ ଜିଲ୍ଲାର ସାମ୍ବାଦିକ ବନ୍ଧୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ବକ୍ତା ଭାବରେ ଆର ଏସ ଏସର ପୂର୍ବ କ୍ଷେତ୍ର ଜାଗରଣ ପ୍ରମୁଖ ବିନୟ ଭୂୟାଁ, ସମ୍ମାନିତ ଅତିଥି ଭାବେ ଆର ଏସ ଏସର ଜିଲ୍ଳା ସଂଘ ଚାଳକ ଶ୍ରୀଯୁକ୍ତ ହରପ୍ରସାଦ ରଣସିଂହ ଓ ବିଶ୍ୱ ସମ୍ବାଦ କେନ୍ଦ୍ର ଜିଲ୍ଳା ପ୍ରଚାର ପ୍ରମୂଖ ସୌମ୍ୟ ପ୍ରସାଦ ପରିଡ଼ା ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ କମଳକାନ୍ତ ନାୟକ ।



ଏହି କାର୍ଯ୍ୟକ୍ରମରେ ନାରଦ ଜୟନ୍ତୀ ବିଷୟରେ ମୁଖ୍ୟ ବକ୍ତା ବିନୟ ଭୂୟାଁ କେଉଁ ଉଦ୍ଦେଶ୍ୟରେ ନାରଦ ଜୟନ୍ତୀ ପାଳନ କରାଯାଏ, ଅତୀତରେ ନାରଦଙ୍କ ଭୂମିକା କଣ ଥିଲା, ସାମ୍ୱାଦିକ କଣ ପାଇଁ ନାରଦଙ୍କ ସହ ତୁଳନା କରାଯଇଥାଏ ଓ ଆମ ସମାଜରେ ସାମ୍ୱାଦିକ ମାନଙ୍କ ଭୂମିକା କଣ ? ଏହି ସବୁ ବିଷୟରେ ଆଲୋଚନା କରିବା ସହିତ, ସାମ୍ବାଦିକମାନେ ସମ୍ବିଧାନର ପ୍ରଥମ ସ୍ତମ୍ଭ ବୋଲି ନିଜର ଅଭିମତ ରଖିଥିଲେ । ମୁଖ୍ୟ ଅତିଥି ସାମ୍ବାଦିକମାନଙ୍କ ଯୋଗୁଁ ସମାଜର ବିଭିନ୍ନ ସମସ୍ୟା ବିଷୟରେ ଲୋକ ଲୋଚନକୁ ଆଣି ଥାଆନ୍ତି, ଯେଉଁଟାକି ପ୍ରଶାସନ ଅଗୋଚର ଥାଏ ଏବଂ ତାହାର ସମାଧାନରେ ସାମ୍ବାଦିକ ମାନଙ୍କର ପ୍ରମୁଖ ଭୂମିକା ଥାଏ ଓ ପବିତ୍ର ଶୁଦ୍ଧ ସମାଜ ଗଠନରେ ସାମ୍ବାଦିକ ମାନଙ୍କର ଭୂମିକା ଅତୀବ ମହତ୍ତ୍ୱପୂର୍ଣ୍ଣ । ଧନ୍ୟବାଦ ଦେଇଥିଲେ ଆୟୋଜକ ବିଶ୍ଵ ସମ୍ବାଦ କେନ୍ଦ୍ର ତଥା ନୟାଗଡର ନାରଦ ଜୟନ୍ତୀ ସମିତି ଜିଲ୍ଲା ପ୍ରଚାର ପ୍ରମୁଖ ସୌମ୍ୟ ପ୍ରସାଦ ପରିଡ଼ା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
