October 26, 2026
Home » ପଣ୍ଡିତ ତ୍ରିନାଥ ମିଶ୍ରଙ୍କ ୮୦ ତମ ଜୟନ୍ତୀ ପାଳିତ

ପଣ୍ଡିତ ତ୍ରିନାଥ ମିଶ୍ରଙ୍କ ୮୦ ତମ ଜୟନ୍ତୀ ପାଳିତ

0
WhatsApp Image 2026-10-25 at 11.08.41 PM

ସେ ଥିଲେ ବହୁ ପ୍ରତିଭାର ଅଧିକାରୀ ମଣିଷଟିଏ
ବ୍ରହ୍ମପୁର, : (ନରସିଂହ ଡାକୁଆ)ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜ୍ୟୋତିବିଦ ପଣ୍ଡିତ ତ୍ରିନାଥ ମିଶ୍ରଶର୍ମାଙ୍କ ୮୦ ତମ ଜୟନ୍ତୀ ବିଜିପୁର ସନ୍ତୋଷି ମା ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ମଞ୍ଚର ସଭାପତି ଭାଷାତପସ୍ୱି ତ୍ରିନାଥ ମହାରଣା ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି /ପ୍ରାରମ୍ଭବରେ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ଓ଼ ଦୀପପ୍ରଯ୍ୟୁଳନ କରା – ଯାଇଥିଲା / ସମ୍ପାଦକ ସିମାଞ୍ଚଳ ପାଢ଼ୀ ପଣ୍ଡିତ ତ୍ରିନାଥ ମିଶ୍ରଙ୍କ ସଂକ୍ଷିପ୍ତ ଜୀବନୀ ପାଠକରିଥିଲେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ପ୍ରଭାତକୁମାର ମିଶ୍ର ସାମ୍ପ୍ରତିକ ସମାଜରେ ଜୋତିଷଶାସ୍ତ୍ରର ଆବଶ୍ୟକତା ଏବଂ ବୈଜ୍ଞାନିକ ଯୁଗରେ ଏହାର ପ୍ରଭାବ ମଧ୍ୟ ରହିଛି / ବୈଜ୍ଞାନିକ ମାନେ ଏହାର ସାହାଯ୍ୟନେଇ ଚନ୍ଦ୍ରଗ୍ରହଣ ଓ଼ ସୂର୍ଯ୍ୟପରାଗର ସତ୍ୟତା ଜାଣିପାରିଛନ୍ତି ବୋଲି ମତବ୍ୟକ୍ତ କରି – ବେଳେ ଉପସଭାପତି ପ୍ରମୋଦ କୁମାର ସାହୁ, ସନ୍ତୋଷ କୁମାର ମହାନ୍ତି, ମୋହନ ଚରଣ ସ୍ୱାଇଁ, ସତ୍ୟନାରାୟଣ ତ୍ରିପାଠୀ, ଲିଙ୍ଗରାଜ ମହାପାତ୍ର, ବଦ୍ରି ପ୍ରସାଦ ପାତ୍ର, ସମୀର ମହାନ୍ତି ପଣ୍ଡିତ ମିଶ୍ର ଥିଲେ ଜଣେ ସମାଜ ସେବକ, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ବ୍ରାହ୍ମଣ ପିଲାଙ୍କୁ ଜ୍ୟୋତିଷ ଶାସ୍ତ୍ର ମାଗଣାରେ ଶିକ୍ଷାଦେଇ ସମସ୍ତଙ୍କ ଠାରେ ପ୍ରିୟଭାଜନ ହୋଇ ଜ୍ୟୋତିଷଙ୍କ ପାଇଁ ଉଦାରଣ ପାଲଟିଥିଲେ /ସଭାପତି ତ୍ରିନାଥ ମହାରଣା ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ

ଜ୍ୟୋତିର୍ବିଦ ପଣ୍ଡିତ ତ୍ରିନାଥ ମିଶ୍ର ଥିଲେ ବହୁପ୍ରତିଭାର ଅଧିକାରୀ ଥିଲେ ତେଣୁ ତାଙ୍କରି ପ୍ରତିମୂର୍ତ୍ତି ସହ ଭାରତ ରତ୍ନ ଭି. ଭି. ଗିରି ଓ଼ ମାଷ୍ଟର ସନ୍ନୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବ୍ରହ୍ମପୁର ମହାନଗର ନିଗମ ଠାରେ ବହୁବର୍ଷଧରି ଦାବୀକରିଥିଲେ ମଧ୍ୟ କାର୍ଯ୍ୟ ନ ହେବା ପରିତାପର ବିଷୟ /ଏହି ଅବସରରେ ପଣ୍ଡିତ ପ୍ରଦୁମ୍ନ୍ କୁମାର ତ୍ରିପାଠୀଙ୍କୁ ଉପଢୌକନ, ପୁଷ୍ପଗୁଛା ସହ ତ୍ରିନାଥ ମିଶ୍ର ଙ୍କ ଦ୍ୱାରା ଲିଖିତ ବୃହତ ତୁଳନାତ୍ମକ ଫଳିତ ଜ୍ୟୋତିଷତତ୍ତ୍ୱ ବିଜ୍ଞାନ ପୁସ୍ତକ ପ୍ରଦାନକରି ତାଙ୍କୁ  ସମ୍ବର୍ଦ୍ଧଦନା କରା – ଯାଇଥିଲା

Leave a Reply

Your email address will not be published. Required fields are marked *