November 13, 2024
Home » ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ଆସର

ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ଆସର

0

ସୁବର୍ଣ୍ଣପୁର -ଅନ୍ତର୍ଜାତୀୟ ମହିଳା କାବ୍ୟ ମଞ୍ଚ ସୁବର୍ଣ୍ଣପୁର ଇକାଇ ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥ ଙ୍କୁ ସମର୍ପିତ ଭକ୍ତି କାବ୍ୟ ର ଦଶମ ଆସର ଆଭାସୀ ମାଧ୍ୟମ ରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ତର୍ଜାତୀୟ ମହିଳା କାବ୍ୟ ମଞ୍ଚ ଭାରତ ର ମହା ସଚିବ ତଥା ଓଡ଼ିଶା ର ଅଧ୍ୟକ୍ଷା ପ୍ରଫେସର ଡକ୍ଟର କମଳ ପ୍ରଭା କପାନି ଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ଅନୁଗୁଳ ଜିଲ୍ଲାର ପ୍ରଖ୍ୟାତ ଔପନ୍ୟାସିକା ତଥା ଶିଶୁ ସାହିତ୍ୟିକା କବି ଶିକ୍ଷୟିତ୍ରୀ ସ୍ନିଗ୍ଧା ନାୟକ। ପ୍ରତିଟି ହୃଦୟ ରେ ଜଗନ୍ନାଥ ସଂସ୍କୃତି ସହିତ ଆଧ୍ୟାତ୍ମିକ ଭାବ ଭକ୍ତି ଭରିବା ସହିତ ମହିଳା ମାନଙ୍କୁ ସବୁ କ୍ଷେତ୍ର ରେ ଆଗକୁ ନେବା ପାଇଁ ପ୍ରେରଣା ଯୋଗାଇଦେବାକୁ ସତତ ଚେଷ୍ଟା କରିବା ଉଚିତ ବୋଲି ଦର୍ଶାଇଥିଲେ। ସୁବର୍ଣ୍ଣପୁର ଇକାଇ ର ଅଧ୍ୟକ୍ଷା ସ୍ବର୍ଣ୍ଣ ପ୍ରଭା ମହାପାତ୍ର ସଭା ପରିଚାଳନା କରିଥିଲେ ଓ ଭକ୍ତି ଆସର ରେ ଶବ୍ଦ ସଂଯୋଜନା କରିଥିଲେ ସମ୍ପାଦିକା ସନ୍ତୋଷିନୀ ନାୟକ। ଏହି ଭକ୍ତି ଆସର ରେ ପ୍ରାୟ ୧୫ ରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ଯୋଗ ଦେଇଥିଲେ।ସମସ୍ତ କବି କବୟିତ୍ରୀ ଶ୍ରୀ ଜଗନ୍ନାଥ ଙ୍କୁ ସମର୍ପିତ ଭକ୍ତି ଭାବ ଭରା ସଙ୍ଗୀତ ଓ ଭଜନ ଗାୟନ କରିଥିଲେ।
ପ୍ରାରମ୍ଭିକ ଭକ୍ତି ସଙ୍ଗୀତ ଗାୟନ କରିଥିଲେ ସମାଜସେବିକା ରଶ୍ମି ପାତ୍ର। ଅନ୍ୟ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଶିକ୍ଷା ମଞ୍ଚ ଅଧ୍ୟକ୍ଷା ଡ଼କ୍ଟର ଇତିଶ୍ରୀ ଦାସ, ଅଧ୍ୟାପକ ଦେବଦାସ ମହାପାତ୍ର,ଜାନକୀ ଦିଦି ,ଅଧ୍ୟାପିକା ମନ୍ଦାକିନୀ ପାଢ଼ୀ,ଛାତ୍ରୀ ରବୀନା ଓ ବର୍ଷା ରାଣୀ ମହାମଲିକ ,ଶ୍ରୀ ସତ୍ୟ ନାରାୟଣ ମିଶ୍ର,ଯୋଗ ଦେଇ ଭକ୍ତି ଆସର ଟି କୁ ଭାବମୟ କରିଥିଲେ l

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ,
ଇଷ୍ଟର୍ନ ପ୍ରେସ ଏଜେନସି ( ଇପିଏ ନିଉଜ )

Leave a Reply

Your email address will not be published. Required fields are marked *

You may have missed