December 2, 2024
Home » ପଛୁଆବର୍ଗ ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳା ଉଦ୍ୟୋଗୀ ସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ପଛୁଆବର୍ଗ ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳା ଉଦ୍ୟୋଗୀ ସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

0

ଛତ୍ରପୁର: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଗଞ୍ଜାମ ଜିଲ୍ଲା ପଛୁଆବର୍ଗ ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳା ଉଦ୍ୟୋଗୀ ସଂଘ ପକ୍ଷରୁ ସଭାନେତ୍ରୀ ତଥା ଓଡ଼ିଶା ଏସ.ସି, ଏସ.ଟି. ଓ.ବି.ସି. ର ସଭାପତି ନୀଳନ୍ଦ୍ରୀ ପ୍ରଧାନ ଙ୍କ ପୌରହିତ୍ୟରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଆଇନଜୀବୀ ମଞ୍ଚାସୀନ ଥିବା ବେଳେ ମହିଳା ଉଦ୍ୟୋଗୀ ସଂଘ ବିକାଶ ନିମନ୍ତେ ସରକାରଙ୍କ ସମସ୍ତ ସମ୍ବିଧାନ ନିୟମ ଗୁଡିକକୁ ଆଲୋଚନ କରାଯିବା ଏବଂ ଏସ.ସି, ଏସ.ଟି., ଓବିସି ମହିଳା ଉଦ୍ୟୋଗୀ ମାନେ କିଭଳି ସରକାରଙ୍କ ମୌଳିକ ଅଧିକାରରୁ ବଞ୍ଚିତ ନ ହେବେ ମହିଳା ,ପୁରୁଷ ସଶକ୍ତିକରଣ ଦିଗରେ ଅଗ୍ରସର ହେବା ଆବଶ୍ୟକ । ଏପରିକି ପଛୁଆବର୍ଗ ମହିଳା ମାନେ ସମସ୍ତ ସୁବିଧା ସୁଯୋଗ ପାଇବେ ତାହା ସଚେତନତା ସୃଷ୍ଟି କରାଯିବା ଏବଂ ଆଲୋଚନା ହୋଇଥିଲା । ଏଭଳି କାର୍ଯ୍ୟକ୍ରମ ସାରା ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଆୟୋଜିତ କରାଯାଇଛି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l

Leave a Reply

Your email address will not be published. Required fields are marked *