ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଗାଁ ରୁ ସହର ଉତ୍ସବମୁଖର
ସୁବର୍ଣ୍ଣପୁର — ଆଜି ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୁଆଖାଇ l କୃଷି ଭିତ୍ତିକ ପର୍ବ ମଧ୍ୟ କୁହାଯାଏ l ମନୁଷ୍ୟ ଓ ପ୍ରକୃତି ର ସମ୍ପର୍କ ଅତି ନିବିଡ଼ । ପ୍ରକୃତି ମନୁଷ୍ୟ କୁ ଖାଦ୍ୟ ଦେଉ ଥିବାରୁ ନୂତନ ଶସ୍ୟ ଘରକୁ ଆସିଲେ କୃତଜ୍ଞତା ପୂର୍ବକ ପ୍ରଥମେ ଇଷ୍ଟ ଙ୍କୁ ସମର୍ପଣ କରାଯାଇଥାଏ ।ପ୍ରଥମ ଶସ୍ୟ ଇଷ୍ଟଦେବୀ ଙ୍କ ଠାରେ ଅର୍ପଣ କରିବାର ଅନ୍ୟନାମ ହେଉଛି ନୂଆଖାଇ । କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପଶ୍ଚିମ ଓଡିଶା ର ଏକ ନିଆରା ସଂସ୍କୃତି ।
ଏହି ଗଣପର୍ବ ପଶ୍ଚିମାଞ୍ଚଳବାସୀ ଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପଶ୍ଚିମ ଓଡିଶାର ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ, ବଲାଙ୍ଗୀର ର ମା ପାଟଣେଶ୍ୱରୀ, ସୁବର୍ଣ୍ଣପୁର ର ଇଷ୍ଟଦେଵୀ ମା ସୁରେଶ୍ୱରୀ ଓ ବୌଦ୍ଧ ର ଇଷ୍ଟଦେବୀ ମା ଭୈରବୀ ଙ୍କ ଠାରେ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଧାନ କ୍ଷେତରୁ ପ୍ରଥମ ଶସ୍ୟ ଆଣି ଦେବୀ ମା ଙ୍କୁ ନବାନ୍ନ ଅର୍ପଣ କରାଯାଇଥାଏ । ନବାନ୍ନ ପ୍ରସାଦ ପାଇବା ପରେ ସାନ ମାନେ ବଡ଼ ମାନଙ୍କୁ ‘ଜୁହାର ଭେଟ’ ହୁଅନ୍ତି । ଏହି ଅନନ୍ୟ ପରମ୍ପରା ହେଉଛି ‘ନୂଆଖାଇ ଜୁହାର ଭେଟ’ । କେତେକ ସ୍ଥାନରେ ସ୍ୱତନ୍ତ୍ର ଭାବରେ ଆଜି ନୂଆଖାଇ ଜୁହାର ଭେଟ ମଧ୍ୟ ଅନୁଷ୍ଠିତ ହେଉଛି l ଏହି ଦିନ ଯିଏ ଯେଉଁଠି ଥାଉନା କାହିଁକି ନିଜ ନିଜ ଘର କୁ ଆସନ୍ତି l ପରିବାର ରେ ସମସ୍ତେ ଏକାଠି ନୂଆଖାଇ ଥାନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର