ପର୍ଯ୍ୟଟକ ଙ୍କୁ ଅଧିକ ଆକୃଷ୍ଟ କରୁଛି ଓଡ଼ିଶା ପର୍ଯ୍ୟଟନ
ପର୍ଯ୍ୟଟକ ଙ୍କୁ ଅଧିକ ଆକୃଷ୍ଟ କରୁଛି ଓଡ଼ିଶା ପର୍ଯ୍ୟଟନ। ଓଡ଼ିଶା କୁ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱରେ ବିଭିନ୍ନ ଅସ୍ଥିରତା ଲାଗିରହିଥିବା ବେଳେ ଓଡ଼ିଶାକୁ ସାରା ବିଶ୍ୱରୁ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ୨୦୨୬ ପ୍ରଥମାର୍ଦ୍ଧରେ ଅର୍ଥାତ୍ ଗତ ୫ ମାସ ଭିତରେ ଓଡ଼ିଶାକୁ ୫୬ ଲକ୍ଷରୁ ଅଧିକ ପର୍ଯ୍ୟଟକ ଙ୍କ ଆଗମନ ହୋଇଛି। ଜଗନ୍ନାଥ ଧାମ ପୁରୀ କୁ ୨୨ ପ୍ରତିଶତ ଅଧିକ ପର୍ଯ୍ୟଟକ ଙ୍କ ଆଗମନ ହୋଇଛି।୨୦୨୫ ରେ ପୁରୀ କୁ ୨.୪୩ କୋଟି ପର୍ଯ୍ୟଟକ ଆସିଥିଲେ। ଓଡ଼ିଶା କୁ ୧.୧୩ କୋଟିରୁ ଅଧିକ ଦେଶୀ ଓ ୮୭ ହଜାର ରୁ ଅଧିକ ବିଦେଶୀ ପର୍ଯ୍ୟଟକ ପୁରୀ କୁ ଆସିଥିଲେ। ଏହାର ମୁଖ୍ୟ କାରଣ ହେଉଛି ପର୍ଯ୍ୟଟନ ସହ ସାମୁଦ୍ରିକ ଜଳକ୍ରୀଡ଼ା, ଦୁଃସାହସିକ ପର୍ଯ୍ୟଟନ ଏବଂ ନୂତନ ଆତ୍ୟାଧୁନିକ ହୋଟେଲ୍ ସୁବିଧା। ଉନ୍ନତ ପର୍ଯ୍ୟଟନ ଭିତ୍ତିଭୂମି ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ର ମୁଖ୍ୟ କାରଣ ବୋଲି ହୋଟେଲିୟର ଓ ପର୍ଯ୍ୟଟନ ଅଧିକାରୀ କହିଛନ୍ତି।


ହୋଟେଲିଅର ଯୁବବ୍ରତ କର ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀ ହେଉଛି ଏକ ପର୍ଯ୍ୟଟନ ସହର। ଏଠାରେ ହୋଟେଲ ଠାରୁ ଅଟୋ ବ୍ୟବସାୟ ସବୁକିଛି ପର୍ଯ୍ୟଟକ ଙ୍କ ଉପରେ ନିର୍ଭରଶିଳବ। ପୁରୀ କୁ ଅଧିକ ପର୍ଯ୍ୟଟକ ଙ୍କ ଆଗମନ ହେବା ଆମ ପାଇଁ ବହୁତ୍ ଭଲ ଖବର। ଏବେ ଖରାଛୁଟି ଚାଲିଥିବା ବେଳେ ବହୁତ୍ ପର୍ଯ୍ୟଟକ ଙ୍କ ଆଗମନ ହେଉଛି। ସବୁ ହୋଟେଲ ଶତ ପ୍ରତିଶତ ବୁକିଂ ରହିଛି। ଆଧ୍ୟାତ୍ମିକ ପର୍ଯ୍ୟଟନ ବେଶ୍ ବୃଦ୍ଧି ପାଇବାରେ ଲାଗିଛି। ଏବେ ପୁରୀ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ହାସଲ କରିଛି। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ସୁନ୍ଦର୍ ବେଳାଭୂମି, ବ୍ଲୁ ଫ୍ଲାଗ ବିଚ୍, କୋଣାର୍କ, ଚିଲିକା ବୁଲିବା ପାଇଁ ବିଶେଷକରି ପରିବାର ସହ ଆସି ବୁଲିବା ପାଇଁ ଏକ ବହୁତ୍ ଭଲ ସ୍ଥାନ। ଏଠାରେ ଆଧ୍ୟାତ୍ମିକ, ପ୍ରାକୃତିକ ପରିବେଶ, ବେଳାଭୂମି, ଐତିହ୍ୟ ସ୍ଥଳୀ ରହିଚି ଯାହାକି ଏକ ଭିନ୍ନ ଅନୁଭୂତି ଦେଉଛି। ତେବେ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପର୍ଯ୍ୟଟକ ଙ୍କ ସୁରକ୍ଷା ଓ ବ୍ୟବସ୍ଥା ବୃଦ୍ଧି କରିବାକୁ ହେବ। ଯଦି ପର୍ଯ୍ୟଟକ ମାନେ ଭଲରେ ମହାପ୍ରଭୁ ଙ୍କ ଦର୍ଶନ ନ ପାଇବେ, ହୋଟେଲ ରେ ଭଲ ସୁବିଧା ନ ପାଇବେ, ବେଳାଭୂମି ରେ ସ୍ବଛତା ନ ରହିବ, ତେବେ ପର୍ଯ୍ୟଟକ ମାନେ ଏକ ତିକ୍ତ ଅନୁଭୂତି ନେଇ ଫେରିବେ। ଅନଲାଇନରେଟିଙ୍ଗ ରେ ଖରାପ ଫିଡବ୍ୟାକ ରହିଲେ ଆଗାମୀ ଦିନରେ ପର୍ଯ୍ୟଟକ ଙ୍କ ଆଗମନ ହ୍ରାସ ଘଟିବ। ଏଣୁ ପର୍ଯ୍ୟଟକ ଙ୍କ ମୌଳିକ ସୁବିଧା ରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସରକାର ଏକ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ ପଡିବ। ଅନେକ ଯୁବ ପୀଢ଼ି ଆସୁଛନ୍ତି। ସୋସିଆଲ ମିଡିଆ ଯୁଗ ରେ କିଛି ଦୁଃସାହସିକ କାର୍ଯ୍ୟ କରିବାକୁ ଯୁବ ପୀଢ଼ି ଚାହୁଛନ୍ତି। ଏଣୁ ବେଳାଭୂମି ରେ ୱାଟର ସ୍ପୋର୍ଟସ, ଦୁଃସାହସିକ ଜଳକ୍ରୀଡା ଅଧିକ ରୁ ଅଧିକ ହେବା ଉଚିତ୍। ଯାହାକୁ ଅଧିକ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବ। ଦିନକୁ ଦିନ ପୁରୀ ସହର ରେ ଗହଳି ବୃଦ୍ଧି ପାଇବାରେ ଲାଗିଛି। ଅଧିକ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗୁଛି। ଯାହାକି ଏକ ଶାନ୍ତ ପରିବେଶ କୁ ନଷ୍ଟ କରୁଛି। ଯାହା ଫଳରେ କି ବିଦେଶୀ ପର୍ଯ୍ୟଟକ ମାନେ ପୁରୀ କୁ ଆଉ ଆସୁନାହାନ୍ତି । ଏହା ଉପରେ ସରକାର ଅଧିକ ଧ୍ୟାନ ଦେଲେ ଅଧିକ ବିଦେଶୀ ପର୍ଯ୍ୟଟକ ମଧ୍ୟ ପୂର୍ବଭଳି ପୁରୀ କୁ ଆସିବାକୁ ଆଗ୍ରହ ପ୍ରକାଶ କରିବେ।

ହୋଟେଲିଅର ଭବେଶ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀ କୁ ଅଧିକ ପର୍ଯ୍ୟଟକ ଙ୍କ ଆଗମନ ହେବା ଆମ ପାଇଁ ବହୁତ୍ ଖୁସି ଖବର। ଆଧ୍ୟାତ୍ମିକ ପର୍ଯ୍ୟଟନ ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହେଉଛନ୍ତି। ଆଗକୁ ଆହୁରି ଏହା ବୃଦ୍ଧି ହେବ ବୋଲି ଆମର ଆଶା ରହିଛି। ପୁରୀ ଆସୁଥିବା ପର୍ଯ୍ୟଟକ ଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଗନ୍ନାଥ ଦର୍ଶନ। ହେଲେ ଭକ୍ତ ମାନେ ଭଲରେ ଟିକେ ମହାପ୍ରଭୁ ଙ୍କ ଦର୍ଶନ ପାଇପାରୁନାହାନ୍ତି। ଦର୍ଶନ ବ୍ୟବସ୍ଥା କୁ ଅଧିକ ସହଜ ଓ ଶୃଙ୍ଖଳିତ କରାଯିବାର ଆବଶ୍ୟକତା ରହିଛି। ବେଳାଭୂମିରେ ସ୍ବଛତା ରକ୍ଷା କରାଯିବା ସହ ପର୍ଯ୍ୟଟକ ଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍। ପୁରୀ ବେଳାଭୂମି, ଚନ୍ଦ୍ରଭାଗା ରେ ଅଧିକ ୱାଟର ସ୍ପୋର୍ଟସ, ବିଚ୍ ସ୍ପୋର୍ଟସ ହେବା ଉଚିତ୍। ଏହା ଦ୍ଵାରା ଅଧିକ ପର୍ଯ୍ୟଟକ ଏକ ଭଲ ଅନୁଭୂତି ନେଇ ଫେରିବେ। ଏହା ଦ୍ଵାରା ପୁରୀ କୁ ଅଧିକ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବ।ଗତ କିଛିବର୍ଷ ହେବ ଓଡ଼ିଶା ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଭାଗରେ ପରିଚୟ ସୃଷ୍ଚି କରିପାରିଛି। ଗୋଟିଏ ସ୍ଥାନରେ ମନଛୁଆଁ ପରିବେଶ ପର୍ଯ୍ୟଟନ, ଆଧ୍ୟାତ୍ମିକତା, ଐତିହ୍ୟ ଏବଂ ଦୁଃସାହସିକ ସାମୁଦ୍ରିକ ଜଳକ୍ରୀଡ଼ା ପର୍ଯ୍ୟଟକ ଙ୍କୁ ଏକ ଭିନ୍ନ ଅନୁଭୂତି ହାସଲ କରିବାରେ ଏକ ସୁଯୋଗ ଦେଉଛି। ଓଡ଼ିଶା ସରକାର ପୁରୀ- କୋଣାର୍କ ଉପକୂଳବର୍ତ୍ତୀ ଅଞ୍ଚଳରେ ଇକୋ ଟୁରିଜିମ ଏବଂ ଜଳକ୍ରୀଡ଼ା କାର୍ଯ୍ୟକ୍ରମକୁ ବିସ୍ତାର କରିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସେଥିପାଇଁ ଯାହା ଆବଶ୍ୟକତା ରହିଛି ଭିତିଭୂମି ଉନ୍ନତି କରୁଛନ୍ତି। ଓଡ଼ଶା ପର୍ଯ୍ୟଟନ ନୀତି ୨୦୨୬ ଏବଂ ଓଡ଼ଶା ପର୍ଯ୍ୟଟନ ର ଥୀଙ୍କ୍ ଇଣ୍ଡିଆ ଥିଙ୍କ୍ ଓଡ଼ିଶା ଦୃଷ୍ଟିଭଙ୍ଗୀରେ ଅଧିକ ଙ୍କୁ ଫ୍ଲାଗ ବିଚ୍ ପ୍ରତିଷ୍ଠା ପାଇଁ ରାଜ୍ଯ ସରକାର ଯୋଜନା ରଖିଛନ୍ତି।ଏଥି ସହିତ ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ସାରା ବିଶ୍ୱ ବସି ଙ୍କୁ ଆକୃଷ୍ଟ କରୁଥିବା ବେଳେ ଏହି ଅଞ୍ଚଳ ଏବେ ତୀର୍ଥଯାତ୍ରା ସହିତ ଏକ ସମୃଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ ପର୍ଯ୍ୟଟକ ଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଚନ୍ଦ୍ରଭାଗା ବେଳାଭୂମି ଜଳକ୍ରୀଡ଼ା ଏବଂ ଦୁଃସାହସିକ ପର୍ଯ୍ୟଟନ ର ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ଜେଟ୍ ସ୍କିଂ, ପାରାସେଲିଂ ଏବଂ କାୟାକିଂ ସମେତ ବିଭିନ୍ନ ସାମୁଦ୍ରିକ ଜଳକ୍ରୀଡ଼ା କରାଯାଉଛି। ଏହାଛଡା ପର୍ଯ୍ୟଟନ କୁ ଅଧିକ ବ୍ୟାପକ କରିବା ପାଇଁ ରାମଚଣ୍ଡି ଏବଂ ବାଲିଘାଇ ର ଇକୋ ରି ଟ୍ରିଟ, ଏବଂ ନେଚର କ୍ୟାମ୍ପ କରଯାଇଛି। ଯାହାକି ପର୍ଯ୍ୟଟକ ଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରୁଛି। ପୁରୀ, କୋଣାର୍କ ଓ ଚିଲିକା କୁ ନେଇ ସମନ୍ୱିତ ପର୍ଯ୍ୟଟନ ସର୍କିଟ ସହିତ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ପର୍ଯ୍ୟଟକ ଙ୍କ ଅଧିକ ରହଣି ବୃଦ୍ଧି ପାଇବ ବୋଲି ସରକାର ଆଶା ରଖିଛନ୍ତି। ଚଳିତ ବର୍ଷ ୫ କୋଟି ପର୍ଯ୍ୟଟକ ଆଗମନ ହେବ ବୋଲି ରାଜ୍ଯ ସରକାର ଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀ କୁ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ବହୁତ୍ ଏକ ଭଲ ସୂଚନା। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ କୋଣାର୍କ, ଚିଲିକା ବୁଲିବା ପାଇଁ ଅଧିକରୁ ଅଧିକ ପର୍ଯ୍ୟଟକ ପୁରୀ କୁ ଆସୁଛନ୍ତି। ତେବେ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି କୁ ଦେଖି ସରକାର ବିଭିନ୍ନ ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଉପରେ ସରକାର କାର୍ଯ୍ୟ କରୁଛନ୍ତି। ପୁରୀ କୁ ବିଦେଶୀ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ତାଙ୍କ ସୁବିଧା ପାଇଁ ଅନେକ ଉଚ୍ଚ କୋଟୀର ତାରକା ହୋଟେଲ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ପୁରୀ କୁ ଆସୁଥିବା ପର୍ଯ୍ୟଟକ ମାନେ ଆଧ୍ୟାତ୍ମିକ ପର୍ଯ୍ୟଟନ ସହିତ ଆଡ୍ ଭେଞ୍ଚର ସ୍ପୋର୍ଟସ ର ଅନୁଭୂତି ନେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ପୁରୀ ରେ ଏବେ ୫ ଟି ସଂସ୍ଥା ଆଡଭେଞ୍ଚର୍ ସ୍ପୋଟର୍ସ ଉପରେ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି କରାଯିବ।
