ପାରାଦୀପ – ପାରାଦୀପ ସ୍ଥିତ ଇଫକୋ ସାର କାରଖାନା ପକ୍ଷରୁ ଦେଶର ୭୮ ତମ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖ ଦିନ ଏହାର ପରିସରରେ ଆନନ୍ଦ ଉଲ୍ଲାସ ସହିତ ପାଳିତ ହୋଇଯାଇଛି l
ଏହି ଅବସରରେ ଇଫକୋ ର ସମସ୍ତ ବରିଷ୍ଠ ଅଧିକାରୀ, କର୍ମଚାରୀ, କର୍ମଚାରୀ ସଂଘ ଏବଂ ଅଧିକାରୀ ସଂଘର ପ୍ରତିନିଧୀ ତଥା ଟାଉନସିପ୍ ବାସିନ୍ଦା ଏକତ୍ରିତ ହୋଇ ବିଶାଳ ସମାରୋହ ତଥା ଚମତ୍କାର ପରେଡ ପ୍ରଦର୍ଶନୀ କୁ ଉପଭୋଗ କରିଥିଲେ l ଏହି ଅବସରରେ ଇଫକୋ ପରିଚାଳନା ନିର୍ଦ୍ଦେଶକ ଡ଼ଃ.ଉଦୟ ଶଙ୍କର ଅୱସ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରାଦୀପ ୟୁନିଟ ର ନିର୍ଦ୍ଦେଶକ କେ.ଜେ. ପଟେଲ ଙ୍କ ଉପସ୍ଥିତି ରେ ଜାତୀୟ ପତାକା ଉତ୍ତୋଳନ କରି ସମାବେଶକୁ ସମ୍ବୋଧିତ କରିଥିଲେ l ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ଡ଼ଃ. ଅୱସ୍ତି ପ୍ରତ୍ୟେକ କର୍ମଚାରୀଙ୍କୁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ ଏବଂ ଇଫକୋ ର ଅଭିବୃଦ୍ଧି ଦିଗରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ l “ଆଜାଦି କା ଅମୃତ ମହୋତ୍ସବ” ପାଳନ ଅବସରରେ ଦେଶର ୭୮ତମ ସ୍ୱାଧୀନତା ଦିବସରେ ଭାରତର ସଫଳତା ଉପରେ ଆଲୋକପାତ କରିଥିଲେ l ଏତଦବ୍ୟତୀତ
ଇଫକୋ ର ନାନୋ ୟୁରିଆ ଏବଂ ନାନୋ ଡିଏପି ମାଟିର ଉର୍ବରତା ରକ୍ଷା କରିବାରେ ଏବଂ ପ୍ରଦୂଷଣକୁ ହ୍ରାସ କରିବାରେ ସାହାଯ୍ୟ କରେ ବୋଲି ଶ୍ରୀ ଅୱସ୍ତି ସୂଚନା ଦେଇଥିଲେ l
ଏହି ଅବସରରେ ଇଫକୋ ସୁରକ୍ଷା କର୍ମୀ,ଏସଆଇଏସ ସିକୁରିଟି ଗାର୍ଡ, ଡିଏଭି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମୁଖ୍ୟ ଅତିଥି ଡକ୍ଟର ଉଦୟ ଶଙ୍କର ଅୱସ୍ତି ଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ । ଏଥିସହିତ ଇଫକୋ ଡିଏଭି ପବ୍ଲିକ୍ ସ୍କୁଲର ପିଲାମାନେ ଏବଂ ଜ୍ୟୋତି ଲେଡିଜ୍ କ୍ଲବ ସଦସ୍ୟା ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସେହିପରି ବିଭିନ୍ନ ପ୍ରତିଯୋଗିତା ରେ କୃତି କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ଇଫକୋ ଅଫିସର୍ସ ଆସୋସିଏସନ ର ସଭାପତି ସୁଶାନ୍ତ କୁମାର ଜେନା, ସାଧାରଣ ସମ୍ପାଦକ ସତ୍ୟଜିତ ଖୁଣ୍ଟିଆ, କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ସାଧାରଣ ସମ୍ପାଦକ ତୃପ୍ତି ରଞ୍ଜନ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ କମ୍ପାନୀର ଯୁଗ୍ମ ସାଧାରଣ ପରିଚାଳକ (ପି ଆଣ୍ଡ ଏ) ଧନ୍ୟବାଦ ଅର୍ପଣ କରିଥିଲେ l