August 20, 2026
Home » ନୟାଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୟାଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0
1000960019
ନୟାଗଡ : ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ, ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ମାନସ କୁମାର ମଲ୍ଲିକ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ, ଡିସିସି ଉପସଭାପତି ତଥା ତଥ୍ୟ ଅନୁସନ୍ଧାନକାରୀ ଦଳ ଅଧ୍ୟକ୍ଷl ବିନୋଦିନୀ ମହାନ୍ତି, ଡିସିସି ଉପସଭାପତି ଫକୀର ଚରଣ ମଲ୍ଲ, ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିଭୁପ୍ରସାଦ ମିଶ୍ର, ଡିସିସି ସାଧାରଣ ସମ୍ପାଦକ ଲଡ଼ୁକେଶ୍ୱର ଷଡ଼ଙ୍ଗୀ ଏବଂ ଗଣିଆ ବ୍ଲକ କଂଗ୍ରେସ ସଭାପତି ହାଲିମ ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।
            ଛୁଆଁଅଛୁଆଁ ଭେଦଭାବ ଯୋଗୁଁ ପଞ୍ଚମ ଶ୍ରେଣୀ ଦଳିତ ଛାତ୍ର ଭୋଳାନାଥ ମଲ୍ଲିକ ମୃତ୍ୟୁ ପାଇଁ କୋଟିଏ ଟଙ୍କା ଆର୍ଥିକ କ୍ଷତିପୂରଣ ଦିଅନ୍ତୁ ଆଦିବାସୀ ମୁଖ୍ୟମନ୍ତ୍ରୀ । କଂଗ୍ରେସ ଗଣିଆ ବ୍ଲକ ବେଲପଡାପାଟଣା ନୋଡାଲ ୟୁପି ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ଭୋଳାନାଥ ମଲ୍ଲିକକୁ ଛୁଆଁଅଛୁଆଁ ଭେଦଭାବ ଆଧାରରେ ସ୍କୁଲ ପାଇଖାନା ବ୍ୟବହାର ପାଇଁ ଅନୁମତି ନଦେବା ଯୋଗୁଁ ସମ୍ପୃକ୍ତ ଛାତ୍ର ସ୍କୁଲ ପରିସର ବାହାରକୁ ଝାଡା ଫେରିବା ପାଇଁ ଯାଇ ଏକ ଚୁଆରେ ବୁଡି ମରିଯିବା ଘଟଣା ସମଗ୍ର ଗଣିଆ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ବିଶ୍ୱସନିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ମାନସ କୁମାର ମଲ୍ଲିକ ଆଜି ନୟାଗଡ଼ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଘଟଣାକୁ ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ଗଣିଆ ପୋଲିସ ମୃତକ ପରିବାରକୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ କହିଛନ୍ତି l
ଦାୟିତ୍ୱରେ ଗୁରୁତର ଅବହେଳା କରିଥିବା ପ୍ରଧାନ ଶିକ୍ଷୟତ୍ରୀ ଏବଂ ଶ୍ରେଣୀ ଶିକ୍ଷୟତ୍ରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ କେବଳ ନିଲମ୍ବନ କରିଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଉଚିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବl ପଛରେ ରାଜନୈତିକ ଲିଙ୍କ ଥିବା କଂଗ୍ରେସ ଅଭିଯୋଗ କରିଛି l ଶ୍ରେଣୀ ଶିକ୍ଷୟତ୍ରୀ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷଙ୍କ ପତ୍ନୀ ଏବଂ ଦଶପଲ୍ଲା ବିଧାୟକଙ୍କ ପାଖଲୋକ ଏବଂ ପ୍ରଧାନ ଶିକ୍ଷୟତ୍ରୀ କନ୍ଧମାଳ ସାଂସଦଙ୍କ ଲିଙ୍କ ଥିବାରୁ ଗଣିଆ ଥାନା ଏବଂ ଖଣ୍ଡପଡା ଏସଡ଼ିପିଓ ଉଭୟଙ୍କୁ ଗିରଫ କରିବା ପାଇଁ ସାହସ ଜୁଟାଇ ପାରୁ ନାହାଁନ୍ତି ଏବଂ ଏହି ଉଭୟ ଶିକ୍ଷୟତ୍ରୀ ରାଜନୀତି ଲିଙ୍କରେ ସେହି ବିଦ୍ୟାଳୟରେ ପ୍ରାୟ ୧୫ ବର୍ଷରୁ ଉର୍ଦ୍ଧ୍ବ ରହିଥିବା ଜିଲ୍ଲା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି l ମୃତକ ଭୋଳା ତା ପିତାମାତାଙ୍କ ଏକମାତ୍ର ପୁତ୍ର ସନ୍ତାନ ହୋଇ ଥିବାରୁ ତାର ପିତାମାତାଙ୍କ ସାହାରା ପାଇଁ ଅନ୍ୟୁନ ଏକ କୋଟି ଟଙ୍କା ଆର୍ଥିକ ଅନୁଦାନ ଆମ ରାଜ୍ୟର ଆଦିବାସୀ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବା ସହ ମୃତକର ଭଉଣୀଙ୍କୁ ସରକାରୀ ଚାକିରୀ ନିଯୁକ୍ତି ପାଇଁ କଂଗ୍ରେସ ଦାବୀ କରିବା ସହିତ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କୁ ସାକ୍ଷାତ କରି ଦାବୀ କରିଛନ୍ତି l
ଆଗାମୀ ବିଧାନସଭା ଅଧିବେଶନରେ ଏ ସମ୍ପର୍କରେ କଂଗ୍ରେସ ଦଳ ତାରକା ପ୍ରଶ୍ନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି କୁହାଯାଇଛି l ଦଳର ପରବର୍ତୀ କାର୍ଯ୍ୟପନ୍ଥା ପିସିସି ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଧାରଣ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ କହିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed