April 27, 2025
Home » ପରିଚୟ ପତ୍ର ପ୍ରଦାନ ପାଇଁ ଦାବି

ପରିଚୟ ପତ୍ର ପ୍ରଦାନ ପାଇଁ ଦାବି

0
WhatsApp Image 2024-09-23 at 5.13.34 PM

ସୁବର୍ଣ୍ଣପୁର — ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ ରେ ପଞ୍ଜିକୃତ ହୋଇଥିବା ନୂତନ ସଦସ୍ୟ/ ସଦସ୍ୟା ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ପାଇଁ ଆଜି ଅନୁଷ୍ଠାନ ତରଫରୁ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କୁ ଅନୁରୋଧ କରା ଯାଇଥିଲା । ସଂଗଠନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ସହିତ ସଦସ୍ୟ ଡ.ଦ୍ଵିତୀକୃଷ୍ଣ ପଣ୍ଡା,ଚମରା ମହାକୁର ଓ ସୁରୁ ସାହୁ ପ୍ରମୁଖ ବ୍ଲକ୍ କାର୍ଯ୍ୟାଳୟ, ବୀରମହାରାଜପୁର କୁ ଯାଇ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ସଦସ୍ୟ ସଦସ୍ୟା ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ପାଇଁ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫ ତା:୨୨-୦୮-୨୦୨୧,ସଂ ୭ ତା:୩୦-୦୭-୨୨, ସଂ- ୨୭ ତା ୧୭-୦୮-୨୪ ମତେ ଅନୁରୋଧ କରା ଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ନ ହେବାରୁ ପୁନଶ୍ଚ ଚିଠି ନଂ ୨୯ ତା ୨୩-୦୯-୨୦୨୪ ମତେ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କୁ ଅନୁରୋଧ କରାଯାଇଛି ବୋଲି ସଭାପତି ପ୍ରକାଶ କରିଥିଲେ।ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *