May 15, 2025
Home » ପଲଶାଗୋରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଲଶାଗୋରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2024-09-27 at 10.47.19 AM

 

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ କଣ୍ଟାମାଳ ବ୍ଲକ ପଲଶାଗୋରା କ୍ଲଷ୍ଟର ର ପଲଶାଗୋରା ଉ. ପ୍ରା. ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ କୁଇଜ, ଡିବେଟ, ଚିତ୍ରାଙ୍କନ, ଦଳଗତ ନୃତ୍ୟ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ପଲଶାଗୋରା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏହି ସୁରଭି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ସି ଆର ସି ସି ହୃଦାନନ୍ଦ ଦନ୍ତା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଲଶାଗୋରା ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲ୍ଲିକ, ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଶିତିକଣ୍ଠ ମିଶ୍ର, କଣ୍ଟାମାଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ମହାଲିକ ଯୋଗଦେଇଥିଲେ l ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଭରପୁର ମଜା ନେଇଥିଲେ ଓ ନିଜ ନିଜର ପ୍ରତିଭା କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପନ କରିଥିଲେ l ପରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସୁରଭି କାର୍ଯ୍ୟକ୍ରମ କୁ ଶିକ୍ଷକ ବଳଦେବ ପ୍ରହରାଜ, ଅଶୋକ ମହାନ୍ତି, ସମ୍ବିତ ପଧାନ, ଅଜିତ ଗିରି, ପ୍ରଭାତ କୁମାର ଖମାରୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଶେଷରେ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ତପସ୍ୱିନୀ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *

You may have missed