May 15, 2025
Home » ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

0
WhatsApp Image 2024-09-18 at 2.40.07 PM

 

ନୟାଗଡ଼: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହିତ ସାମ୍ବାଦିକତା କ୍ଷେତ୍ରରେ ସ୍ୱାଭିମାନକୁ ବଜାୟ ରଖିବା,ସଂଘୀୟ ବିଚାରାଧାରାକୁ ମଜବୁତ କରିବା,ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେବା ସମ୍ପର୍କିତ ଅନେକ ଆଲୋଚନା ହୋଇଥିଲା। ସମାଜକୁ ନୂତନ ଦିଗଦର୍ଶନ ଦେବା ସହିତ ସମାଜର ଉନ୍ନତି ପାଇଁ ସାମ୍ବାଦିକମାନେ ସଦା ସର୍ବଦା ଚେଷ୍ଟିତ ହେବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ସାମ୍ୱାଦିକତାକୁ କଳୁଷିତ କରୁଥିବା ଅସାମାଜିକ ଲୋକ ଏହା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ସଂଘ ଉଦ୍ୟମ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ। ଏଥି ସହିତ ଜିଲ୍ଲା ସାମ୍ବାଦିକ ସଂଘରେ ନୂତନ ସଦସ୍ୟ ଗ୍ରହଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିପାଇଁ ଏକ ମନୋନୟନ କମିଟି ସାମ୍ବାଦିକ ପ୍ରଦୀପ୍ତ ରଥ, ଲୋକନାଥ ମିଶ୍ର ଏବଂ ସୁରେନ୍ଦ୍ର ପ୍ରଧାନଙ୍କୁ ନେଇ ଗଠିତ ହୋଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ସଂଘର ସୁପରିଚାଳନା ପାଇଁ ଏକ ଷ୍ଟିଅରିଂ କମିଟି ଗଠନ କରାଯାଇଥିଲା। ଏଥିରେ ସଦସ୍ୟ ଭାବେ ପ୍ରମୋଦ ପଟ୍ଟନାୟକ, ସୁବାସ ମହାପାତ୍ର, ନିଶିକାନ୍ତ ରଥ,ପୁରୁଷୋତ୍ତମ ମହାପାତ୍ର,ଶିବରାମ ମହାପାତ୍ର,ଗୋକୁଳ କୁମାର ଷଡ଼ଙ୍ଗୀ, ପ୍ରଭାସିନୀ ନନ୍ଦ ଏବଂ ଏମ ଔରଙ୍ଗଜେବ ପ୍ରମୁଖ ରହିଛନ୍ତି। ସେହିପରି ମିଡିଆ ସେଲରେ ସାମ୍ବାଦିକ ଜୟେନ୍ଦ୍ର ବେହେରା ଏବଂ ଲକ୍ଷ୍ମୀଧର ସାହୁ ରହିଥିବା ବେଳେ ସଦସ୍ୟ ଭାବେ ପ୍ରଜ୍ଞାପାର୍ଥ ପଟ୍ଟନାୟକ, ଯୋଗେନ୍ଦ୍ର ବେହେରା,ପ୍ରମୋଦ କୁମାର ନନ୍ଦ, ଶୁଭାଶିଷ ପଟ୍ଟନାୟକ,ବିଭୂତି ଭୂଷଣ ପଟ୍ଟନାୟକ ଏବଂ ଦୀପକ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହିତ ଯୋଗାଯୋଗ କରି ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇ ଥିଲା ଏବଂ ଶେଷରେ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼

Leave a Reply

Your email address will not be published. Required fields are marked *

You may have missed